ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କାଶ୍ମୀର ର ପହଲମ୍ ରେ ହୋଇଥିବା ଆତଙ୍କବାଦୀ କାର୍ଯ୍ୟକଳାପ ରେ ନିହତ ହୋଇଥିବା ସାଧାରଣ ନିରୀହ 26 ଜଣ ପର୍ଯ୍ୟଟକ ଙ୍କୁ ନେଇ ସାରା ଭାରତ ରେ ପ୍ରତିଶୋଧ ର ନିଆ ଜଳୁଥିବା ବେଳେ ଭାରତ ସରକାର ଙ୍କ ଦ୍ଵାରା ବିହିତ ପଦକ୍ଷେପ ଅପରେସନ ସିନ୍ଦୂର ରକୁ କିଛି ମାତ୍ର ରେ ପ୍ରଶମିତ କରିଛି ।
ଭାରତ ସରକାର ଙ୍କ ଦ୍ଵାରା ଗ୍ରହଣ କରାଯାଇଥିବା ପଦକ୍ଷେପ ଅନୁସାରେ ଭାରତୀୟ ସେନାରେ ପାକିସ୍ତାନ ଅନାର୍ଗତ ୪ ଗୋଟି ଆତଙ୍କବାଦୀ ଶିବିର ଏବଂ ପାକିସ୍ତାନ ଅଧିକୃତ କାଶ୍ମୀର ଅଞ୍ଚଳ ରେ ଥିବା ୫ ଗୋଟି ଆତଙ୍କବାଦ ଶିବିର କୁ ଆକାଶ ମାର୍ଗରୁ ବୋମା ବର୍ଷଣ କରି ଉଡାଇଦିଆଯାଇଛି।ସରକାର ଙ୍କ ଏହି ସୁଚିନ୍ତିତ ପଦକ୍ଷେପ ଏବଂ ଅପରେସନ ସିନ୍ଦୂର ନାମକୁ ନେଇ ଭାରତୀୟ ନାଗରିକ ଙ୍କ ମନରେ ଉଲ୍ଲାସ ର ତରଙ୍ଗ ପ୍ରଭାବିତ ହେବାର ଦେଖିବାକୁ ମିଳିଛି । କାହିଁକି ନା ଅପରେସନ ସିନ୍ଦୂର ନାମକ ତର୍ପାଜ୍ୟ ହେଲା ଭାରତୀୟ ନାରୀମାନ ଙ୍କ କପାଳରୁ ସିନ୍ଦୂର ପୋଛି ହେଇଯିବା ପ୍ରସଙ୍ଗ କୁ ନେଇ ଅଭଲିନାମ ପ୍ରାସଙ୍ଗିକତା ଥାଇପାରେ ବୋଲି ବିଭିନ୍ନ ମହଲ ରେ ବର୍ତ୍ତମାନ ଆଲୋଚନା ପର୍ଯ୍ୟଲୋଚନ ଦେଖିବାକୁମିଳିଛି। ଏପରି ଏକ ପଦକ୍ଷେପଯୋଗୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଭବାନୀପାଟଣା ନଗର ଉଲ୍ଲାସ ସମ୍ବର୍ଦ୍ଧନା ପାଳନ କରିବା ସହିତ ଏହାକୁ ଆନ୍ତରିକତା ସହିତ ସ୍ବାଗତ କରିଛି। ଏବିଭିପି ଭବାନୀପାଟଣା ସମସ୍ତ କାର୍ଯ୍ୟକର୍ତ୍ତା ଇତ୍ୟାଦି ମା ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟ ସମ୍ମୁଖ ରେ ତ୍ରିରଙ୍ଗା ପତାକା ଉଡ଼ାଇ ଓ ସମସ୍ତ ଙ୍କ କପାଳ ରେ ସିନ୍ଦୂର ମାରି ଭାରତ ସରକାର ଙ୍କ ପଦକ୍ଷେପ କୁ ପୂର୍ଣ୍ଣ ସମର୍ଥନ ଜଣାଇଛି ।ଏବିଭିପି ର ବିଶ୍ୱବିଦ୍ୟାଳୟ ସଭାପତି ସତ୍ୟସ୍ଵରୂପ ସ୍ଵାଇଁ, ଉପସଭାପତି ଅସିତ ମହାନ୍ତି, ନଗର ସେବା ପ୍ରମୁଖ ଦେବାଶିଷ ପଟ୍ଟନାୟକ, ନଗର ସାମାଜିକ ଗଣମାଧ୍ୟମ ପ୍ରମୂଖ ହିତେଶ ସାହୁ,ହେମନ୍ତ ନାୟକ ଏବଂ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।
Latest entries
ଜିଲ୍ଲା ଖବରJuly 21, 2026ସୋନମ ୱାଞ୍ଚୁଙ୍କ ସମର୍ଥନରେ ‘ଦ ୟୁଥ ଅଫ କଳାହାଣ୍ଡି’ ପକ୍ଷରୁ ୧୨ ଘଣ୍ଟିଆ ଉପବାସ ସତ୍ୟାଗ୍ରହ
ଜିଲ୍ଲା ଖବରJuly 14, 2026ସାତ ଦିନ ମଧ୍ୟରେ ସମସ୍ତ ବକେୟା ଅଭିଯୋଗର ନିଷ୍ପତ୍ତି କରିବାକୁ ଜିଲ୍ଲାପାଳ ଙ୍କ କଡ଼ା ନିର୍ଦ୍ଦେଶ
ଜିଲ୍ଲା ଖବରJuly 4, 2026ଜୁଆ ଖେଳୁଥିବା ବେଳେ ବାଲାଜୀ ରାଇସ ମିଲରେ ପୋଲିସର ଚଢ଼ାଉ
ଜିଲ୍ଲା ଖବରJune 27, 2026ଅନ୍ତର୍ଜାତୀୟ ନିଶା ନିବାରଣ ଏବଂ ଅବୋଧ ଚାଲାଣ ନିଷିଦ୍ଧ ଦିବସ ପାଳିତ

