Hemant Kumar Ray
Editor, News Gallery Mob: 9439506580 Email: newsgallery.in@gmail.com
ସର୍ବ ପ୍ରଥମେ ଦଣ୍ଡପାଟ ର ଇଷ୍ଟ ଦେବୀ ଦନ୍ତେଶ୍ୱରୀ ଙ୍କ ପ୍ରତିମା ରେ ପୂଜାର୍ଚ୍ଚନା କରାଯାଇ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଘନଶ୍ୟାମ ପଟେଲ ଙ୍କ ସଭାପତିତ୍ବରେ ସଭା କାର୍ଯ୍ୟ ଆରମ୍ଭ କରା ଯାଇଥିଲା।କଳାହାଣ୍ଡି ର ଉପାନ୍ତ ଅଞ୍ଚଳ କୁହା ଯାଉଥିବା ଦଣ୍ଡ ପାଟ ଅଞ୍ଚଳ ଉଭୟ ସରକାରୀ ଏବଂ ପ୍ରଶାସନିକ ସ୍ତରରେ ଅବହେଳିତ ହୋଇ ରହିଛି। ବିଭିନ୍ନ ପଞ୍ଚାୟତ ଏବଂ ଗ୍ରାମ ବ୍ଲକ ସଦରମହକୁମାଠାରୁ ପ୍ରାୟ ୩୦ ରୁ ୪୦ କିମି ଦୂରରେ ରହୁଥିବାରୁ ଗମନାଗମନ ଓ ଅନ୍ୟାନ କ୍ଷେତ୍ରରେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଦଣ୍ଡ ପାଟ ଅଞ୍ଚଳ ରେ କୋକସରା ବ୍ଲକ ର ଡାଳଗୁମା, ମୂଷାପାଲି ,ଖୁଣ୍ଟିଆ, ସାନ ପୋଡାଗୁଡ଼ା, ଗୋତ ମୁଣ୍ଡା, ଡହ ଗାଁର ସବୁ ଗ୍ରାମ ତଥା ମହିମା ଓ ମୋଟର ର ଅର୍ଦ୍ଧାଧିକ ଗ୍ରାମ ସେହି ପରି ଧର୍ମଗଡ ବ୍ଲକ ର ଜୟନ୍ତ ପୁର,ବେହେରା,ଧଅଁର ପୁର,ତେଣ୍ଡାପାଲି,ଛଞ୍ଚାଣ ବାହାଲି, ପର୍ଲା,କଦଳୀ ମୁଣ୍ଡା, ଘୁମର ଓ ଗଡିଆ ଜୋର ଗ୍ରାମ ପଞ୍ଚାୟତ ଆସିଥାଏ। ସଂପୂର୍ଣ୍ଣ ଭାବେ ୧୬ ଟି ପଞ୍ଚାୟତ ଓ ୨ଟି ପଞ୍ଚାୟତ ର ଅର୍ଦ୍ଧାଧିକ ଗ୍ରାମ ଦଣ୍ଡପାଟ ବୋଲି ବିବେଚନା କରାଯାଇଥାଏ ଏହି ସବୁ ପଞ୍ଚାୟତ ର କେନ୍ଦ୍ର ସ୍ଥଳୀ ହେଉଛି ବେହେରା ଗ୍ରାମ। ବେହେରା ରେ ବ୍ଲକ ଗଠନ କରାଯିବାକୁ ଏହି ସଭା ରେ ସର୍ବସମ୍ମତି କ୍ରମେ ଦାବି ଉପସ୍ଥାପନା କରାଯାଇଥିଲା। ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ ମୁଖ୍ୟମନ୍ତ୍ରୀ କାଳରୁ ଏହି ଅଞ୍ଚଳ କୁ ବ୍ଲକ ଦାବି ହୋଇ ଆସୁଛି।ଚଳିତ ଲୋକ ପ୍ରିୟ ସରକାର ବ୍ଲକ ପୁନର୍ଗଠନ ଉପରେ ବିଚାର କରୁଥିବାରୁ ଦଣ୍ଡପାଟ୍ ଅଞ୍ଚଳ ବାସୀ ଙ୍କ ମନରେ ପୁଣି ଥରେ ଆଶା ଉଦଜିବିତ ହୋଇ ଉଠିଛି।ଏଣୁ ଦଣ୍ଡପାଟ କୁ ବ୍ଲକ ଦାବି ରେ ରାଜ୍ୟ ସରକାରଙ୍କ ଠାରେ ଦାବିପତ୍ର ପ୍ରଦାନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା।
ଦଣ୍ଡପାଟ ବ୍ଲକ କ୍ରିୟାନୁଷ୍ଠାନ କମିଟି ଗଠନ କରାଯାଇ ସଭାପତି ଘନଶ୍ୟାମ ପଟେଲ, କାର୍ଯ୍ୟକାରୀ ସଭାପତି ଦିଗାମ୍ବର ଦୁରିଆ, ଉପ ସଭାପତି ହେମନ୍ତ ମାଝୀ,ଗୌଲୋଚନ ଗୋପାଳ, ଟିକମନ୍ ବାରିକ,ଗଣେଶ୍ୱର ବେମାଲ ,ସମ୍ପାଦକ ପ୍ରଶାନ୍ତ ତିୱାରୀ, ସହ ସମ୍ପାଦକ ଅକ୍ଷୟ ନାଏକ , ଧର୍ମବ୍ରତ ପଣ୍ଡା,ଭିକାରୀ ନିଏଲ୍, ଜଗତ ଶ୍ୟାମ ଯୁଏଡ , କୋଷାଧ୍ୟକ୍ଷ ଲଲିତ ବାଣୁଆ ଓ କ୍ଷୀର ସିନ୍ଧୁ ବାଗ ,ଆବାହକ ଭବେଶ ଗଇନ୍ତା, ଉପଦେଷ୍ଟା ଭାବରେ ଚିତ୍ତରଞ୍ଜନ ପୁଝାରୀ,ବଳରାମ ପୁଝାରୀ ,ଧର୍ମାନନ୍ଦ ସେଠିଆ,ମଣି ଭଦ୍ର ନାଏକ ଙ୍କୁ ସର୍ବ ସମ୍ମତି କ୍ରମେ ଚୟନ କରା ଯାଇ ଥିଲା।ବୈଠକରେ ଅଞ୍ଚଳର ର ମାନ୍ୟଗଣ୍ୟ ବ୍ୟକ୍ତି ,ବୁଦ୍ଧିଜୀବୀ,ଯୁବା ଗୋଷ୍ଠୀ ସାମିଲ ହୋଇଥିଲେ।
Editor, News Gallery Mob: 9439506580 Email: newsgallery.in@gmail.com
