Hemant Kumar Ray
Editor, News Gallery Mob: 9439506580 Email: newsgallery.in@gmail.com
ଏହି ଦାବୀପତ୍ର ପ୍ରଦାନ ବେଳେ ୧୧ଟି ପଞ୍ଚାୟତ ତଥା ଦଣ୍ଡପାଟ ଅନ୍ତର୍ଗତ କୋକସରା ବ୍ଲକ ଅଧୀନ-ଗୋତମୁଣ୍ଡା, ପୋଡ଼ାଗୁଡା,ଡାଲଗୁମା,ମୂଷାପାଳି ,ଡହଗାଁ,ଖୁଣ୍ଟିଆ ଥିବାବେଳେ ଧର୍ମଗଡ଼ବ୍ଲକ ଅନ୍ତର୍ଗତ ବେହେରା, ଟେଣ୍ଡାପାଲି,ଜୟନ୍ତପୁର, ଛଞ୍ଚାଣବାହେଲି, ଧଅଁରପୁର ଆଦି ରହିଅଛି।ଏଥିରେ ବହୁ ସଂଖ୍ୟାରେ ମହିଳା ମାନେ ମଧ୍ୟ ସାମିଲ ହୋଇଥିବା ଦେଖା ଯାଇଥିଲା। ଭୌଗଳିକ ଦୃଷ୍ଟି କୋଣ ରୁ ବେହେରା ଗ୍ରାମ ଅଞ୍ଚଳର ମଧ୍ୟବର୍ତ୍ତୀ ସ୍ଥାନ ହୋଇଥିବା ବେଳେ ଏଠାରେ ବ୍ଲକ ଗଠନ ନିମିତ୍ତ ସବୁ ପ୍ରକାର ଭିତ୍ତିଭୂମି ରହିଛି। ଏହି ଗ୍ରାମକୁ ଅଞ୍ଚଳର ବ୍ୟବସାୟିକ ପେଣ୍ଠ ସ୍ଥଳୀ ମଧ୍ୟ କୁହାଯାଏ।୧୧ ଗୋଟି ପଞ୍ଚାୟତ ବ୍ୟତୀତ ପଡୋଶୀ ଜିଲ୍ଲା ନବରଙ୍ଗ ପୁର ର ଝରିଗାଁ ବ୍ଲକ ର ଅର୍ଦ୍ଧାଧିକ ଗ୍ରାମ ତଥା ପଡୋଶୀ ରାଜ୍ୟ ଛତିଶଗଡ ର ବର୍ଡର ଅଞ୍ଚଳର ହଜାର ହଜାର ଲୋକ ସବୁକ୍ଷେତ୍ର ରେ ବେହେରା ଉପରେ ପ୍ରାୟ ନିର୍ଭର କରିଥାନ୍ତି। ଏଠାରେ ଥିବା ସ୍କୁଲ କଲେଜ, ଡାକ୍ତରଖାନା,ଫରେଷ୍ଟ ଅଫିସ, ଆର ଆଇ ଅଫିସ,ପେଟ୍ରୋଲ ଟ୍ୟାଙ୍କ, ଗ୍ୟାସ ପଏଣ୍ଟ ଇତ୍ୟାଦି ଉପରେ ଆଖପାଖ ଅଞ୍ଚଳର ଲୋକେ ନିର୍ଭର କରିଥାନ୍ତି ।ମୂଲ ଧର୍ମଗଡ ବ୍ଲକ ଏହି ଅଞ୍ଚଳ ଠାରୁ ୨୦ ରୁ ୨୫ କିମି ଦୂରତା ଥିବା ହେତୁ ଲୋକଙ୍କ ଆବଶ୍ୟକତା ବେହେରା ପୂରଣ କରିଥାଏ,ସେ ଦୃଷ୍ଟିରୁ ବେହେରା ଲୋକଙ୍କ ମନରେ ଅଘୋଷିତ ବ୍ଲକ ହୋଇ ରହି ଯାଇଛି।
ଏଣୁ ବେହେରା କୁ ଦଣ୍ଡପାଟ ବ୍ଲକ ଘୋଷଣା କରାଯିବାକୁ ୧୧ ଗୋଟି ପଞ୍ଚାୟତ ଲୋକ ଏବେ ଏକାଠି ହୋଇଛନ୍ତି । କାର୍ଯ୍ୟକ୍ରମ ଦଣ୍ଡପାଟ କ୍ରିୟାନୁଷ୍ଠାନ କମିଟି ର ସଭାପତି ଘନଶ୍ୟାମ ପଟେଲ ,କାର୍ଯ୍ୟକାରୀ ସଭାପତି ବରିଷ୍ଠ ଆଇନଜୀବୀ ଦିଗାମ୍ବର ଦୂରିଆ,ସମ୍ପାଦକ ପ୍ରଶାନ୍ତ ତିୱାରୀ,କୋଷାଧ୍ୟକ୍ଷ ଲଲିତ ବାଣୁଆ,ଆବାହକ ଭବେଶ ଗଇନ୍ତା, ଗୋନ୍ତିଆ,ବେହେରା ସମିତି ସଭ୍ୟ କିଶୋର ଚନ୍ଦ୍ର ନାଗ ଡାଲଗୁମା ସରପଞ୍ଚ ଯୋଗେନ୍ଦ୍ର ପଟ୍ଟନାୟକ,
Editor, News Gallery Mob: 9439506580 Email: newsgallery.in@gmail.com
