Hemant Kumar Ray
Editor, News Gallery Mob: 9439506580 Email: newsgallery.in@gmail.com
୧୯୮୫ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭବାନୀପାଟଣା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ।୧୯୮୯, ୧୯୯୬ ଓ ୨୦୦୯ ଭାରତୀୟ ସାଧାରଣ ନିର୍ବାଚନରେ ସେ କଳାହାଣ୍ଡି ଲୋକ ସଭା ନିର୍ବାଚନତ ହୋଇଥିଲା। ସେ ଜଣେ ଛାତ୍ର ନେତା ଭାବେ ଜୟପ୍ରକାଶ ନାରାୟଣଙ୍କ ଆନ୍ଦୋଳନରେ ସାମିଲ ହୋଇଥିଲେ। ପରେ ସେ ରାଜନୀତିରେ ଯୋଗଦେଇଥିଲେ। ପରିବେଶ ସୁରକ୍ଷା ଓ ଚାଷୀଙ୍କ ସମସ୍ୟା ନେଇ କଳାହାଣ୍ଡି ଜିଲ୍ଲାରେ ବଡ଼ ଧରଣର ଆନ୍ଦୋଳନ କରିଥିଲେ ଭକ୍ତ ଚରଣ ଦାସ। ମାତ୍ର ୩୦ ବର୍ଷ ବୟସରେ ୧୯୮୯ ମସିହାରେ ସେ ଜନତା ପାର୍ଟି ଟିକଟରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ।
ଚନ୍ଦ୍ରଶେଖରଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ସେ କେନ୍ଦ୍ର ରେଳ ମନ୍ତ୍ରୀ ହୋଇଥିଲେ। ପରବର୍ତ୍ତୀ ସମୟରେ ଭକ୍ତ ଚରଣ ଦାସ କଂଗ୍ରେସରେ ଯୋଗଦେଇଥିଲେ। ସେ ବିହାର ସମେତ ବିଭିନ୍ନ ରାଜ୍ୟର କଂଗ୍ରେସ ପ୍ରଭାରୀ ଦାୟିତ୍ୱ ତୁଲାଇଥିଲେ। ଶ୍ରୀ ଦାସ କଂଗ୍ରେସର ମୁଖପାତ୍ର ମଧ୍ୟ ରହିଥିଲେ। ଏବେ ଦୀର୍ଘ ଦିନ ଧରି ଖାଲିପଡ଼ିଥିବା ରାଜ୍ୟ ପିସିସି ସଭାପତି ପଦରେ ତାଙ୍କୁ ଅଭିଷିକ୍ତ କରାଯାଇଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏହି ପଦବୀ ପାଇଁ ତାଙ୍କୁ ନିଯୁକ୍ତି ଦେଇଛନ୍ତି। ଗତ ବିଧାନସଭା ନିର୍ବାଚନରେ ତାଙ୍କ ପୁଅ ସାଗର ଚରଣ ଦାସ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଛନ୍ତି ।କଂଗ୍ରେସ ଦଳର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସ ଓଡ଼ିଶା କଂଗ୍ରେସ ସଭାପତି ନିଯୁକ୍ତ ହେବା ପରେ ବିଶେଷ କରି କଳାହାଣ୍ଡି ଜିଲ୍ଲାରେ ତାଙ୍କର ସମର୍ଥକ ଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି।
Editor, News Gallery Mob: 9439506580 Email: newsgallery.in@gmail.com
