ଜିଲ୍ଲା ଖବର ଶିକ୍ଷା ଅନୁଷ୍ଠାନରେ ପଛୁଆବର୍ଗ ସଂରକ୍ଷଣ ଏକ ଐତିହାସିକ ନିଷ୍ପତ୍ତି। By Hemant Kumar Ray May 25, 2025May 25, 2025 0 minutes, 0 seconds Read 255 ନ୍ୟୁଜ ଗ୍ୟାଲେରି,ଧର୍ମଗଡ଼: ଶିକ୍ଷା ଅନୁଷ୍ଠାନରେ ପଛୁଆବର୍ଗ ସଂରକ୍ଷଣ ଐତିହାସିକ ନିଷ୍ପତ୍ତି ବୋଲି ଭାରତୀୟ ଜନତା ପାର୍ଟିର ଜିଲ୍ଲା ସଭାପତି ଯୁଗଳ କିଶୋର ପୋଢ଼ ପ୍ରକାଶ କରିଛନ୍ତି।ଦୃଢ ଓ ଦୂର ଦୃଷ୍ଟି ସମ୍ପନ୍ନ ଇଛା ଶକ୍ତିଥିଲେ ସବୁ ସମ୍ଭବ ବୋଲି ମୋହନ ସରକାର ପ୍ରମାଣିତ କରିଛନ୍ତି।ନୂତନ ସଂରକ୍ଷଣ ବ୍ୟବସ୍ଥା ଦ୍ୱାରା ୫୪ ପ୍ରତିଶତ ପଛୁଆବର୍ଗ ଲୋକେ ଉପକୃତ ହେବେ ବୋଲି ଧର୍ମଗଡ ହୋଟେଲ ରାଜ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ଶ୍ରୀ ପୋଡ ଓ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଷୀ ପ୍ରକାଶ କରିଥିଲେ।ବିଗତ ସରକାର ପଛୁଆବର୍ଗଙ୍କୁ ସାମ୍ବିଧାନିକ ଅଧିକାର ଦେଇ ନ ଥିଲେ ଫଳରେ ପଞ୍ଚାୟତ ଓ ପୌର ନିର୍ବାଚନରେ ସଂରକ୍ଷଣରୁ ପଛୁଆବର୍ଗ ବଂଚିତ ହୋଇଥିଲେ। ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରେ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଇ ଓଡ଼ିଶାବାସୀଙ୍କ ଆସ୍ଥାଭାଜନ ହୋଇପାରିଛି । ପଛୁଆ ବର୍ଗର ବିକାଶ ପାଇଁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନଚରଣ ମାଝୀ ଏକ ଐତିହାସିକ ନିଷ୍ପତି ନେଇଛନ୍ତି । ସାମାଜିକ ଓ ଆର୍ଥିକଭାବେ ପଛୁଆ ବର୍ଗ (ଏସ୍ଇବିସି)ର ଛାତ୍ରୀଛାତ୍ରଙ୍କ ପାଇଁ କ୍ଷେତ୍ରରେ ୧୧.୨୫% ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯାଇଥିବାରୁ ଧର୍ମଗଡ଼ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ କଳାହାଣ୍ଡି ଜିଲ୍ଲା ବିଜେପି ସଭାପତି ଯୁଗଳ କିଶୋର ପୋଡ ଧନ୍ୟବାଦ ଜଣାଇଥିଲେ।ଏହି ସାମ୍ବାଦିକ ସମ୍ବିଳନୀ ରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋଜ କୁମାର ମେହେର ଯୋଗ ଦେଇ ଏହି ସଂରକ୍ଷଣ ବ୍ୟବସ୍ଥା ଦ୍ବାରା ପଛୁଆ ବର୍ଗରେ ଥିବା ୫୪ପ୍ରତିଶତ ଲୋକ ଉପକୃତ ହେବେ । ସେମାନଙ୍କ ପାଇଁ ଏହି ଦିନଟି ସ୍ମରଣୀୟ ଦିନ ହୋଇ ରହିବ ବୋଲି କହିଥିଲେ।ଜିଲ୍ଲା ଓଵିସି ମୋର୍ଚ୍ଚା ସଂପାଦକ ସଂପାଦକ ଟଙ୍କଧର ନାଏକ, ଜିଲ୍ଲା ଉପସଭାପତି ଲକ୍ଷ୍ମୀକାନ୍ତ ବାଗ, ଜିଲ୍ଲା ସାଧାରଣ ସଂପାଦକ ଜୟ ଶଙ୍କର ନାଏକ,ଧର୍ମଗଡ ନଗରପାଳ ଅଶୋକ କୁମାର ମହାନ୍ତି, ପୁର୍ବତନ ଜିଲ୍ଲା ପରିଷଦ ସଦସ୍ୟା ସୁକାନ୍ତି ସା, ଓବିଶି ନେତା ସୋମେଶ ବୋଡ଼େକ,ଯାଦବ ନେତା ଘନଶ୍ୟାମ ଭାଟି ଓ ପଙ୍କଜ ଲହଜଳ ପ୍ରମୁଖ ଉପସ୍ଥିତ ଥିଲେ। ଧର୍ମଗଡ଼ ରୁ ହେମନ୍ତ କୁମାର ମାଝୀ ଙ୍କ ରିପୋଟ। Hemant Kumar Ray Editor, News Gallery Mob: 9439506580 Email: newsgallery.in@gmail.com Latest entries ଜିଲ୍ଲା ଖବରMay 28, 2026ସାମ୍ବାଦିକଙ୍କ ପିତୃ ବିୟୋଗ ଜିଲ୍ଲା ଖବରMay 15, 2026ମହାରାଜା ବ୍ରଜ ମୋହନ ଦେଓ ଙ୍କ ୧୩୦ ତମ ଜୟନ୍ତୀ ଜିଲ୍ଲା ଖବରMay 4, 2026ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ ପାଳିତ ଜିଲ୍ଲା ଖବରMay 3, 2026ମା ମାଣିକେଶ୍ୱରୀ ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ
ଜିଲ୍ଲା ଖବର ଉତ୍କଳ ଆଲୁମିନା ପକ୍ଷରୁ ଥୁଆମୂଲ୍ ରାମପୁର ବ୍ଲକରେ ଛାତ୍ରୀମାନଙ୍କ ପାଇଁ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର By Hemant Kumar Ray November 5, 2025November 5, 2025
ଜିଲ୍ଲା ଖବର କଂଗ୍ରେସ ଦଳ ର ଦୋମୁହାଁ ନୀତି ବିରୁଦ୍ଧ ରେ ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ By Hemant Kumar Ray July 23, 2025July 23, 2025