ନ୍ୟୁଜଗ୍ୟାଲେରି,ଭବାନୀପାଟଣା:କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟରେ ଏଆଇ କ୍ୟାମେରା ଆଧାରରେ ବନ ବିଭାଗ ପକ୍ଷରୁ ଚଢଉ କରି ୨ ଜଣ ଶିକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କଠାରୁ ଗୋଟିଏ ବନ୍ଧୁକ ଓ ୨ ଟି ସମ୍ବର ଶିଙ୍ଗ ଜବତ କରାଯାଇଛି।
ପ୍ରକାଶ ଯେ, ଗତ ଏପ୍ରିଲ ୩୦ ତାରିଖ ଦିନ ଶଗଡ଼ା ପଞ୍ଚାୟତ ଉପର ରାଚୁଗୁଡ଼ା ଗ୍ରାମର ମଧୁ ମାଝୀ(୨୫) ଓ ନୀଳ ମାଝୀ(୩୯) ବନ୍ଧୁକ ନେଇ କର୍ଲାପାଟ ଅଭୟାରଣ୍ୟ ଯୁଗସାଇପାଟଣା ସେକ୍ସନକୁ ଶିକାର କରିବାକୁ ଯାଇଥିଲେ। ଏହି ଦୃଶ୍ୟ ଏଆଇ କ୍ୟାମେରାରେ କଏଦ ହୋଇଥିଲା। ଏହା ପରେ ବନ ବିଭାଗ ପକ୍ଷରୁ ତନାଘନା ଚାଲିଥିଲା। ଶଗଡ଼ା ଫରେଷ୍ଟର ଯୋଗେନ୍ଦ୍ର ମାଝୀ, କର୍ଲାପାଟ ଫରେଷ୍ଟର ବିଜୟ ଗୋପାଳ, ଫରେଷ୍ଟଗାର୍ଡ ଲୋଚନ ମାଝୀ, ଉମାକାନ୍ତ ପାଣିଗ୍ରାହୀ ଓ ଚିନ୍ମୟ ଦାସଙ୍କ ନେତୃତ୍ଵରେ ଚଢ଼ଉ କରି ଉଭାୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
Latest entries
ଜିଲ୍ଲା ଖବରOctober 22, 2026ପ୍ରେମୀ ଯୁଗଳ ମୃତ ଶବ ଉଦ୍ଧାର ,ହତ୍ୟା ସନ୍ଦେହ
ଜିଲ୍ଲା ଖବରOctober 22, 2026ଜିଲ୍ଲା ସ୍ତରୀୟ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ
ଜିଲ୍ଲା ଖବରOctober 21, 2026ଦୁଆରସୁନି ଦୁର୍ଗାପୂଜା କମିଟି ପକ୍ଷରୁ ନୃତ୍ୟ ପ୍ରତିଯୋଗିତା ଓ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା
ଜିଲ୍ଲା ଖବରOctober 20, 2026ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ମହାସମାରୋହରେ ସମ୍ପନ୍ନ ହେଲା ପ୍ରସିଦ୍ଧ ଛତର ଯାତ୍ରା

