ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ।

0 minutes, 0 seconds Read

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭା ଗୃହରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ପ୍ରାକୃତିକ ବିପର୍ଯ୍ୟୟ ଜନିତ ସମ୍ଭାବ୍ୟ ବନ୍ୟା, ବାତ୍ୟା କୁ କିପରି ମୁକାବିଲା କରାଯାଇପାରିବ ଏବଂ ଏଥିପାଇଁ ଆବଶ୍ୟକ ସମ୍ପୃକ୍ତ ବିଭିନ୍ନ ବିଭାଗୀୟ ଜରୁରୀ ପଦକ୍ଷେପ ନେବା ସହିତ ପୂର୍ବ ପ୍ରସ୍ତୁତି କରିବା ପାଇଁ ଜିଲ୍ଲାପାଳ ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା ର ସହରାଞ୍ଚଳରେ ଆସନ୍ତା ଜୁନ୍ ମାସ ୧୫ ତାରିଖ ପୂର୍ବରୁ ସମସ୍ତ ଡ୍ରେନ୍ ସଫା କରିବା ପାଇଁ ସମ୍ପୃକ୍ତ ସମସ୍ତ ନିର୍ବାହୀ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।ସେପରି ସମ୍ଭାବ୍ୟ ବନ୍ୟା ପ୍ରପୀଡି ଅଞ୍ଚଳରେ ଲୋକଙ୍କର ସୁରକ୍ଷା କୁ ଆଖିଆଗରେ ରଖି, ଚାଉଳ, ଚୁଡା,ଗୁଡ, କିରାସିନି,ପଲିଥିନ୍,ଓ ଆର ଏସ୍ ଏସ୍ ପ୍ୟାକେଟ୍,ଜରୁରୀକାଳୀନ ସୁବିଧା ଇତ୍ୟାଦି ମହଯୁଦ କରି ରଖିବା ଏଥି ପାଇଁ ବିଶେଷ କରି ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ନିର୍ବାହୀ ଅଧିକାରୀ ପୌରପାଳିକା, ଏନ୍ ଏ ସି, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପ୍ରମୁଖ ସଜାଗ ହୋଇ ରହିବା ପାଇଁ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକରେ କୃଷି, ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟ ସେବା, ପ୍ରାଣୀ ଚିକିତ୍ସା, ଜଳ ସେଚନ, ଅଗ୍ନିଶମ ନିରାପତ୍ତା, ବିଦ୍ୟୁତ୍ ଯୋଗାଣ, ଦୂର ସଞ୍ଚାର ଇତ୍ୟାଦି ବିଭାଗୀୟ କାର୍ଯ୍ୟକ୍ରମ ର ଜରୁରୀକାଳୀନ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରାଯାଇଥିଲା। ଆଗାମୀ ସମ୍ଭାବ୍ୟ ବନ୍ୟା, ବାତ୍ୟା ଜନିତ ପ୍ରାକୃତିକ ବିପର୍ଯ୍ୟୟ ର କିପରି ସଫଳ ମୁକାବିଲା କରାଯାଇ ଜିଲ୍ଲାର ସମସ୍ତ ଜନସାଧାରଣ ଙ୍କ ର ଧନ,ଜୀବନକୁ ସୁରକ୍ଷିତ ରଖାଯିବ ସେ ଦିଗରେ ସମସ୍ତ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ଯତ୍ନବାନ୍ ହୋଇ ନିଜର କାର୍ଯ୍ୟ ତୁଲାଇ ବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାରେ ସମ୍ଭାବ୍ୟ ବନ୍ୟା ସାଦୃଶ୍ଯ ପରିସ୍ତିତିରେ ମୁକାବିଲା କରିବା ପାଇଁ ୧୨ ଟି ବୋଟ୍,୧୭ ଟି ଆସ୍କା ଲାଇଟ୍, ୪୩ ଟି ପାୱାର ସ, ୨୫ ଟି ପମ୍ପ, ୧୩ ଟି ଟେଲିସକୋପ୍ ଲାଇଟ୍, ୩୪ ଟି ଫେୟାର ଫାଟିଂ ଗାଡି ଜିଲ୍ଲା ଅଗ୍ନିଶମ ବିଭାଗ ତରଫରୁ ପ୍ରସ୍ତୁତ ରହିଛି । ଏହି ବୈଠକରେ ସାଂସଦ କଳାହାଣ୍ଡି ମାଳବିକା ଦେବୀ, ଜିଲ୍ଲାପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ବିଧାୟକ ସଦର ଙ୍କ ପ୍ରତିନିଧି ଧନୁର୍ଯୟ ଗହୀର,ଅତିରିକ୍ତ ଜିଲ୍ଲାପାଳ ବଇତୁରା ଦୀପ,ଉପ ଜିଲ୍ଲାପାଳ ଧର୍ମଗଡ଼ ଧିମାନ ଚାକମା,ଉପ ଜିଲ୍ଲାପାଳ ଭବାନୀପାଟଣା ପ୍ରଭାତ କୁମାର ପରିଡା, ଜିଲ୍ଲା ମୁଖ୍ୟ ଚିକତ୍ସା ଅଧିକାରୀ ଡା ମୀନତି ଦାସ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ମଳୟ କୁମାର ପରିଡା, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପବିତ୍ର କୁମାର ସାହୁ,ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ,ଜିଲ୍ଲା ପଞ୍ଚାୟତ ଅଧିକାରୀ ନୃସିଂହ ଚରଣ ପଟ୍ଟନାୟକ ଙ୍କ ସମେତ ବିଭିନ୍ନ ବିଭାଗୀୟ ଜିଲ୍ଲା ସ୍ତରୀୟ ଅଧିକାରୀ, ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ,ତହସିଲଦାର,ପୌରପାଳିକା, ଏନ୍ ଏ ସି ର ନିର୍ବାହୀ ଅଧିକାରୀ ପ୍ରମୁଖ ଯୋଗଦେଇ ଥିଲେ।

Hemant Kumar Ray
Editor, News Gallery
Mob: 9439506580
Email: newsgallery.in@gmail.com
author

Hemant Kumar Ray

Editor, News Gallery Mob: 9439506580 Email: newsgallery.in@gmail.com

Similar Posts