ନ୍ୟୂଜ ଗ୍ୟାଲେରୀ,ଧର୍ମଗଡ,ବେହେରା (ଭୂପେଶ ତିୱାରୀ) କଳାହାଣ୍ଡି ଜିଲ୍ଲା ର ଦଣ୍ଡପାଟ ଅଞ୍ଚଳ ବେହେରା କୁ ସ୍ଵତନ୍ତ୍ର ଦଣ୍ଡପାଟ ବ୍ଲକ ଘୋଷଣା ଦାବିରେ କ୍ରିୟାନୁଷ୍ଠାନ କମିଟି ର ଆହ୍ୱାନରେ ୧୧ଟି ପଞ୍ଚାୟତ ବାସୀ ଧର୍ମଗଡ଼ ଉପଜିଲ୍ଲାପାଳ ମାଧ୍ୟମରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ଦେଇଛନ୍ତି। ଗୋଡଭଞ୍ଜା ଗୋଲେଇ ଛକ ରୁ ଧର୍ମଗଡ଼ ସହର ଯାଏଁ ଏକ ବିରାଟ ରାଲି ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଥିଲା। କ୍ରିୟାନୁଷ୍ଠାନ କମିଟି ଉପଜିଲ୍ଲାପାଳ ଧୀମାନ ଚକମାଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ।
ଏହି ଦାବୀପତ୍ର ପ୍ରଦାନ ବେଳେ ୧୧ଟି ପଞ୍ଚାୟତ ତଥା ଦଣ୍ଡପାଟ ଅନ୍ତର୍ଗତ କୋକସରା ବ୍ଲକ ଅଧୀନ-ଗୋତମୁଣ୍ଡା, ପୋଡ଼ାଗୁଡା,ଡାଲଗୁମା,ମୂଷାପାଳି ,ଡହଗାଁ,ଖୁଣ୍ଟିଆ ଥିବାବେଳେ ଧର୍ମଗଡ଼ବ୍ଲକ ଅନ୍ତର୍ଗତ ବେହେରା, ଟେଣ୍ଡାପାଲି,ଜୟନ୍ତପୁର, ଛଞ୍ଚାଣବାହେଲି, ଧଅଁରପୁର ଆଦି ରହିଅଛି।ଏଥିରେ ବହୁ ସଂଖ୍ୟାରେ ମହିଳା ମାନେ ମଧ୍ୟ ସାମିଲ ହୋଇଥିବା ଦେଖା ଯାଇଥିଲା। ଭୌଗଳିକ ଦୃଷ୍ଟି କୋଣ ରୁ ବେହେରା ଗ୍ରାମ ଅଞ୍ଚଳର ମଧ୍ୟବର୍ତ୍ତୀ ସ୍ଥାନ ହୋଇଥିବା ବେଳେ ଏଠାରେ ବ୍ଲକ ଗଠନ ନିମିତ୍ତ ସବୁ ପ୍ରକାର ଭିତ୍ତିଭୂମି ରହିଛି। ଏହି ଗ୍ରାମକୁ ଅଞ୍ଚଳର ବ୍ୟବସାୟିକ ପେଣ୍ଠ ସ୍ଥଳୀ ମଧ୍ୟ କୁହାଯାଏ।୧୧ ଗୋଟି ପଞ୍ଚାୟତ ବ୍ୟତୀତ ପଡୋଶୀ ଜିଲ୍ଲା ନବରଙ୍ଗ ପୁର ର ଝରିଗାଁ ବ୍ଲକ ର ଅର୍ଦ୍ଧାଧିକ ଗ୍ରାମ ତଥା ପଡୋଶୀ ରାଜ୍ୟ ଛତିଶଗଡ ର ବର୍ଡର ଅଞ୍ଚଳର ହଜାର ହଜାର ଲୋକ ସବୁକ୍ଷେତ୍ର ରେ ବେହେରା ଉପରେ ପ୍ରାୟ ନିର୍ଭର କରିଥାନ୍ତି। ଏଠାରେ ଥିବା ସ୍କୁଲ କଲେଜ, ଡାକ୍ତରଖାନା,ଫରେଷ୍ଟ ଅଫିସ, ଆର ଆଇ ଅଫିସ,ପେଟ୍ରୋଲ ଟ୍ୟାଙ୍କ, ଗ୍ୟାସ ପଏଣ୍ଟ ଇତ୍ୟାଦି ଉପରେ ଆଖପାଖ ଅଞ୍ଚଳର ଲୋକେ ନିର୍ଭର କରିଥାନ୍ତି ।ମୂଲ ଧର୍ମଗଡ ବ୍ଲକ ଏହି ଅଞ୍ଚଳ ଠାରୁ ୨୦ ରୁ ୨୫ କିମି ଦୂରତା ଥିବା ହେତୁ ଲୋକଙ୍କ ଆବଶ୍ୟକତା ବେହେରା ପୂରଣ କରିଥାଏ,ସେ ଦୃଷ୍ଟିରୁ ବେହେରା ଲୋକଙ୍କ ମନରେ ଅଘୋଷିତ ବ୍ଲକ ହୋଇ ରହି ଯାଇଛି।
