ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ଲୌହ ମାନବ ସର୍ଦ୍ଦାର ବଲ୍ଲଭାଇ ପଟେଲଙ୍କର ୧୫୦ ତମ ଜୟନ୍ତି ସାରା ଦେଶରେ ମହାସମାରୋହରେ ପାଳନ କରାଯାଉଅଛି।ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲାରେ ମଧ୍ଯ ଆସନ୍ତା ୨୪ ଓ ୨୫ ତାରିଖ ରେ ୩ଟି ସ୍ଥାନରେ ପାଳନ କରାଯିବ ଯଥା ଜିଲ୍ଲା ସଦରମହକୁମା ଭବାନିପାଟଣା , ନର୍ଲା ଓ ଧର୍ମଗଡ୍ ଠାରେ ଭାରତ ସରକାରଙ୍କ ମେରା ଯୁବ ଭାରତ, ଜିଲ୍ଲା ସଂସ୍କୃତି ବିଭାଗ ଓ ଜିଲ୍ଲାକ୍ରୀଡା ବିଭାଗ ତରଫରୁ ମିଳିତ ଆନୁକୁଲ୍ୟରେ ଭବାନୀପାଟଣା ଠାରେ ଚଳିତ ମାସ ୨୪ ତାରିଖ ସକାଳ ୭ଟା ରେ ଓ ଧର୍ମଗଡ୍ ରେ ଅପରାହ୍ନ ୨ଟା ସମୟ ରେ ଆରମ୍ଭ ହେବ ଓ ୨୫ ତାରିଖ ଦିନ ସକାଳ ୭ଟା ରେ ନର୍ଲା ଠାରେ ଆରମ୍ଭ ହେବ । ଏଥିରେ ପଦଯାତ୍ରା, ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
ଏହି ଅବସରରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭା ଗୃହରେ ଲୋକସଭା ସଦସ୍ୟ କଳାହାଣ୍ଡି ମାଳବିକା ଦେବୀ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ଉପ ଜିଲ୍ଲାପାଳ ପ୍ରଭାତ କୁମାର ପରିଡା ଙ୍କ ଉପସ୍ଥିତିରେ ଏକ ଖବର ଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଉପସ୍ଥିତ ଜିଲ୍ଲା ର ବିଭିନ୍ନ ଗଣମାଧ୍ୟମ ର ପ୍ରତିନିଧିଙ୍କୁ ମାନନୀୟ ସାଂସଦ ମାଳବିକା ଦେବୀ ସମ୍ବୋଧନ କରି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ର ରୂପ ରେଖ ସମ୍ପର୍କରେ ସୂଚନା ଦେଇ ଜିଲ୍ଲାର ସମସ୍ତ ବର୍ଗର ଲୋକଙ୍କୁ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସାମିଲ ହୋଇ ଏକତା ଦିବସ ରେ ଅଂଶଗ୍ରହଣ କରି ଜାତୀୟ ଏକତା କୁ ସୁଦୃଢ଼ କରିବା ପାଇଁ ଆହ୍ଵାନ ଦେଇଥିଲେ। ଜିଲ୍ଲାପାଳ ଶ୍ରୀ ପ୍ରକାଶ ସମସ୍ତ ଙ୍କୁ ସ୍ଵାଗତ ଜଣାଇ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ର ସଫଳ ରୂପାୟନ ରେ ପ୍ରସାର ପ୍ରଚାର ଦିଗରେ ଗଣମାଧ୍ୟମ ର ସହଯୋଗ କାମନା କରିଥିଲେ। ଏଥିରେ ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ପାଢି, ମେରାଯୁବଭାରତ ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ ମେହେର, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରୂପସିଂ ରାଉତ, ଶିଶୁ ସୁରକ୍ଷା ୟୁନିଟ୍ ର ଅଂଶୁମାନ ବାବୁ ଙ୍କ ସମେତ ଜିଲ୍ଲାର ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଯୋଗଦେଇ ଥିଲେ।ଏହି ଅବସରରେ ଲୌହ ମାନବ ସର୍ଦାର ପଟେଲ ଙ୍କ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ପାଇଁ ସାଂସଦ ଓ ଜିଲ୍ଲାପାଳଙ୍କ ଦ୍ଵାରା ଟି ସାଟ୍ ଏବଂ ପୋଷ୍ଟର ଉନ୍ମଚନ ହୋଇଥିଲା। ଶେଷରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ନିଆଲ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Latest entries
ଜିଲ୍ଲା ଖବରDecember 14, 2025ବରିଷ୍ଠ ନାଗରିକ ତୀର୍ଥଯାତ୍ରା ତାମିଲନାଡୁ ସ୍ଥିତ ରାମେଶ୍ଵରମ ଓ ମଦୁରାଇ ଯାତ୍ରା ।
ଜିଲ୍ଲା ଖବରDecember 11, 2025ଧର୍ମଗଡ ମୁଖ୍ୟ ରାସ୍ତା ଜବରଦଖଲ ଉଚ୍ଛେଦ।
ଜିଲ୍ଲା ଖବରDecember 11, 2025ବ୍ଲକ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ
ଜିଲ୍ଲା ଖବରDecember 11, 2025ଧର୍ମଗଡ଼ ଠାରେ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ପାଇଁ ପ୍ରସ୍ତୁତି ବୈଠକ।

