ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା: ସାବିତ୍ରୀ ଅମାବାସ୍ୟା ବିଭିନ୍ନ ମନ୍ଦିର, ପୀଠ ରେ ସ୍ବାମୀଙ୍କ ମଙ୍ଗଳ ମନାସୀ ବ୍ରତ ପାଳୁଛନ୍ତି ସଧବା ଏହି ପରିପେକ୍ଷ ରେ ଆଜି ଇରିଗେସଂ କଲୋନୀ ଠାରେ ସାଧବୀ ମାନେ ପୂଜା ଅର୍ଚ୍ଚନା କରି ହିନ୍ଦୁ ଶାସ୍ତ୍ର ଅନୁସାରେ ଯମରାଜଙ୍କ ପଛରେ ଯାଇ ସ୍ବାମୀ ସତ୍ୟବାନଙ୍କ ଜୀବନ ଫେରାଇ ଆଣିଥିଲେ ସାବିତ୍ରୀ । ସେହି ପୌରାଣିକ କଥାକୁ ମନେ ପକାଇ ସ୍ବାମୀଙ୍କ ଦୀର୍ଘ ଜୀବନ କାମନା କରି ପୂଜା କରୁଛନ୍ତି ବିବାହିତା ମହିଳାମାନେ। ରାଜ୍ୟର ବିଭିନ୍ନ ପୀଠରେ ସକାଳୁ ସକାଳୁ ପୂଜା କରିବାକୁ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼।ହାତରେ ଭୋଗ, ମନରେ ଉତ୍ସାହ ନେଇ ଦେବାଳୟକୁ ଯାଇଛନ୍ତି ସଧବା । ନୂଆ ଶାଢୀ, ସଙ୍ଖା, ସିନ୍ଦୁର ଓ ଅଳତା ସହିତ ବିଭିନ୍ନ ପ୍ରକାର ଫଳ ନେଇ ପୂଜାର୍ଚ୍ଚନା କରୁଛନ୍ତି । ଘରେ ଘରେ ବି ସାବିତ୍ରୀଙ୍କ ପ୍ରତିମା ଗଢି ବ୍ରତ କଥା ଗାଇ ପୂଜା କରୁଛନ୍ତି ସଧବା ନାରୀ । ଏହି ବ୍ରତ ପାଇଁ ଭବାନୀପାଟଣା ବଜାର ରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇ ଥିଲା ବେପାରୀ ମାନେ ମଧ୍ୟ ଭଲ ଦୁଇ ପଇସା ପାଇ ଥିବା ଜଣା ପଡ଼ିଛି। ବିଶେଷ କରି ପାଣି ପାଗ ବିଭାଗ ର ଆକଳନ ର ସାତ ଦିନ ପୂର୍ବରୁ କେରଳ କୁ ମୌସୁମୀ ପ୍ରବେଶ କରିବା ପରେ ଆମ ରାଜ୍ୟ ଓଡ଼ିଶା ରେ କାଳ ବୈଶାଖୀ ବର୍ଷା ସହିତ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହୋଇଥିବାରୁ ଚାଷୀ କୂଳ ମଧ୍ୟ ଉତ୍ସାହିତ ଅଛନ୍ତି ସେଥିପାଇଁ ଏହି ସାବିତ୍ରୀ ବ୍ରତ କୁ ମହା ହର୍ଷଉଲ୍ଲାସ ରେ ପାଳନ କରୁଛନ୍ତି।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

