ନ୍ୟୁଜଗ୍ୟାଲେରି,ଭବାନୀପାଟଣା:କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟରେ ଏଆଇ କ୍ୟାମେରା ଆଧାରରେ ବନ ବିଭାଗ ପକ୍ଷରୁ ଚଢଉ କରି ୨ ଜଣ ଶିକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କଠାରୁ ଗୋଟିଏ ବନ୍ଧୁକ ଓ ୨ ଟି ସମ୍ବର ଶିଙ୍ଗ ଜବତ କରାଯାଇଛି।
ପ୍ରକାଶ ଯେ, ଗତ ଏପ୍ରିଲ ୩୦ ତାରିଖ ଦିନ ଶଗଡ଼ା ପଞ୍ଚାୟତ ଉପର ରାଚୁଗୁଡ଼ା ଗ୍ରାମର ମଧୁ ମାଝୀ(୨୫) ଓ ନୀଳ ମାଝୀ(୩୯) ବନ୍ଧୁକ ନେଇ କର୍ଲାପାଟ ଅଭୟାରଣ୍ୟ ଯୁଗସାଇପାଟଣା ସେକ୍ସନକୁ ଶିକାର କରିବାକୁ ଯାଇଥିଲେ। ଏହି ଦୃଶ୍ୟ ଏଆଇ କ୍ୟାମେରାରେ କଏଦ ହୋଇଥିଲା। ଏହା ପରେ ବନ ବିଭାଗ ପକ୍ଷରୁ ତନାଘନା ଚାଲିଥିଲା। ଶଗଡ଼ା ଫରେଷ୍ଟର ଯୋଗେନ୍ଦ୍ର ମାଝୀ, କର୍ଲାପାଟ ଫରେଷ୍ଟର ବିଜୟ ଗୋପାଳ, ଫରେଷ୍ଟଗାର୍ଡ ଲୋଚନ ମାଝୀ, ଉମାକାନ୍ତ ପାଣିଗ୍ରାହୀ ଓ ଚିନ୍ମୟ ଦାସଙ୍କ ନେତୃତ୍ଵରେ ଚଢ଼ଉ କରି ଉଭାୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

