ନ୍ୟୁଜଗ୍ୟାଲେରି,ଧର୍ମଗଡ:(ହେମନ୍ତ କୁମାର ମାଝୀ) କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଜୟନ୍ତପୂର ଠାରେ ଦଣ୍ଡପାଟ ମୂଳନୀବାସୀ ଦଳିତ ବୁଦ୍ଧିଜୀବୀ କମିଟି ର ଆୟୋଜନ ରେ ଜୟନ୍ତପୂର ସରପଞ୍ଚ ଜୟନ୍ତୀ ବାଗ ଙ୍କ ସଭାପତିତ୍ବ ରେ ଦଳିତ ବୁଦ୍ଧିଜୀବୀ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ଆଲୋଚନା ଭାବରେ ବଲାଙ୍ଗୀର ଏପିଡି ତରଣୀ ସୁନା, ଡାକ୍ତର ବିବେକାନନ୍ଦ ମହାନନ୍ଦ, ବନମାଳୀ ଭୋଇ, ନିୟମ ଗିରି ସୁରକ୍ଷା ସମିତି ସଭାପତି ଲିଙ୍ଗରାଜ ଆଜାଦ ପ୍ରମୁଖ ଯୋଗ ଦେଇ ଆମ ସମ୍ବିଧାନରେ ଜାତିଗତ ସଂରକ୍ଷଣ ବ୍ୟବସ୍ଥା ଓ ଏହାର ଭବିଷ୍ୟତ ଉପରେ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ଦଳିତ ବିଚାରକ ଦିଗାମ୍ବର ଦୁରିଆ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରୁ ଯୁଗେଶ୍ୱର ସାଗର, ପ୍ରେମଲାଲ ନାଏକ, ନିର୍ମଳ ନାଏକ, ପଞ୍ଚାନନ ଦୁରିଆ, ବିନୋଦ ନାଏକ, ଏସ ସୁଜାତା, ରମଣୀ ଦୁରିଆ, ଟଙ୍କଧର ତାଣ୍ଡି, ଢଗ ନାଏକ, ବେନୁପାଣି ଦୁର୍ଗା, ଚିତ୍ତରଞ୍ଜନ ନିଆଲ, ମାଧବ ଠାକୁର, ନୋଜଳ ବାଗ ସମେତ ଶତାଧିକ ଲୋକେ ଯୋଗଦାନ କରିଥିଲେ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

