ନ୍ୟୁଜ ଗ୍ୟାଲେରି, ମ.ରାମପୁର:କଳାହାଣ୍ଡି ଜିଲ୍ଲା କର୍ଲ।ମୁଣ୍ତା ବ୍ଲକ ଅନ୍ତର୍ଗତ ଗଜବାହଲ ପଞ୍ଚାୟତ ସ୍ଥିତ ବାଲାଜୀ ରାଇସ ମିଲ ଭିତରେ କୌଣସି ସୂତ୍ର ରୁ ଖବର ପାଇଁ କେସିଙ୍ଗା ଏସ ଡ଼ି ପି ଓ ସନ୍ଦୀପ ମାଝୀ ଙ୍କ ନେତୃତ୍ୱରେ ରିଷିଡା ଗଜବାହଲ ଅଞ୍ଚଳରେ ବାଲାଜୀ ରାଇସ ମିଲ ଉପରେ ଚଢ଼ାଉ କରିଥିଲା । ରାଇସ ମିଲ ଭିତରେ ଜୁଆ ଖେଳୁଥିବା ସମୟରେ ମିଲ ମାଲିକ ଶଙ୍କରଲାଲ ଅଗ୍ରୱାଲ, ତୁଷୁରା ର ବିନୋଦ ଜୈନ, ଜଗଦମ୍ବା ରାଇସ ମିଲ ମାଲିକ ସୁନିଳ କେଡିଆ, ଯୋରାଡବରା ର ଦୁଇଜଣ ଯୁବକ ଙ୍କୁ ପୋଲିସ କାବୁ କରିଥିବା ସୂଚନା ମିଳିଛି । ଚଢ଼ାଉବେଳେ ୬୪,୩୯୦ ଟଙ୍କା, ଗୋଟିଏ କାର, ୬ ଗୋଟିଏ ମୋବାଇଲ ଫୋନ, ୭ ପକେଟ ତାସମୁଠା ଜବତ କରିଥିବା ଜଣା ପଡିଛି । କେସିଙ୍ଗା ଏସ ଡ଼ି ପି ଓ ସନ୍ଦୀପ ମାଝୀ ଙ୍କ ସହିତ, ରାମପୁର ଥାନା ଅଧିକାରିଣୀ ସଂଯୁକ୍ତା ପଧାନ ରିଷିଡା ଫାଣ୍ଡି ଅଧିକାରୀ ମନୁଆ ବିଡିକା ସମେତ ଅନ୍ୟାନ୍ୟ ପୋଲିସ ଦଳ ଥିବା ସୂଚନା ମିଳିଛି । ପୋଲିସ ୬୪ ହଜାର ତିନିଶହ ନବେ ଟଙ୍କା ଜବତ କରିଛନ୍ତି । ନିକଟରେ ଅମାଠ ଛକ ବେହେରା ରାଇସ ମିଲ କୁ ପ୍ରଶାସନ ସିଲ କରିଥିବା ବେଳେ ଏହି ବାଲାଜୀ ରାଇସ ମିଲ ଭିତରେ ବିଭିନ୍ନ ଅନେତିକ କାର୍ଯ୍ୟକଳାପ ଚାଲୁଥିବା ବେଳେ ବାହାର ଜିଲ୍ଲାରୁ ମଧ୍ୟ ଧାନ ଚୋରାଚାଲାଣ ମିଲକୁ ଆସୁଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ହେଉଥିବା ଦେଖିବାକୁ ମିଳିଛି।ଏଣୁ ଏହି ରାଇସ ମିଲ ମାନଙ୍କୁ ମଧ୍ୟ ସିଲ କରାଯାଉ ବୋଲି ଜନସାଧାରଣ ଦାବି କରିଛନ୍ତି ।
Latest entries
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ
ଜିଲ୍ଲା ଖବରOctober 6, 2026ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ “ନମୋ ସେବା ଗାଥା” ଅନ୍ତର୍ଗତ ପଥପ୍ରାନ୍ତ ନାଟକ ଅନୁଷ୍ଠିତ
ଜିଲ୍ଲା ଖବରOctober 6, 2026ଜିଲ୍ଲାସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର
ଜିଲ୍ଲା ଖବରOctober 4, 2026ଆସନ୍ତା ଅକ୍ଟୋବର ୮ ତାରିଖରେ ଓଡ଼ିଶା ବନ୍ଦ

