ଇରିଗେସନ କଲୋନି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବାର୍ଷିକଉତ୍ସବ

0 minutes, 0 seconds Read

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଭବାନୀପାଟଣା ପୌରାଞ୍ଚଳ ସ୍ଥିତ ଇରିଗେସନ କଲୋନି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବାର୍ଷିକଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ର ପ୍ରଧାନଶିକ୍ଷକ ନକୁଳ ବେହେରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟ କୁମାର ମାଝୀ ,ସମ୍ମାନିତ ଅତିଥି ଭାବେ ଏବିଇଓ ଜଗଦିଶ ମୁଣ୍ଡ , ଶିକ୍ଷକ ନେତା ଧିରେନ୍ଦ୍ର ପଟ୍ଟନାୟକ , ସି.ଆର.ସି.ସି. ପ୍ରଫୁଲ୍ଲ ଠାକୁର , ପରିଚାଳନା କମିଟୀ ସଦ୍ଭାପତି ଅଜିତ କୁମାର ନାୟକ,ସ୍ଥାନୀୟ ୱ୍ବାର୍ଡ଼ ମେମ୍ବର ଉତପଲ ଦାସ ଏବଂ ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ ପ୍ରକୃତି ବନ୍ଧୁ ପ୍ରଦୀପ କୁମାର ସାହୁ ଯୋଗଦାନ କରି ବିଦ୍ୟାଳୟ ର ବାର୍ଷିକଉତ୍ସବ ହିଁ ଛାତ୍ର-ଛାତ୍ରୀ ଙ୍କ ବହୁଗୁଣ ପ୍ରତିଦ୍ଭା କୁ ପ୍ରସଫୁଟିତ କରିବାରେ ସହାୟକ ହୋଇଥାଏ ବୋଲି ଉଦ୍‌ବୋଧନ ଦେଇଥିଲେ ଏବଂ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଛାତ୍ର-ଛାତ୍ରୀ ଙ୍କ ଦ୍ଵାରା ଚିତାକର୍ଷକ ରଙ୍ଗାରଙ୍ଗ ସାଂସ୍କୃତିତ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ଅବସର ପ୍ରାପ୍ତ ଶିକ୍ଷକ ରାଧେଶ୍ୟାମ ଦାସ ମଞ୍ଚ ସଂଯୋଜନା କରିଥିବାବେଳେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।ପ୍ରଧାନଶିକ୍ଷକ ନକୁଳ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Hemant Kumar Ray
Editor, News Gallery
Mob: 9439506580
Email: newsgallery.in@gmail.com
author

Hemant Kumar Ray

Editor, News Gallery Mob: 9439506580 Email: newsgallery.in@gmail.com

Similar Posts