ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହ ରେ ଅତିରିକ୍ତ ଜିଲ୍ଲାପାଳ ତ୍ରିଲୋଚନ ପାତ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଞ୍ଚଳିକ ପରିବହନ ଅଧିକାରୀ ଗତିକୃଷ୍ଣ ସାମନ୍ତରାୟ ଜିଲ୍ଲା ସଡ଼କ ସୁରକ୍ଷା ନିମନ୍ତେ ନିଆଯାଇଥିବା ପଦକ୍ଷେପ ଉପରେ ସୂଚନା ପ୍ରଦାନ କରିଥିଲେ।ବ୍ଲାକ ସ୍ପଟ୍, ଗାଇ ଗୋରୁ, ବ୍ୟବସାୟୀ ଓ ବ୍ୟକ୍ତିଗତ ଯାନ ଦ୍ୱାରା ରାସ୍ତା ଅବରୋଧ, ଏନ୍ ଏଚ୍ ଓ ପି ଡବ୍ଲୁ ଡି ରାସ୍ତାରେ ଥିବା ଖାଲଖମା ମରାମତି, ଚଡ଼ାଉ, ଅବକାରୀ, ଜରୁରୀକାଳୀନ ଯତ୍ନ, ସଚେତନତା ଉପରେ ଆଲୋଚନା ହୋଇଥିଲା ।
ବର୍ତ୍ତମାନ ଯେଉଁ ରାସ୍ତାରେ ରାସ୍ତା ନିରାପତ୍ତା ସାଇନ୍ ବୋର୍ଡ, ସତର୍କତା ବାର୍ତ୍ତା, ଗତି ସୀମା ବୋର୍ଡ,ରମ୍ବଲରସ୍ ନାହିଁ ତାହା ଲଗାଇବାକୁ ଶୀଘ୍ର ପଦକ୍ଷେପ ନେବାକୁ ଏନ୍ ଏଚ,ଆର ଡି ଏବଂ ଆର୍ ବି ନିର୍ବାହୀ ଯନ୍ତ୍ରୀ ଙ୍କୁ ଅତିରିକ୍ତ ଜିଲ୍ଲାପାଳ କହିଥିଲେ।ଗତ ଜୁଲାଇ ମାସରେ ଜିଲ୍ଲାରେ ଆର୍ ଟି ଓ, ପୋଲିସ ବିଭାଗ ଦ୍ଵାରା ଦୃତ ଗାଡ଼ି ଚାଳନା,ବିନା ହେଲମେଟ ଓ ସିଟ୍ ବେଲ୍ଟ, ମଦ୍ୟପାନ ସହ ଗାଡ଼ି ଚାଳନା ଅପରାଧ ପାଇଁ ୧୦୫ ଜଣ ଙ୍କ ଲାଇସେନ୍ସ ନିଲମ୍ବନ କରାଯାଇଛି। ବିଶେଷତ ଆର୍ ଟି ଓ ବିଭାଗ ଦ୍ଵାରା ଗତି ସୀମା ଉଲଘଂନ ରେ ଜୁଲାଇ ମାସରେ ୭୪ଜଣ ଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯାଇଛି।ଗତ ୨୦୨୨ ଜୁଲାଇ ମାସରେ ୩୨ ଟି ରାସ୍ତା ଦୁର୍ଘଟଣା ଘଟି ୧୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦୨୩ ମସିହା ଗତ ଜୁଲାଇ ମାସରେ ୨୨ ଟି ରାସ୍ତା ଦୁର୍ଘଟଣା ଘଟି ୧୨ ଜଣଙ୍କ ମୃତ୍ୟୁ ହୋଇଛି। ରାସ୍ତା ଦୁର୍ଘଟଣା ରେ ୨୦୨୩ ମସିହା ଜୁଲାଇ ପର୍ଯ୍ୟନ୍ତ ୯୩ ଜଣଙ୍କ ମୃତ୍ୟୁ ହୋଇଛି ଯାହା ୨୦୨୨ମସିହା ରେ ଜୁଲାଇ ପର୍ଯ୍ୟନ୍ତ ୯୮ ଜଣଙ୍କ ମୃତ୍ୟୁ ରେକର୍ଡ କରାଯାଇଥିଲା। ଲକ୍ଷ୍ୟ ଧାର୍ଯ୍ୟ ୨,୮୭,୦୦,୦୦୦ ଟଙ୍କା ରୁ ଏପର୍ଯ୍ୟନ୍ତ ସଡ଼କ ସୁରକ୍ଷା ନିୟମ ଉଲଘଂନ କରିଥିବା ଯାନ ରୁ ବିଭିନ୍ନ ଚାଲାଣ/ ଫାଈନ୍ ବାବଦ ରେ ୩,୧୦,୮୮,୬୩୦ ଟଙ୍କା ରାଜସ୍ବ ଆଦାୟ କରାଯାଇଛି।ବୈଠକରେ ସି ଡି ଏମ ଓ, କଳାହାଣ୍ଡି, ଏମ ଭି ଆଇ, ଏ ଡି ପି ଏଚ ଓ, ଇ ଈ ଏନ୍ ଏଚ୍,ଇ ଈ, ଆର୍ ଏଣ୍ଡ ବି, ଇ ଈ ଆର୍ ଡ଼ ବ୍ଲୁ ଡି ଭବାନୀପାଟଣା,/କେସିଙ୍ଗା/ଧର୍ମଗଡ,ଅବକାରୀ ଅଧିକ୍ଷକ, ଇ ଓ, ଏନ୍ ଏ ସି, କେସିଙ୍ଗା/ ଧର୍ମଗଡ଼, ଇ ଓ ମ୍ୟୁନିସିପାଲ୍ଟି ଭବାନୀପାଟଣା,କଳାହାଣ୍ଡି ଟ୍ରକ ମାଲିକ ସଂଘ ସଭାପତି, ବସ ମାଲିକ ସଂଘ ସଭାପତି,ଡି ଆଇ ପି ଆର୍ ଓ, ବରିଷ୍ଠ ସାମ୍ବାଦିକ ତଥା ସଭ୍ୟ ଜିଲ୍ଲା ସଡ଼କ ସୁରକ୍ଷା ସମିତି ଉମା କର ଓ ଶାନ୍ତନୁ ବେହେରା,ଅଟୋ ରିକ୍ସା ସଂଘ, ଓ ଏସ ଆର୍ ଟି ସି ଆର୍ ଟି ଓ କାର୍ଯ୍ୟାଳୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

