ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଚଳିତ ଶିକ୍ଷାବର୍ଷ ୨୦୨୪/୨୫ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳାଫଳ ପ୍ରକାଶିତ ହୋଇଥିବା ବେଳେ ଚଳିତ ଶିକ୍ଷାବର୍ଷ ରେ ଭବାନୀପାଟଣା ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବାଲାଜୀ ବିହାର ଛାତ୍ର ଛାତ୍ରୀ ମାନଙ୍କ ଅଭୂତପୂର୍ବ ପ୍ରଥମ କୃତିତ୍ୱ, ମୋଟ ୩୬ ଜଣ ଶିଶୁଙ୍କ ମଧ୍ୟରୁ ଏ୨-୭ ଜଣ, ବି୧-୧୮, ବି୨-୧୧ ଜଣ ପାଇ ଶତପ୍ରତିଶତ କୃତିତ୍ୱ ହାସଲ କରିଛନ୍ତି। ବିଦ୍ୟାଳୟ ର ସମ୍ପାଦକ ଶିକ୍ଷକ ସୁରେଶ ଚନ୍ଦ୍ର ସାହୁ ଙ୍କ ଚେଷ୍ଟା ଓ ସଂକୁଳ ପ୍ରମୁଖ ଅଶୋକ ସିଂ ଙ୍କ ମାର୍ଗ ଦର୍ଶନ ରେ ପ୍ରଥମ କରି ବିଦ୍ୟାଳୟରେ ନବମ ଓ ଦଶମ ଶ୍ରେଣୀ ଖୋଲା ଯିବା ଫଲରେ ପ୍ରଧାନ ଆଚାର୍ଯ୍ୟ ଦାଶରଥି ପଣ୍ଡା ଓ ସମସ୍ତ ଗୁରୁଜୀ ଗୁରୁମାଙ୍କ ପ୍ରଚେଷ୍ଟା ଫଳରେ ଭଉଣୀ ଶୁଭ୍ରାଶେଫାଳୀକା ଖମାରୀ ସର୍ବାଧିକ ୮୯% ରଖି ପାସ୍ କରିଥିବା ବେଳେ ସମସ୍ତ ଶିଶୁ ଭାଇଭଉଣୀ ୬୦%ରୁ ଉର୍ଦ୍ଧ୍ୱ ନମ୍ବର ରଖି ପାସ୍ କରିଛନ୍ତି। ଏଣୁ ଅଭିଭାବକ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ମହଲ ରେ ଖୁସିର ବାତାବରଣ ଖେଳିଯାଇଛି। ଆଗାମୀ ବର୍ଷ ଆହୁରୀ ଛାତ୍ର ଛାତ୍ରୀ କୁତ କାର୍ଯ୍ୟ ହେବେ ବୋଲି ପ୍ରଧାନ ଆଚାର୍ଯ୍ୟ ଶ୍ରୀ ପଣ୍ଡା ପ୍ରକାଶ କରି ଧନ୍ୟବାଦ ଜଣାଇଛନ୍ତି।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

