Hemant Kumar Ray
Editor, News Gallery Mob: 9439506580 Email: newsgallery.in@gmail.com
ଏହି କାର୍ଯ୍ୟକ୍ରମ ରେ ମୁଖ୍ୟାଅତିଥି ଭାବରେ ସାଂସଦ ମାଳବିକା ଦେଓ ସମ୍ମାନିତ ଅତିଥି ଭାବରେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଷୀ, ଉପଜିଲ୍ଲାପାଳ ଧୀମାନଚକମା, ତହସିଲଦାର ସଞ୍ଜୟ ସାମନ୍ତରାୟ ବ୍ଳକ ଅଧ୍ୟକ୍ଷା ବବିତା ପାଟ୍ଟଯୋଷୀ ଯୋଗଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀମତୀ ମାଳବିକା ଦେଓ ରାଜ୍ୟ ସରକାରଙ୍କର ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ମାନାନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଵଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ କଳାହାଣ୍ଡି ପାଇଁ ଯୋତେଵେଳ ଯାହାକିଛି ତାହା ପ୍ରଦାନ କରିଛନ୍ତି । ଆଜି ପ୍ରଥମ ପର୍ଯ୍ୟାୟରେ ଘର ଡିହ ଦେବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଘର ଯୋଗାଇ ଦିଆଯିବ ବୋଲି କହିଥିଲେ। ଠିକ ସେହିପରି ଧର୍ମଗଡ଼ ବିଧାୟକ ଶ୍ରୀ ସୁଧୀର ରଞ୍ଜନ ପାଟ୍ଟଯୋଷୀ ତହସିଲଦାର ଙ୍କୁ କହିଥିଲେ ପ୍ରତ୍ୟେକ ଗାଁ କୁ ଗାଁ ସର୍ଭେର କରି ଜମିହିନ ମାନଙ୍କୁ ଘରଡିହ ଯୋଗାଇଦେବା ପାଇଁ କହିଥିଲେ ଆମ ସରକାର ପ୍ରତ୍ୟେକ ପ୍ରକୃତ ହିତାଧିକାରୀ ଙ୍କୁ ଘର ଡିହ ସହିତ ଘର ଯୋଗାଇ ପାଇଁ ପ୍ରସ୍ତୁତ ଅଛି ଏଣୁ କାର୍ଯ୍ୟ ରେ ଅବହେଳା ନକରି ତୁରନ୍ତ ପ୍ରକୃତ ହିତାଥିକାରୀ ଙ୍କୁ ଚିହ୍ନଟ କରି ଘର ଡିହ ଯୋଗାଇଦେବା ପାଇଁ କହିଥିଲେ। ସେହିପରି ଆଜି ଯେଉଁମାନେ ହିତାଧିକାରୀ କାରୀ ମାନେ ଘରଡିହ ପଟ୍ଟା ପାଇଥିଲେ ସେମାନେ ଆମର ଅନେକ ଦିନ ର ସ୍ବପ୍ନ ପୂରଣ ହେବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀଙ୍କ ମୋହନ ଚରଣ ମାଝୀ ଙ୍କୁ ବହୁତ ବହୁତ ଧନ୍ୟବାଦ୍ ଅର୍ପଣ କରିଥିଲେ କାର୍ଯ୍ୟକ୍ରମ କୁ କିରାଣୀ ଗୋପାଳ ମେହେର ପରିଚାଳନା କରିଥିଲେ। ଧର୍ମଗଡ଼ ରୁ ହେମନ୍ତ କୁମାର ମାଝୀ ଙ୍କ ରିପୋଟ।
Editor, News Gallery Mob: 9439506580 Email: newsgallery.in@gmail.com
