Hemant Kumar Ray
Editor, News Gallery Mob: 9439506580 Email: newsgallery.in@gmail.com
ସେ ୨୦୧୪ ରେ ବେହେରା ପଞ୍ଚାୟତ ରେ ଓଜିଆରଏସ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ ।ସେ ୨୦୦୯ ରେ ସଂଘ ର ବ୍ଲକ ସଭାପତି ଓ ୨୦୦୧୩ ରେ କଳାହାଣ୍ଡି ଜିଲ୍ଲା ସଭାପତି ହୋଇଥିଲେ,ସେ ଜିଲ୍ଲା ସଭାପତିଥିବା ବେଳେ ସଂଘ ର ବିଭିନ୍ନ ଦାବି ନେଇ ଭୁବନେଶ୍ବରରେ ସ୍ୱର ଉତ୍ତୋଳନ କରିଥିଲେ। ତାଙ୍କର କାର୍ଯ୍ୟ ଦକ୍ଷତା କୁ ସମ୍ମାନ ଜଣାଇ ନିର୍ବିରୋଧ ରେ ତାଙ୍କୁ ୨୦୧୮ ରେ ସଂଘ ର ରାଜ୍ୟ ସଭାପତି ପଦବୀ ରେ ଚୟନ କରାଯାଇଥିଲା। ସେହି ଦିନରୁ ସେ ସଂଘ ପାଇ ଅହରହ ପରିଶ୍ରମ କରିଥିଲେ।ଓଜିଆରଏସ ମାନଙ୍କୁ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଗୁଡ଼ିକ ସମ୍ପାଦନା କରିବାକୁ ଦେଉଥିବା ବେଳେ ସେହି ଅନୁପାତ ରେ ଦରମା ନଥିଲା । ତାଙ୍କର ଚାକିରି ନିୟମିତ କରାଯିବାକୁ ଦୀର୍ଘ ବର୍ଷ ରୁ ଦାବି ହୋଇ ଆସୁଥିଲା କିନ୍ତୁ କୌଣସି ସୁଫଳ ମିଳିପାରି ନ ଥିଲା, ପ୍ରଭାତ ଙ୍କ ଉଦ୍ୟମରେ ଫେବୃଆରି ୨୦୨୪ ରେ ସରକାର ତାଙ୍କର ଦାବି ପୁରଣ କରିଥିଲେ।ଫଳରେ ଓଜିଆରଏସ ମାନଙ୍କ ଭାଗ୍ୟ ପରିବର୍ତ୍ତନ ହୋଇଥିଲା।ଫଳରେଏହି ଅଭୂତପୂର୍ବ ସଫଳତା ର ଶ୍ରେୟ ସଭାପତି ଓ ଆନ୍ଦୋଳନ ରେ ସକ୍ରିୟ ଭୂମିକା ଗ୍ରହଣ କରିଥିବା ଟିମ୍ କୁ ଦିଆଯାଇଥିଲା।
ଏହି ପରିପ୍ରେକ୍ଷୀରେ ରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲା ରେ ସମ୍ବର୍ଦ୍ଧନା ସଭା କରି ରାଜ୍ୟ ସଭାପତି ଓ ତାଙ୍କ ଟିମ୍ କୁ ସମ୍ବର୍ଦ୍ଧନା ଦିଆ ଯାଉଥିବା ଦେଖା ଯାଇଛି। ଏହି ସମ୍ବର୍ଦ୍ଧନା ସଭା ରେ ରାଜ୍ୟ ସାଧାରଣ ସମ୍ପାଦକ ସଂଗ୍ରାମ ସିଂହ,କାର୍ଯ୍ୟକାରୀ ସଭାପତି ବାବାଜୀ ବେହେରା,ଉପ ସଭାପତି ସୁରେଶ ବେହେରା,ସହ ସମ୍ପାଦକ ସୁଶୀଲ ପାଣିଗ୍ରାହୀ, କାର୍ଯ୍ୟକାରୀ ସମ୍ପାଦକ ଅଜୟ କୁମାର ଜେନା,କୋଷାଧ୍ୟକ୍ଷ ଦେବାଶିଷ ରାଉତ ତଥା ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ସଭାପତି ଓ ସମ୍ପାଦକ ଉପସ୍ଥିତ ଥିଲେ।କଳାହାଣ୍ଡି ଜିଲ୍ଲା ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ସାହୁ ସମେତ ଅନ୍ୟାନ୍ୟ ସଦସ୍ୟ ସହଯୋଗ କରିଥିଲେ।
Editor, News Gallery Mob: 9439506580 Email: newsgallery.in@gmail.com
