Hemant Kumar Ray
Editor, News Gallery Mob: 9439506580 Email: newsgallery.in@gmail.com
ଏହି ଜନଗଣନା ଭାରତର ୧୬ ତମ ଜନଗଣନା ଏବଂ ସ୍ଵାଧିନତା ପରେ ଅଷ୍ଟମ ଜନଗଣନା ହେବ । ଏହା ଦୁଇଟି ପର୍ଯ୍ୟାୟରେ ସମ୍ପନ୍ନ ହେବ । ପ୍ରଥମ ପର୍ଯ୍ୟାୟରେ ଗୃହତାଲିକା ଓ ଗୃହଗଣନା ସବୁ ଏପ୍ରିଲ ୧୬ ତାରିଖ ରୁ ୧୫ ମଇ ପର୍ଯ୍ୟନ୍ତ ହେବ । ଏହା ପୂର୍ବରୁ ଏପ୍ରିଲ ୧ ରୁ ୧୫ ତାରିଖ ମଧ୍ୟରେ ଜନସାଧାରଣଙ୍କ ପାଇଁ ସ୍ଵ-ଗଣନା ସୁବିଧା ଉପଲବ୍ଧ ରହିବ, ଯାହା ମାଧ୍ୟମରେ ନାଗରିକମାନେ ନିଜ ତଥ୍ୟ ଅନଲାଇନ ୱେବସାଇଟ ଜରିଆରେ ପ୍ରଦାନ କରିପାରିବେ । ଦ୍ଵିତୀୟ ପର୍ଯ୍ୟାୟରେ ଜନସଂଖ୍ୟା ଗଣନା ଫେବୃଆରୀ ୯ ରୁ ୨୮ ପର୍ଯ୍ୟନ୍ତ ହେବ ଏବଂ ୨୦୨୭ ମାର୍ଚ୍ଚ ୧ ରୁ ୫ ମଧ୍ୟରେ ପୁନର୍ବୀକ୍ଷଣ କରାଯିବ । ଏହି ଜନଗଣନା ପ୍ରଥମ ଥର ପାଇଁ ସମ୍ପୂର୍ଣ୍ଣ ଡିଜିଟାଲ ପ୍ରଣାଳୀରେ କରାଯିବ । Census Management & Monitoring System (CMMS) ଓ ମୋବାଇଲ ଆପ୍ ମାଧ୍ୟମରେ ଗଣନାକାରୀମାନେ ଘର ଘର ଯାଇ ତଥ୍ୟ ସଂଗ୍ରହ କରିବେ । ଏହା ଦ୍ଵାରା ତଥ୍ୟର ସଠିକତା, ସ୍ପଷ୍ଟତା ଓ ଦ୍ରୁତ ମନିଟରିଙ୍ଗ ସୁନିଶ୍ଚିତ ହେବ । ଜିଲ୍ଲା ଭାରପ୍ରାପ୍ତ ପରିସଂଖ୍ୟାନ ଅଧିକାରୀ ପାଠକ ତାଲିମ ପ୍ରଦାନରେ ସହଯୋଗ କରିଥିଲେ । ଏହି ସମୀକ୍ଷା ତାଲିମ କାର୍ଯ୍ୟକ୍ରମରେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ (ପ୍ରୋବେଶନ) ଅନିମେସ ପ୍ରଧାନ, ଉପ ଜିଲ୍ଲାପାଳ ପ୍ରଭାତ କୁମାର ପରିଡା, ଅତିରିକ୍ତ ଉପ ଜିଲ୍ଲାପାଳ ଧର୍ମଗଡ଼ ଅଜୟ ପ୍ରକାଶ ତିର୍କୀ, ଡେପୁଟି କଲେକ୍ଟର (ନିର୍ବାଚନ) ମନୀଷା ଗୁପ୍ତା, ଜିଲ୍ଲାର ସମସ୍ତ ତହସିଲଦାର, ମୁନିସିପାଲିଟି, ଏନ୍.ଏ.ସି. ର ନିର୍ବାହୀ ଅଧିକାରୀ, ସମ୍ପୃକ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗଦେଇ ଥିଲେ ।
Editor, News Gallery Mob: 9439506580 Email: newsgallery.in@gmail.com