ଏଣୁ ବେହେରା କୁ ଦଣ୍ଡପାଟ ବ୍ଲକ ଘୋଷଣା କରାଯିବାକୁ ୧୧ ଗୋଟି ପଞ୍ଚାୟତ ଲୋକ ଏବେ ଏକାଠି ହୋଇଛନ୍ତି । କାର୍ଯ୍ୟକ୍ରମ ଦଣ୍ଡପାଟ କ୍ରିୟାନୁଷ୍ଠାନ କମିଟି ର ସଭାପତି ଘନଶ୍ୟାମ ପଟେଲ ,କାର୍ଯ୍ୟକାରୀ ସଭାପତି ବରିଷ୍ଠ ଆଇନଜୀବୀ ଦିଗାମ୍ବର ଦୂରିଆ,ସମ୍ପାଦକ ପ୍ରଶାନ୍ତ ତିୱାରୀ,କୋଷାଧ୍ୟକ୍ଷ ଲଲିତ ବାଣୁଆ,ଆବାହକ ଭବେଶ ଗଇନ୍ତା, ଗୋନ୍ତିଆ,ବେହେରା ସମିତି ସଭ୍ୟ କିଶୋର ଚନ୍ଦ୍ର ନାଗ ଡାଲଗୁମା ସରପଞ୍ଚ ଯୋଗେନ୍ଦ୍ର ପଟ୍ଟନାୟକ,
ଗୋତୋମୁଣ୍ଡ ସରପଞ୍ଚ ପଦ୍ମିନୀ ପୁଝାରୀ,
ମୂସାପାଲି ସରପଞ୍ଚ ଅକ୍ଷୟ ନାଏକ,
ପୋଡାଗୁଡ଼ା ସରପଞ୍ଚ ଜୟରାମ ନାଗ,ସମିତି ସଭ୍ୟ ରାଜୀବ ଖମାରୀ
ଖୁଣ୍ଟିଆ ସରପଞ୍ଚ ମାଧବୀ ଧରୁଆ,ଧର୍ମାନନ୍ଦ ସେଠିଆ,ଜିଲ୍ଲାପରିଷଦ ସଭ୍ୟ ହେମନ୍ତ ମାଝୀ, ଶଙ୍କର ଯୁଏଡ,ସିଦ୍ଧେଶ୍ୱର ଭଇଁଶାଲ, ତଥା ୧୧ଗୋଟି ପଞ୍ଚାୟତ ର ନିର୍ବାଚିତ ପ୍ରତିନିଧି ସମେତ ଅଞ୍ଚଳ ର ହଜାର ହଜାର ବୁଦ୍ଧିଜୀବୀ, ସାଧାରଣଲୋକ କାର୍ଯ୍ୟକ୍ରମରେ ସାମିଲ ହୋଇ ଥିଲେ ।
Latest entries
ଜିଲ୍ଲା ଖବରJanuary 16, 2026ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଯୁବ-ଛାତ୍ର ବିଜେଡିର ସାମ୍ବାଦିକ ସମ୍ମିଳନୀ
ଜିଲ୍ଲା ଖବରJanuary 15, 2026ମା ମାଣିକେଶ୍ୱରୀ ମନ୍ଦିର ରୁ ବାହାରିଲା ମଶାଲ ଯାତ୍ରା
ଜିଲ୍ଲା ଖବରJanuary 13, 2026୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଉପଲକ୍ଷେ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ଖେଳ ପ୍ରତିଯୋଗିତା
ଜିଲ୍ଲା ଖବରJanuary 12, 2026କବି ବିରଞ୍ଚି ନାରାୟଣ ଦରୱାନଙ୍କ କବିତା ବହି “ସାରା ଆକାଶ ତମର” ଲୋକାର୍ପିତ

