ନ୍ୟୁଜଗ୍ୟାଲେରି,ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଳକ ଅନ୍ତର୍ଗତ ଗଡିଆଯୋର ଆମ୍ବ ତୋଟା ଠାରେ ଉପସଭାପତି ବୈକୁଣ୍ଠ ରଣା ଙ୍କ ସଭାପତିତ୍ବରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ କଳାହାଣ୍ଡି ଜିଲ୍ଲା ର ଅନେକ ଅଞ୍ଚଳରୁ ପଣ୍ଡରା ମାଳି ସମାଜ ର ସମାଜ କୁ ଭଳ ପାଉଥିବା ଵୁହୁସଂଖ୍ୟା ରେ ଲୋକ ଉପସ୍ଥିତ ଥିବା ବେଳେ ବିଭିନ୍ନ ଅଞ୍ଚଳରୁ ଆସିଥିବା ଲୋକ ନିଜ ନିଜ ମତ ପ୍ରକାଶ କରିଥିବା ବେଳେ ଗତ କିଛି ଦିନ ତଳେ ଚାହାରଵାହଳ ଧାନ ମଣ୍ଡି ଠାରେ ଏକ ମହାସଭା ଆୟୋଜିତ କରାଯାଇଥିଲା ଏଵଂ ଉକ୍ତ ସଭାରେ ସମାଜ ର ବିଭିନ୍ନ ପଦପଦବୀ ଘୋଷଣା କରାଯାଇଥିଲା ତାହା ସମାଜ ତରଫରୁ ଦୃଢ଼ ବିରୋଧରେ କରାଯାଇଥିଲା।
ସେହିପରି ପରିପ୍ରେକ୍ଷୀରେ ଆଜି ଗଡିଆଯୋର ଆମ୍ବ ତୋଟା ଠାରେ ଏକ ସାଧାରଣ ବୈଠକ ଆୟୋଜନ କରାଯାଉଥିବା ଏଵଂ ପୂର୍ବ ଗଠିତ ହୋଇଥିବା ସଭାପତି ଏଵଂ କୂଳପତି କୁ ମଧ୍ୟ ଆଜିର ବୈଠକ ସମାଜ ପକ୍ଷରୁ ଏକ ଚିଠି ପଠାଯାଇଥିଲା ହେଲେ ଉକ୍ତ ବୈଠକରେ ସଭାପତି କିମ୍ବା କୂଳପତି ର ଅନୁପସ୍ଥିତି କୁ ନେଇ ଆଜିର ବୈଠକରେ ସମାଜ ପକ୍ଷରୁ ଦୃଢ଼ ବିରୋଧ କରାଯାଇଥିଲା । ବୈଠକରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ସମାଜ ଲୋକଙ୍କ ସହମତି କ୍ରମେ ପୁଣି ଏକ ମହାସଭା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଉକ୍ତ ମହାସଭା କୁ ସୂଚାରୁ ରୂପେ ଆୟୋଜନ କରିବା ପାଇଁ ପ୍ରତ୍ୟେକ ବ୍ଳକ ରୁ ଦଶ ଦଶ ଜଣ ଲୋକ ଙ୍କୁ ନେଇ ଏକ କୋର କମିଟି ଗଠନ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ସେହିପରି କଲମପୁର ଅଞ୍ଚଳରୁ ଉମାଶଙ୍କର ପୂଝାରୀ, ମଧୁସୂଦନ ନାଏକ, ଚନ୍ଦ୍ର ନାଏକ, କ୍ଷୀରୋଦ ନାଏକ, କୋକସରା ଅଞ୍ଚଳରୁ ଭଜମନ ନାଏକ, ଗୋବର୍ଦ୍ଧନ ନାଏକ, କ୍ଷୀର ସିନ୍ଧୁ ଵୋଡକିଆ, ଗୋଲାମୁଣ୍ଡା ଅଞ୍ଚଳରୁ ତୁଲେଶ୍ଵର ନାଏକ, ଥଵିର ନାଏକ, କୃଷ୍ଟ ଚନ୍ଦ୍ର ନାଏକ, ବିପିନ ନାଏକ, ଧର୍ମଗଡ଼ ଅଞ୍ଚଳ ରୁ ଵିଦ୍ୟା ଧର ନାଏକ, ପ୍ରେମ ଲାଳ ନାଏକ, ଜୟ ଶଙ୍କର ନାଏକ, ଗିରି ପ୍ରସାଦ ନାଏକ, ମନୋଜ ନାଏକ, ଉଦିତ ନାଏକ, ସମେତ ବହୁଲୋକ ଉପସ୍ଥିତ ଥିଲେ। ଧର୍ମଗଡ଼ ରୁ ହେମନ୍ତ କୁମାର ମାଝୀ ଙ୍କ ରିପୋଟ।
Latest entries
ଜିଲ୍ଲା ଖବରOctober 23, 2025ଯୁବ ସମାଜ ପାଇଁ ତମାଖୁ ମୁକ୍ତ ଅଭିଯାନ
ଜିଲ୍ଲା ଖବରOctober 22, 2025ଦୀପାବଳି ଉପଲକ୍ଷେ ଚଣ୍ଡୀ ମହାଯଜ୍ଞ
ଜିଲ୍ଲା ଖବରOctober 22, 2025ଦୀର୍ଘ ଦଶ ବର୍ଷ ସଂଘର୍ଷ ର ଫଳ ପାଇଲେ ଗଣ୍ଡାମେର ଗ୍ରାମ ବାସୀ
ଜିଲ୍ଲା ଖବରOctober 18, 2025ଭବେନ୍ଦ୍ର ପଣ୍ଡା ଙ୍କୁ ଜିଲ୍ଲା ବିଜେପି ପକ୍ଷରୁ ସମ୍ବର୍ଦ୍ଧନା

