ନ୍ୟୁଜଗ୍ୟାଲେରି,ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଳକ ଅନ୍ତର୍ଗତ ଗଡିଆଯୋର ଆମ୍ବ ତୋଟା ଠାରେ ଉପସଭାପତି ବୈକୁଣ୍ଠ ରଣା ଙ୍କ ସଭାପତିତ୍ବରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ କଳାହାଣ୍ଡି ଜିଲ୍ଲା ର ଅନେକ ଅଞ୍ଚଳରୁ ପଣ୍ଡରା ମାଳି ସମାଜ ର ସମାଜ କୁ ଭଳ ପାଉଥିବା ଵୁହୁସଂଖ୍ୟା ରେ ଲୋକ ଉପସ୍ଥିତ ଥିବା ବେଳେ ବିଭିନ୍ନ ଅଞ୍ଚଳରୁ ଆସିଥିବା ଲୋକ ନିଜ ନିଜ ମତ ପ୍ରକାଶ କରିଥିବା ବେଳେ ଗତ କିଛି ଦିନ ତଳେ ଚାହାରଵାହଳ ଧାନ ମଣ୍ଡି ଠାରେ ଏକ ମହାସଭା ଆୟୋଜିତ କରାଯାଇଥିଲା ଏଵଂ ଉକ୍ତ ସଭାରେ ସମାଜ ର ବିଭିନ୍ନ ପଦପଦବୀ ଘୋଷଣା କରାଯାଇଥିଲା ତାହା ସମାଜ ତରଫରୁ ଦୃଢ଼ ବିରୋଧରେ କରାଯାଇଥିଲା।
ସେହିପରି ପରିପ୍ରେକ୍ଷୀରେ ଆଜି ଗଡିଆଯୋର ଆମ୍ବ ତୋଟା ଠାରେ ଏକ ସାଧାରଣ ବୈଠକ ଆୟୋଜନ କରାଯାଉଥିବା ଏଵଂ ପୂର୍ବ ଗଠିତ ହୋଇଥିବା ସଭାପତି ଏଵଂ କୂଳପତି କୁ ମଧ୍ୟ ଆଜିର ବୈଠକ ସମାଜ ପକ୍ଷରୁ ଏକ ଚିଠି ପଠାଯାଇଥିଲା ହେଲେ ଉକ୍ତ ବୈଠକରେ ସଭାପତି କିମ୍ବା କୂଳପତି ର ଅନୁପସ୍ଥିତି କୁ ନେଇ ଆଜିର ବୈଠକରେ ସମାଜ ପକ୍ଷରୁ ଦୃଢ଼ ବିରୋଧ କରାଯାଇଥିଲା । ବୈଠକରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ସମାଜ ଲୋକଙ୍କ ସହମତି କ୍ରମେ ପୁଣି ଏକ ମହାସଭା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଉକ୍ତ ମହାସଭା କୁ ସୂଚାରୁ ରୂପେ ଆୟୋଜନ କରିବା ପାଇଁ ପ୍ରତ୍ୟେକ ବ୍ଳକ ରୁ ଦଶ ଦଶ ଜଣ ଲୋକ ଙ୍କୁ ନେଇ ଏକ କୋର କମିଟି ଗଠନ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ସେହିପରି କଲମପୁର ଅଞ୍ଚଳରୁ ଉମାଶଙ୍କର ପୂଝାରୀ, ମଧୁସୂଦନ ନାଏକ, ଚନ୍ଦ୍ର ନାଏକ, କ୍ଷୀରୋଦ ନାଏକ, କୋକସରା ଅଞ୍ଚଳରୁ ଭଜମନ ନାଏକ, ଗୋବର୍ଦ୍ଧନ ନାଏକ, କ୍ଷୀର ସିନ୍ଧୁ ଵୋଡକିଆ, ଗୋଲାମୁଣ୍ଡା ଅଞ୍ଚଳରୁ ତୁଲେଶ୍ଵର ନାଏକ, ଥଵିର ନାଏକ, କୃଷ୍ଟ ଚନ୍ଦ୍ର ନାଏକ, ବିପିନ ନାଏକ, ଧର୍ମଗଡ଼ ଅଞ୍ଚଳ ରୁ ଵିଦ୍ୟା ଧର ନାଏକ, ପ୍ରେମ ଲାଳ ନାଏକ, ଜୟ ଶଙ୍କର ନାଏକ, ଗିରି ପ୍ରସାଦ ନାଏକ, ମନୋଜ ନାଏକ, ଉଦିତ ନାଏକ, ସମେତ ବହୁଲୋକ ଉପସ୍ଥିତ ଥିଲେ। ଧର୍ମଗଡ଼ ରୁ ହେମନ୍ତ କୁମାର ମାଝୀ ଙ୍କ ରିପୋଟ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

