ସାମୁହିକ ସାବିତ୍ରୀ ବ୍ରତ ପାଳନ କଲେ ସାଧବା ନାରୀ

0 minutes, 0 seconds Read

ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା: ସାବିତ୍ରୀ ଅମାବାସ୍ୟା ବିଭିନ୍ନ ମନ୍ଦିର, ପୀଠ ରେ ସ୍ବାମୀଙ୍କ ମଙ୍ଗଳ ମନାସୀ ବ୍ରତ ପାଳୁଛନ୍ତି ସଧବା ଏହି ପରିପେକ୍ଷ ରେ ଆଜି ଇରିଗେସଂ କଲୋନୀ  ଠାରେ ସାଧବୀ ମାନେ ପୂଜା ଅର୍ଚ୍ଚନା କରି ହିନ୍ଦୁ ଶାସ୍ତ୍ର ଅନୁସାରେ ଯମରାଜଙ୍କ ପଛରେ ଯାଇ ସ୍ବାମୀ ସତ୍ୟବାନଙ୍କ ଜୀବନ ଫେରାଇ ଆଣିଥିଲେ ସାବିତ୍ରୀ । ସେହି ପୌରାଣିକ କଥାକୁ ମନେ ପକାଇ ସ୍ବାମୀଙ୍କ ଦୀର୍ଘ ଜୀବନ କାମନା କରି ପୂଜା କରୁଛନ୍ତି ବିବାହିତା ମହିଳାମାନେ। ରାଜ୍ୟର ବିଭିନ୍ନ ପୀଠରେ ସକାଳୁ ସକାଳୁ ପୂଜା କରିବାକୁ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼।ହାତରେ ଭୋଗ, ମନରେ ଉତ୍ସାହ ନେଇ ଦେବାଳୟକୁ ଯାଇଛନ୍ତି ସଧବା । ନୂଆ ଶାଢୀ, ସଙ୍ଖା, ସିନ୍ଦୁର ଓ ଅଳତା ସହିତ ବିଭିନ୍ନ ପ୍ରକାର ଫଳ ନେଇ ପୂଜାର୍ଚ୍ଚନା କରୁଛନ୍ତି । ଘରେ ଘରେ ବି ସାବିତ୍ରୀଙ୍କ ପ୍ରତିମା ଗଢି ବ୍ରତ କଥା ଗାଇ ପୂଜା କରୁଛନ୍ତି ସଧବା ନାରୀ । ଏହି ବ୍ରତ ପାଇଁ ଭବାନୀପାଟଣା ବଜାର ରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇ ଥିଲା ବେପାରୀ ମାନେ ମଧ୍ୟ ଭଲ ଦୁଇ ପଇସା ପାଇ ଥିବା ଜଣା ପଡ଼ିଛି। ବିଶେଷ କରି ପାଣି ପାଗ ବିଭାଗ ର ଆକଳନ ର ସାତ ଦିନ ପୂର୍ବରୁ କେରଳ କୁ ମୌସୁମୀ ପ୍ରବେଶ କରିବା ପରେ ଆମ ରାଜ୍ୟ ଓଡ଼ିଶା ରେ କାଳ ବୈଶାଖୀ ବର୍ଷା ସହିତ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହୋଇଥିବାରୁ ଚାଷୀ କୂଳ ମଧ୍ୟ ଉତ୍ସାହିତ ଅଛନ୍ତି ସେଥିପାଇଁ ଏହି ସାବିତ୍ରୀ ବ୍ରତ କୁ ମହା ହର୍ଷଉଲ୍ଲାସ ରେ ପାଳନ କରୁଛନ୍ତି।

Hemant Kumar Ray
Editor, News Gallery
Mob: 9439506580
Email: newsgallery.in@gmail.com
author

Hemant Kumar Ray

Editor, News Gallery Mob: 9439506580 Email: newsgallery.in@gmail.com

Similar Posts