ନ୍ୟୁଜଗ୍ୟାଲେରି,ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଳକ ଅନ୍ତର୍ଗତ ଛିଳପା ଗ୍ରାମ ପଞ୍ଚାୟତ ଜେନା ଡଙ୍ଗରୀ ଠାରେ ବିକସିତ ଗ୍ରାମ ବିକସିତ ଓଡ଼ିଶା ପାଣ୍ଟି ରେ ଦଶ ଲକ୍ଷ ଟଙ୍କାର ଏକ ଉଦ୍ୟାନ ନିର୍ମାଣ ପାଇଁ ଆଜି ମୁଖ୍ୟ ଅତିଥି ଭାବରେ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଷୀ ଯୋଗ ଦେଇ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ସମ୍ମାନୀତ ଅତିଥି ଭାବରେ ଧର୍ମଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଦାଶିବ ନାଏକ, ବ୍ଳକ ଉପଧ୍ୟକ୍ଷା ଵଵିତା ପାଟ୍ଟଯୋଷୀ ଏ. ଇ, କରୁଣାକର ମୁର୍ମୁ ଜେ .ଇ, ପଦ୍ମାବତୀ ସେନାପତି ଯୋଗ ଦେଇ ଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଟିପିଗୁଡା ପୂର୍ବତନ ଜିଲ୍ଲାପରିଷଦ ସଭ୍ୟା ସୁକାନ୍ତି ସା, ସମାଜ ସେବୀ ଅପ୍ରେସ ସ୍ଵାଇଁ, ହିମାଂଶୁ ପଣ୍ଡା, ଚତୁର୍ଭୁଜ ତାଣ୍ଡି, ଲଲିତ ବାଗ, ମନୋଜ ପାଟ୍ଟଯୋଷୀ, ସମେତ ମହିଳା ସ୍ବୟଙ୍ଗ ସହାୟକ ଗୋଷ୍ଠୀର ମହିଳାମାନେ ଯୋଗ ଦେଇ ଥିଲେ।
ଛିଳପା ଗ୍ରାମ ପଞ୍ଚାୟତ ର ସମସ୍ତ କର୍ମଚାରୀ ଯୋଗ ଦେଇ ଉକ୍ତ କାର୍ଯ୍ୟକ୍ରମକୁ ସହଯୋଗ କରିଥିବା ବେଳେ ବିଧାୟକ ଶ୍ରୀ ପାଟ୍ଟଯୋଷୀ ରାଜ୍ୟ ସରକାରଙ୍କର ବିଭିନ୍ନ ଯୋଜନାର ବିଷୟ ରେ କହିବା ସହ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶୃତି ପାଳନ କରିବା ସହିତ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ସଵକାସାଥ ସଵକାଵିକାସ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ବିକଶିତ ଗ୍ରାମ ବିକସିତ ଓଡ଼ିଶା ଗଠନ କରିବାପାଇଁ ଆମେ ସମସ୍ତେ ଏକାଠି ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ସ୍ବପ୍ନ ପୂରଣ କରିବା ବୋଳି ବିଧାୟକ ଶ୍ରୀ ପାଟ୍ଟଯୋଷୀ କହିଥିଲେ। ଧର୍ମଗଡ଼ ହେମନ୍ତ କୁମାର ମାଝୀ ଙ୍କ ରିପୋଟ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

