Hemant Kumar Ray
Editor, News Gallery Mob: 9439506580 Email: newsgallery.in@gmail.com
କାର୍ଯ୍ୟକ୍ରମ ରେ ପ୍ରଚାର ପ୍ରସାର ଅଧ୍ୟକ୍ଷ ବିରଞ୍ଚି ନାରାୟଣ ଜାଲ,ଉପସଭାପତି ବୈଦ୍ୟନାଥ ବେହେରା,କ୍ରିଡ଼ା କମିଟି ଅଧ୍ୟକ୍ଷ ସନ୍ତୋଷ ପାଣିଗ୍ରାହୀ,ଫାଇନାନ୍ସ କମିଟି ଉପାଧ୍ୟକ୍ଷ ପୂର୍ବତନ ଏନଏସି ଅଧ୍ୟକ୍ଷା ସୁଶ୍ରୀ ହୀରା ବାଗ, ଇଙ୍ଗିତ କୁମାର ପଣ୍ଡା, ଗ୍ରୀନ ରୁମ କମିଟି ଉପସଭାପତି ବିଦ୍ୟାଧର ସାହୁ ଙ୍କ ସମେତ ସମସ୍ତ ସାମ୍ୱାଦିକ ଓ ପ୍ରଚାର ପ୍ରସାର କମିଟି ସଦସ୍ୟ ମାନେ ଉପସ୍ଥିତ ଥିଲେ । ଆସନ୍ତା ୧୫,୧୬ ଓ ୧୭ ତାରିଖ ତିନିଦିନ ଧରି ସ୍ଥାନୀୟ ଖେଳ ପଡିଆ ଠାରେ ଉତ୍ସବ ଆୟୋଜିତ ହେବ । ବିଭିନ୍ନ ଦିବସ ରେ ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଷ୍ଟାର ନାଇଟ ପ୍ରୋଗ୍ରାମ ରେ ପ୍ରଥମ ରଜନୀ ରେ ସର୍ବେଶ୍ଵର ଭୋଇ ଓ ସାଥୀ, ଦ୍ୱିତୀୟ ରଜନୀ ରେ ଭୁବନେଶ୍ୱର ର ବିଷ୍ଣୁ ମୋହନ କବି ଓ ସୌରଭ ନାୟକ ଏଵଂ ଶେଷ ରଜନୀ ରେ ଅସୀମା ପଣ୍ଡା ଓ ସାଥୀ କଳାକାର ମାନେ କାର୍ଯ୍ୟକ୍ରମ ପରିବେଷଣ କରିବେ ।
ସେହି ପରି ବ୍ୟାଡମିଣ୍ଟନ, ଭଲିବଲ୍, ପ୍ରଦର୍ଶନୀ କ୍ରିକେଟ ମ୍ୟାଚ (ପୁରୁଷ ଓ ମହିଳା), ଭାର ଉତ୍ତୋଳନ, ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା, କବାଡି, ଯୋଗ, ହାଣ୍ଡି ଫଟା, ସମେତ ମହିଳା ମାନଙ୍କ ଶଙ୍ଖ ଫୁଙ୍କା, ହୁଳହୁଳି, ଝୋଟି, ରଙ୍ଗୋଲି, ମେହେନ୍ଦି, ସିଲେଇ, ରୋଷେଇ ଆଦି ପ୍ରତିଯୋଗିତା ମାନ ଆୟୋଜିତ ହେବ ବୋଲି ଅଧକ୍ଷ ଶ୍ରୀ ଜାଲ ସୂଚନା ଦେଇଛନ୍ତି ।
Editor, News Gallery Mob: 9439506580 Email: newsgallery.in@gmail.com
