ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପୁଣ୍ୟତିଥି ସମର୍ପଣ ଦିବସ ପାଳିତ

ନ୍ୟୁଜ ଗ୍ୟାଲେରି, ଧର୍ମଗଡ଼:(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବିଧାନସଭା ଅନ୍ତର୍ଗତ ଧର୍ମଗଡ଼ ନଗର ମଣ୍ଡଳ,ଖଇରପଦର ମଣ୍ଡଳ, ଏଵଂ ଟିପିଗୁଡା ଏବଂ ଧର୍ମଗଡ଼ ନଗର ସଭାପତି ସୈାରଭ ମତ୍ତଲ ଙ୍କ ଅଧ୍ୟକ୍ଷତା ରେ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟ ଠାରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପୁଣ୍ୟତିଥି ସମର୍ପଣ ଦିବସ ପାଳନ ହୋଇଯାଇଛି। ମୁଖ୍ୟ ଅତିଥି  ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଷୀ ଯୋଗ ଦେଇ ଥିବା ବେଳେ ମୁଖ୍ୟ ବକ୍ତା ଭାବେ ପୂର୍ବତନ ଜିଲ୍ଳା ସଭାପତି ଧନଞ୍ଜୟ ପାତ୍ର ଯୋଗ ଦେଇ ଥିଲେ । ନଗର ମଣ୍ଡଳ ସାଧାରଣ ସମ୍ପାଦକ ଘନଶ୍ୟାମ ଭାଟି, ଜିଲ୍ଲା ଯୁବ ମୋର୍ଚ୍ଚା ଜିଲ୍ଲା ଉପସଭାପତି ମନିଦ୍ର ଭୁଷଣ ପାତ୍ର, ପୂର୍ବତନ ନଗର ସଭାପତି ହେମନ୍ତ କୁମାର ମାଝୀ, ଚନ୍ଦନ ପାତ୍ର, ସୈାରଭ ପାନସାରୀ, ବରିଷ୍ଠ କାର୍ଯ୍ୟକର୍ତ୍ତା ବାଞ୍ଛାନିଧି ଯୋଶୀ, କାଉନସିଲର ପ୍ରଵିଣ କୁମାର ପଣ୍ଡା ସମେତ ସମସ୍ତ ଓ୍ୱାଡ ସଭାପତି ବରିଷ୍ଠ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିବା ବେଳେ ନଗର ମଣ୍ଡଳ ଜିଲ୍ଲା ପ୍ରତିନିଧି ଡମ୍ବରୁ ଠାକୁର ଧନ୍ୟବାଦ୍ ଅର୍ପଣ କରିଥିଲେ।ସେହିପରି ଖଇରପଦର ମଣ୍ଡଳ ସଭାପତି ଚତୁର୍ଭୁଜ ତାଣ୍ଡି ଙ୍କ ଅଧ୍ୟକ୍ଷତା ରେ ବେଡେନ ମଣ୍ଡି ଠାରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପୁଣ୍ୟତିଥି ସମର୍ପଣ ଦିବସ ପାଳନ କରାଯାଇଥିଲା ମୁଖ୍ୟ ବକ୍ତା ଭାବେ ଧର୍ମଗଡ଼ ନଗର ମଣ୍ଡଳ ପ୍ରଭାରୀ ଶିଶୁ ଦେବ ମୁଣ୍ଡ ଯୋଗ ଦେଇଥିବା ବେଳେ ଜିଲ୍ଲା ପ୍ରତିନିଧି ଜୟ ଶଙ୍କର ମୁଣ୍ଡ, ସମେତ ସମସ୍ତ ଓ୍ୱାଡ ସଭାପତି ଏଵଂ ଵହୁ କାର୍ଯ୍ୟକର୍ତ୍ତା ଯୋଗ ଦେଇ ଥିଲେ। ସେହିପରି ଟିପିଗୁଡା ମଣ୍ଡଳ ସଭାପତି ଲଲିତ ବାଗ ଙ୍କ ଅଧ୍ୟକ୍ଷତା ରେ ସନ୍ଧିକୁଲିଆରୀ ଆମ୍ବ ତୋଟା ଠାରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପୁଣ୍ୟତିଥି ସମର୍ପଣ ଦିବସ ପାଳନ କରାଯାଇଥିଲା ମୁଖ୍ୟ ବକ୍ତା ଭାବେ ପୂର୍ବତନ ଧର୍ମଗଡ଼ ସମିତି ସଭ୍ୟ ଜନ୍ମେଜୟ ନାଏକ ଯୋଗ ଦେଇ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଛିଳପା ପଞ୍ଚାୟତ ସରପଞ୍ଚ ବିଭୁଦତ୍ତ ପ୍ରଧାନୀ ଯୁବ ନେତା ହିମାଂଶୁ ଶେଖର ପଣ୍ଡା, ପଦ୍ମନ ବେଡେକ , ସୁରେଶ ବୋଡକିଆ,ମହିଳା ନେତ୍ରୀ ସୁକାନ୍ତି ସା ସମେତ ବହୁ ଓ୍ଵାଡ ସଭାପତି ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Hemant Kumar Ray
Editor, News Gallery
Mob: 9439506580
Email: newsgallery.in@gmail.com
author

Hemant Kumar Ray

Editor, News Gallery Mob: 9439506580 Email: newsgallery.in@gmail.com

Similar Posts