ଧର୍ମଗଡ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ର ୩୮ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

0 minutes, 0 seconds Read

ନ୍ୟୁଜ ଗ୍ୟାଲେରି,ଧର୍ମଗଡ଼:(ହେମନ୍ତ କୁମାର ମାଝୀ) କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ୩୮ ତମ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି। ଶିଶୁ ବିଦ୍ୟା ମନ୍ଦିର କମିଟି ସଭାପତି ସୁନିଲ କୁମାର ପାତ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ଏହି ବାର୍ଷିକ ଉତ୍ସଵ ସମାରୋହରେ ମୁଖ୍ୟ ଅତିଥି ଧର୍ମଗଡ ପଞ୍ଚାୟତ ସମିତି ଅଧ୍ୟକ୍ଷା ବବିତା ପାଟଯୋଶୀ, ମୁଖ୍ୟ ବକ୍ତା ଜୟ ନାରାୟଣ ବାବୁ ବିଭାଗୀୟ ସଂଘ ରାଷ୍ଟ୍ରୀୟ ସଂଘ ସେବକ କଳାହାଣ୍ଡି ବିଭାଗ ବିଦ୍ୟା ମନ୍ଦିରର ସଂପାଦକ ସାଇ ଗୋପାଳ ସାହୁ ଏଵଂ ପ୍ରଧାନ ଆଚାର୍ଯ୍ୟ କୁଞ୍ଜବିହାରୀ ଦାସ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଶୁଭାରମ୍ଭ କରିଥିଲେ।ମଞ୍ଚାସିନ ଅତିଥି ମାନେ ବିଦ୍ୟା ମନ୍ଦିରରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ରେ ଉତିର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମ ରେ ଆର୍ଥିକ ୨୦୨୪-୨୫ ବର୍ଷରେ ଦଶମ ଶ୍ରେଣୀର ଆଇ ଏମ୍ ଅଗସ୍ତି ଶତକଡା ୮୬%ପାଇ ଉତିର୍ଣ୍ଣ ହୋଇଥିବା ଛାତ୍ର ଙ୍କୁ ବିଦ୍ୟା ମନ୍ଦିର ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶିଶୁ ବିଦ୍ୟା ମନ୍ଦିର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ବିଭିନ୍ନ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ମଞ୍ଚକୁ ଶିଶୁ ବିଦ୍ୟା ମନ୍ଦିର ଆଚାର୍ଯ୍ୟ ନରେନ୍ଦ୍ର ପ୍ରଧାନୀ ପରିଚାଳନା କରିଥିବା ବେଳେ ବିଶ୍ଵ ରଞ୍ଜନ ଆଚାର୍ଯ୍ୟ ଧନ୍ୟବାଦ୍ ଅର୍ପଣ କରିଥିଲେ।

Hemant Kumar Ray
Editor, News Gallery
Mob: 9439506580
Email: newsgallery.in@gmail.com
author

Hemant Kumar Ray

Editor, News Gallery Mob: 9439506580 Email: newsgallery.in@gmail.com

Similar Posts