ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କାମଠଣା ପଞ୍ଚାୟତର ଡୁମାଲ ଗାଁ ଠାରେ ସ୍ଥାନୀୟ ଜନସଧାରଣଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ରାଜ୍ୟ ଯୁବ ବରିଷ୍ଠ ଉପସଭାପତି ମଣ୍ଟୁ ନାଏକ ଯୋଗଦେଇ ‘ଆମ ଓଡ଼ିଶା, ନବୀନ ଓଡ଼ିଶା ‘ ଓ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରିଥିଲେ।
ବିଜେଡ଼ି ସଂଗଠନକୁ ତୃଣମୂଳ ସ୍ତରରେ ଅଧିକ ମଜଭୂତ କରିବା ପାଇଁ ଆହ୍ବାନ ଦେବାସହ ମୁଖ୍ୟମନ୍ତ୍ରୀ କିଭଳି ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ସେ ନେଇ ସମସ୍ତେ ସକଂଳ୍ପ ନେଇଥିଲେ। ସେହିପରି ସ୍ଥାନୀୟ ସମସ୍ୟାର ସମାଧାନ ପାଇଁ ଭବାନୀପାଟଣା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସହ ଫୋନ ମାଧ୍ୟମରେ ଶ୍ରୀ ନାଏକ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ସରପଞ୍ଚ ବେଲମତି ନାଏକ, ପୂର୍ବତନ ସମିତି ଭୁବନେଶ୍ବର ମାଝୀ, ଓ୍ବାର୍ଡ ମେମ୍ବର ଗୁରୁବାରୀ ନାଏକ, ଗୌର ନାଏକ, ଯୁବ ନେତା ସୁନାଦ ପଟେଲ, ବିପିନ କୁମାର ସାହୁ, ତ୍ରିଲୋଚନ ପ୍ରଧାନ, ରମାକାନ୍ତ କାଣ୍ଡ, କିର୍ତନ ତାଣ୍ଡି, ଛାତ୍ର ବ୍ଳକ ଡିଜିଟାଲ ସମ୍ପାଦକ କୁଞ୍ଜବିହାରୀ ମାଝୀ, ଜିଲ୍ଲା ଛାତ୍ର ସମ୍ପାଦକ ପ୍ରେମ ତାଣ୍ଡି, ସମାଜସେବୀ ଦୁର୍ଲ୍ଲଭ ସାହୁ, ମୁକୁନ୍ଦ ସାହୁ ତଥା ଯୁବ-ଛାତ୍ର, ମହିଳା, ବୁଦ୍ଧିଜୀବୀ ଉପସ୍ଥିତରହିଥିଲେ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

