ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କାମଠଣା ପଞ୍ଚାୟତର ଡୁମାଲ ଗାଁ ଠାରେ ସ୍ଥାନୀୟ ଜନସଧାରଣଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ରାଜ୍ୟ ଯୁବ ବରିଷ୍ଠ ଉପସଭାପତି ମଣ୍ଟୁ ନାଏକ ଯୋଗଦେଇ ‘ଆମ ଓଡ଼ିଶା, ନବୀନ ଓଡ଼ିଶା ‘ ଓ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରିଥିଲେ।
ବିଜେଡ଼ି ସଂଗଠନକୁ ତୃଣମୂଳ ସ୍ତରରେ ଅଧିକ ମଜଭୂତ କରିବା ପାଇଁ ଆହ୍ବାନ ଦେବାସହ ମୁଖ୍ୟମନ୍ତ୍ରୀ କିଭଳି ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ସେ ନେଇ ସମସ୍ତେ ସକଂଳ୍ପ ନେଇଥିଲେ। ସେହିପରି ସ୍ଥାନୀୟ ସମସ୍ୟାର ସମାଧାନ ପାଇଁ ଭବାନୀପାଟଣା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସହ ଫୋନ ମାଧ୍ୟମରେ ଶ୍ରୀ ନାଏକ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ସରପଞ୍ଚ ବେଲମତି ନାଏକ, ପୂର୍ବତନ ସମିତି ଭୁବନେଶ୍ବର ମାଝୀ, ଓ୍ବାର୍ଡ ମେମ୍ବର ଗୁରୁବାରୀ ନାଏକ, ଗୌର ନାଏକ, ଯୁବ ନେତା ସୁନାଦ ପଟେଲ, ବିପିନ କୁମାର ସାହୁ, ତ୍ରିଲୋଚନ ପ୍ରଧାନ, ରମାକାନ୍ତ କାଣ୍ଡ, କିର୍ତନ ତାଣ୍ଡି, ଛାତ୍ର ବ୍ଳକ ଡିଜିଟାଲ ସମ୍ପାଦକ କୁଞ୍ଜବିହାରୀ ମାଝୀ, ଜିଲ୍ଲା ଛାତ୍ର ସମ୍ପାଦକ ପ୍ରେମ ତାଣ୍ଡି, ସମାଜସେବୀ ଦୁର୍ଲ୍ଲଭ ସାହୁ, ମୁକୁନ୍ଦ ସାହୁ ତଥା ଯୁବ-ଛାତ୍ର, ମହିଳା, ବୁଦ୍ଧିଜୀବୀ ଉପସ୍ଥିତରହିଥିଲେ।
Latest entries
ଜିଲ୍ଲା ଖବରJanuary 16, 2026ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଯୁବ-ଛାତ୍ର ବିଜେଡିର ସାମ୍ବାଦିକ ସମ୍ମିଳନୀ
ଜିଲ୍ଲା ଖବରJanuary 15, 2026ମା ମାଣିକେଶ୍ୱରୀ ମନ୍ଦିର ରୁ ବାହାରିଲା ମଶାଲ ଯାତ୍ରା
ଜିଲ୍ଲା ଖବରJanuary 13, 2026୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଉପଲକ୍ଷେ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ଖେଳ ପ୍ରତିଯୋଗିତା
ଜିଲ୍ଲା ଖବରJanuary 12, 2026କବି ବିରଞ୍ଚି ନାରାୟଣ ଦରୱାନଙ୍କ କବିତା ବହି “ସାରା ଆକାଶ ତମର” ଲୋକାର୍ପିତ

