Hemant Kumar Ray
Editor, News Gallery Mob: 9439506580 Email: newsgallery.in@gmail.com
ବେହେରା ଗ୍ରାମ ଉପରେ ଏହି ଅଞ୍ଚଳ ବ୍ୟତୀତ ପଡୋଶୀ ନବରଙ୍ଗପୁର ଜିଲ୍ଲା ଓ ଛତିଶଗଡ଼ ରାଜ୍ୟର ଶହ ଶହ ବ୍ୟକ୍ତି ପ୍ରତ୍ୟେକ ଦିନ ନିଜର ଜୀବନ ଜୀବିକା ପାଇଁ ନିର୍ଭର କରି ଥାଆନ୍ତି। ଠିକ ସେହିଭଳି ବେହେରା ଠାରେ +୨ଓ +୩ କଲେଜ, ପ୍ରାଥମିକ ଚିକିତ୍ସାଳୟ, ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଭଳି ଅନେକ ସରକାରୀ କାର୍ଯ୍ୟାଳୟ ଥିବା ସହ ନୂତନ ବ୍ଲକ ଗଠନ ର ସବୁ ପ୍ରକାର ଭୌଗଳିକ ସ୍ଥିତି ରହିଅଛି। ତେଣୁ ନୂଆ ସରକାର ଦଣ୍ଡପାଟରେ ଏକ ନୂତନ ବ୍ଲକ ଗଠନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ କ୍ରିୟାନୁଷ୍ଠାନ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି । ବର୍ତ୍ତମାନ ଓଡିଶାରେ ଡବଲ ଇଂଜିନର ସରକାର ତେଣୁ ବ୍ଲକ ପୁନର୍ଗଠନ କରି ଇତିହାସ ସୃଷ୍ଟି କରିବାକୁ କମିଟି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।
ମୁଖ୍ୟ ମନ୍ତ୍ରୀ ଙ୍କ ବ୍ୟତୀତ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଓ ପଞ୍ଚାୟତ ରାଜ ମନ୍ତ୍ରୀ ରବି ନାରାୟଣ ନାଏକ ଙ୍କୁ ମଧ୍ୟ କ୍ରିୟାନୁଷ୍ଠାନ କମିଟି ସାକ୍ଷାତ କରି ଦାବି ପତ୍ର ପ୍ରଦାନ କରିଥିଲେ। ଏହି ଅବସରରେ ଦଣ୍ଡପାଟ କ୍ରିୟାନୁଷ୍ଠାନ କମିଟି ସଭାପତି ଘନଶ୍ୟାମ ପଟେଲ, କାର୍ଯ୍ୟକାରୀ ସଭାପତି ଦିଗାମ୍ବର ଦୁରିଆ,ସମ୍ପାଦକ ପ୍ରଶାନ୍ତ ତିୱାରୀ, ତୁଳସିରାମ ବାରିକ,ଆବାହକ ଭବେଶ ଗଇନ୍ତା,ଉପଦେଷ୍ଟା କମିଟି ମୁଖ୍ୟ ଧର୍ମାନନ୍ଦ ସେଠୀଆ,ସମିତିସଭ୍ୟ କିଶୋର ନାଗ,ତେଣ୍ଡାପାଲି ସରପଞ୍ଚ ଗୌଲୋଚନ ଗୋପାଳ, ଟିକମନ୍ ବାରିକ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ବଳରାମ ପୁଝାରୀ,ସରପଞ୍ଚ ଗୌରୀ ସେଠୀଆ,ପୂର୍ଣ୍ଣ ନାଏକ,ବଳରାମ ମାଝୀ, ସିଦ୍ଧେସ୍ୱର ଭଇଁସାଲ, ସ୍ଵୟମ୍ବର ବାଗ, ଚନ୍ଦନ ବାଣୁଆ, ଟଙ୍କ ଅଣ୍ଟି, ସରପଞ୍ଚ ଡାଲଗୁମା, ଖଗପତି ନାଏକ, ହରେକୃଷ୍ଣ ନାଏକ ଙ୍କ ସହିତ ଦଣ୍ଡପାଟ ଅଞ୍ଚଳର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ ।
Editor, News Gallery Mob: 9439506580 Email: newsgallery.in@gmail.com
