ନ୍ୟୁଜ ଗ୍ୟାଲେରି, ଧର୍ମଗଡ: ଧର୍ମଗଡ଼ ବ୍ଲକ ବେହେରା ଧଅରପୁର ରାଜସ୍ୱ ନିରୀକ୍ଷକ ଅଧିନ ବିଭିନ୍ନ ଗ୍ରାମ ର ହିତାଧିକାରୀ ଙ୍କୁ ଘରଡିହ ପଟ୍ଟା ବଣ୍ଟନ ହୋଇ ହୋଇଯାଇଛି।ଏହି ଅବସରରେ ବେହେରା ସ୍ଥିତ ରାଜସ୍ୱ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ହିତାଧିକାରୀଙ୍କୁ ପଟ୍ଟା ପ୍ରଦାନ କରାଯାଇଛି।ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ସୁଧୀର ପାଟ୍ଟଯୋଷୀ ଯୋଗ ଦେଇ ନିଜ ହସ୍ତରେ ପଟ୍ଟା ପ୍ରଦାନ କରିଥିଲେ।
କାର୍ଯ୍ୟକ୍ରମ ର ସମ୍ମାନିତ ଅତିଥି ଧର୍ମଗଡ଼ ଉପଜିଲ୍ଲାପାଳ ପ୍ରେକ୍ଷା ଅଗ୍ରୱାଲ ଧର୍ମଗଡ ତହସିଲଦାର କୀର୍ତ୍ତି ଚନ୍ଦ୍ର ପ୍ରଧାନ -ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଶୀ, ବେହେରା ଗ୍ରାମ ପଞ୍ଚାୟତ ସରପଞ୍ଚ କୁମୁଦିନି ଗୋଇନ୍ଟା,ସମିତି ସଭ୍ୟ-କିଶୋର ଗୋପାଳ, ଛଞ୍ଚାଣବାହେଲି ସରପଞ୍ଚ -ପ୍ରୀତି ବେମାଲ,ଟେଣ୍ଡାପାଲି ସରପଞ୍ଚ ଗୌଲୋଚନ ଗୋପାଳ ପ୍ରମୁଖ ଉପସ୍ଥିତ ରହିଥିଲେ।ଛଞ୍ଚାଣବାହେଲି ପଞ୍ଚାୟତ ବେହେରାଗୁଡା ଗ୍ରାମର ୨୮ଜଣ ହିତାଧିକାରୀ ଙ୍କୁ ୪ଡିସମିଲ ଘର ଡ଼ିହ ପଟ୍ଟା ମିଳିଥିବା ବେଳେ ବେହେରା ପଞ୍ଚାୟତ ବେହେରା ଗ୍ରାମର ୨୬ଜଣ,ଟେଣ୍ଡାପାଲି ପଞ୍ଚାୟତ ଟେଣ୍ଡାପାଲି ଗ୍ରାମର ୧୦ଜଣ ଓ ଛତାଗହୀର ଗ୍ରାମର ୮ଜଣ ହିତାଧିକାରୀ ଙ୍କୁ ପଟ୍ଟା ପ୍ରଦାନ କରାଯାଇଛି।ସରକାର ଘରଡ଼ିହ ନ ଥିବା ହିତାଧିକାରୀ ମାନଙ୍କୁ ବସୁନ୍ଧରା ଯୋଜନା ମାଧ୍ୟମରେ ଘର ଡିହ ବାବଦ କୁ ୪ଡିସମିଲ ଡିହ ଯୋଗାଇ ଦେବା ବ୍ୟବସ୍ଥା କରିଛନ୍ତି।ହିତାଧିକାରୀ ମାନେ ପଟ୍ଟା ଗ୍ରହଣ କରି ବେଶ ଉତ୍ସାହିତ ଥିବା ଜଣାପଡିଛି।ଅନ୍ୟପଟେ ଗରିବ ଙ୍କ ହିତ ଦୃଷ୍ଟି ରୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବା କୁ ବିଜେପି ସରକାର ପ୍ରତିବଦ୍ଧ ଥିବା ବିଧାୟକ ସୁଧୀର ପାଟ୍ଟଯୋଷୀ ପ୍ରକାଶ କରିଛନ୍ତି। ଧର୍ମଗଡ଼ ରୁ ହେମନ୍ତ କୁମାର ମାଝୀ ଙ୍କ ରିପୋଟ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

