ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ବି. ଆର ଗଭାଇଙ୍କୁ କୋର୍ଟରୁମ ଭିତରେ ଜୋତା ଫିଙ୍ଗି ଆକ୍ରମଣ ଘଟଣାକୁ ନେଇ ସାରା ଦେଶରେ ବିରୋଧାଭାସ ଦେଖିବାକୁ ମିଳିଛି। ଦେଶର ବିଭିନ୍ନ ରାଜନୈତିକ ଓ ସାମାଜିକ ସଂଗଠନ ପକ୍ଷରୁ ଏହାକୁ ନେଇ ଜୋରଦାର ପ୍ରଦର୍ଶନ କରାଯାଉଛି। ପ୍ରଧାନ ବିଚାରପତି ଜଣେ ଦଳିତ ସମ୍ପ୍ରଦାୟର ହୋଇଥିବାବେଳେ ତାଙ୍କୁ ଆକ୍ରୋଶମୂଳକ ଭାବେ ଆକ୍ରମଣ କରିଥିବା ଆଇନଜୀବୀ ରାକେଶ କିଶୋରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ଜୋର ଧରିଛି। ସମ୍ବିଧାନର ସର୍ବୋଚ୍ଚ ସୁରକ୍ଷାଦାତା ଅର୍ଥାତ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ଉପରେ ଆକ୍ରମଣ ସମଗ୍ର ଦେଶର ବହୁଜନ ସମାଜ ଉପରେ ଆକ୍ରମଣ ବୋଲି ଦର୍ଶାଇବା ସହିତ ଅଭିଯୁକ୍ତ ଆଇନଜୀବୀ ତଥା ତାଙ୍କ ପୂର୍ବରୁ କଥାବାଚକ ଅନିରୁଦ୍ଧଚାର୍ଯ୍ୟ ତାଙ୍କୁ ଖୋଲାଖୋଲି ଧମକ ଦେବା ଘଟଣାରେ କେନ୍ଦ୍ର ଗୃହ ବିଭାଗ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛି ଅନୁସୂଚିତ ଜାତି ଓ ଜନଜାତି ଆଇନଜୀବୀ ସଂଘ।
କଳାହାଣ୍ଡି ଜିଲ୍ଲା ଅନୁସୂଚିତ ଜାତି ଓ ଜନଜାତି ଆଇନଜୀବୀ ସଂଘ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ବୈତୁରା ଦୀପଙ୍କୁ ସାକ୍ଷାତ କରି ତାଙ୍କ ଜରିଆରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏହା କେବଳ ଦେଶର ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ପ୍ରତି ନୁହେଁ ଦେଶର ସମ୍ବିଧାନ, ସାରା ଦେଶର ସଂଖ୍ୟାବହୁଳ ଅନୁସୂଚିତ ଜାତି ଓ ଜନଜାତିଙ୍କ ପ୍ରତି ଘୋର ଅପମାନ ବୋଲି କହିବା ସହିତ ଏହି ଘଟଣାରେ ଦେଶର ରାଷ୍ଟ୍ରପତି ହସ୍ତକ୍ଷେପ କରିବାକୁ ସେମାନେ ଦାବି କରିଛନ୍ତି। ସଂଘ ପକ୍ଷରୁ ଧର୍ମେନ୍ଦ୍ର ନାଏକ, ସୀମାଞ୍ଚଳ ନାଏକ, ଦିଗାମ୍ବର ଦୁରିଆ, ବିନୋଦ କୁମାର ନାୟକ, ଛବିଲାଲ ନିଆଲ, ମଣ୍ଟୁ ନାଏକ, ମନୋଜ କୁମାର ନାଏକ, ବିମ୍ବାଧର ନାଏକ, ଗଣପତି ନାଏକ, ଗୌରଚନ୍ଦ୍ର ନାଏକ,ସଚ୍ଚିଦାନନ୍ଦ ମହାକୁଡ଼,ଯୁଧିଷ୍ଠିର ବାଗ, ଗୋରେଖ ନାଏକଙ୍କ ସମେତ ଲିଙ୍ଗରାଜ ଆଜାଦ, ଯତୀନ୍ଦ୍ର କର, ଢଗ ନାଏକ,କୀର୍ତ୍ତନ ନାଏକ ଯାଦବ, ସୁଶାନ୍ତ ଜାଲ, ଦୁର୍ଯ୍ୟୋଧନ ଠାକୁର,ଦିଗାମ୍ବର ଲୁହା, କ୍ଷୀରସିନ୍ଧୁ ନାଏକ, ସଚିକାନ୍ତ ବାଗ, ଉଦିଆ ସୁନା, ଜୟଦ୍ରଥ ମହାନନ୍ଦ, ଅନନ୍ତ ସୁନାନୀ, ସୁଶାନ୍ତ ଜାଲ, ମୂରଲୀ ନାଏକ, ଅଭିମନ୍ୟୁ ସାଗର, ପ୍ରଦୀପ ନାଏକ, ଲୋକନାଥ ନାଏକ ଏବଂ ଜିଲ୍ଲାର ବିଭିନ୍ନ ସାମାଜିକ ଓ ଗଣ ସଂଗଠନର କର୍ମକର୍ତ୍ତା ସାମିଲ ହୋଇଥିଲେ।
Latest entries
ଜିଲ୍ଲା ଖବରApril 6, 2026ଓଡ଼ିଆ ପକ୍ଷ ପାଳନ ଅବସରରେ ଏୈତିହ ଗଣଦୌଡ
ଜିଲ୍ଲା ଖବରApril 6, 2026କଳାହାଣ୍ଡିର ଅଭିଳାଷ ଆଇଆଇଏମ୍ ଟପ୍ପର
ଜିଲ୍ଲା ଖବରApril 5, 2026ଓଡ଼ିଆ ନାମ ଫଳକ ଅଭିଯାନ ଓ ସଚେତନତା ପଦଯାତ୍ରା
ଜିଲ୍ଲା ଖବରApril 3, 2026କଳାହାଣ୍ଡି ଓକିଲ ସଙ୍ଘ ର ନବ ନିର୍ବାଚିତ କର୍ମକର୍ତା ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

