ନ୍ୟୁଜ ଗ୍ୟାଲେରି, ଧର୍ମଗଡ଼:(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବିଧାନସଭା ଅନ୍ତର୍ଗତ ଧର୍ମଗଡ଼ ନଗର ମଣ୍ଡଳ,ଖଇରପଦର ମଣ୍ଡଳ, ଏଵଂ ଟିପିଗୁଡା ଏବଂ ଧର୍ମଗଡ଼ ନଗର ସଭାପତି ସୈାରଭ ମତ୍ତଲ ଙ୍କ ଅଧ୍ୟକ୍ଷତା ରେ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟ ଠାରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପୁଣ୍ୟତିଥି ସମର୍ପଣ ଦିବସ ପାଳନ ହୋଇଯାଇଛି।
ମୁଖ୍ୟ ଅତିଥି ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଷୀ ଯୋଗ ଦେଇ ଥିବା ବେଳେ ମୁଖ୍ୟ ବକ୍ତା ଭାବେ ପୂର୍ବତନ ଜିଲ୍ଳା ସଭାପତି ଧନଞ୍ଜୟ ପାତ୍ର ଯୋଗ ଦେଇ ଥିଲେ । ନଗର ମଣ୍ଡଳ ସାଧାରଣ ସମ୍ପାଦକ ଘନଶ୍ୟାମ ଭାଟି, ଜିଲ୍ଲା ଯୁବ ମୋର୍ଚ୍ଚା ଜିଲ୍ଲା ଉପସଭାପତି ମନିଦ୍ର ଭୁଷଣ ପାତ୍ର, ପୂର୍ବତନ ନଗର ସଭାପତି ହେମନ୍ତ କୁମାର ମାଝୀ, ଚନ୍ଦନ ପାତ୍ର, ସୈାରଭ ପାନସାରୀ, ବରିଷ୍ଠ କାର୍ଯ୍ୟକର୍ତ୍ତା ବାଞ୍ଛାନିଧି ଯୋଶୀ, କାଉନସିଲର ପ୍ରଵିଣ କୁମାର ପଣ୍ଡା ସମେତ ସମସ୍ତ ଓ୍ୱାଡ ସଭାପତି ବରିଷ୍ଠ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିବା ବେଳେ ନଗର ମଣ୍ଡଳ ଜିଲ୍ଲା ପ୍ରତିନିଧି ଡମ୍ବରୁ ଠାକୁର ଧନ୍ୟବାଦ୍ ଅର୍ପଣ କରିଥିଲେ।
ସେହିପରି ଖଇରପଦର ମଣ୍ଡଳ ସଭାପତି ଚତୁର୍ଭୁଜ ତାଣ୍ଡି ଙ୍କ ଅଧ୍ୟକ୍ଷତା ରେ ବେଡେନ ମଣ୍ଡି ଠାରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପୁଣ୍ୟତିଥି ସମର୍ପଣ ଦିବସ ପାଳନ କରାଯାଇଥିଲା ମୁଖ୍ୟ ବକ୍ତା ଭାବେ ଧର୍ମଗଡ଼ ନଗର ମଣ୍ଡଳ ପ୍ରଭାରୀ ଶିଶୁ ଦେବ ମୁଣ୍ଡ ଯୋଗ ଦେଇଥିବା ବେଳେ ଜିଲ୍ଲା ପ୍ରତିନିଧି ଜୟ ଶଙ୍କର ମୁଣ୍ଡ, ସମେତ ସମସ୍ତ ଓ୍ୱାଡ ସଭାପତି ଏଵଂ ଵହୁ କାର୍ଯ୍ୟକର୍ତ୍ତା ଯୋଗ ଦେଇ ଥିଲେ। ସେହିପରି ଟିପିଗୁଡା ମଣ୍ଡଳ ସଭାପତି ଲଲିତ ବାଗ ଙ୍କ ଅଧ୍ୟକ୍ଷତା ରେ ସନ୍ଧିକୁଲିଆରୀ ଆମ୍ବ ତୋଟା ଠାରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପୁଣ୍ୟତିଥି ସମର୍ପଣ ଦିବସ ପାଳନ କରାଯାଇଥିଲା ମୁଖ୍ୟ ବକ୍ତା ଭାବେ ପୂର୍ବତନ ଧର୍ମଗଡ଼ ସମିତି ସଭ୍ୟ ଜନ୍ମେଜୟ ନାଏକ ଯୋଗ ଦେଇ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଛିଳପା ପଞ୍ଚାୟତ ସରପଞ୍ଚ ବିଭୁଦତ୍ତ ପ୍ରଧାନୀ ଯୁବ ନେତା ହିମାଂଶୁ ଶେଖର ପଣ୍ଡା, ପଦ୍ମନ ବେଡେକ , ସୁରେଶ ବୋଡକିଆ,ମହିଳା ନେତ୍ରୀ ସୁକାନ୍ତି ସା ସମେତ ବହୁ ଓ୍ଵାଡ ସଭାପତି ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

