ନ୍ୟୁଜଗ୍ୟାଲେରି,ଧର୍ମଗଡ:(ହେମନ୍ତ କୁମାର ମାଝୀ) କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଜୟନ୍ତପୂର ଠାରେ ଦଣ୍ଡପାଟ ମୂଳନୀବାସୀ ଦଳିତ ବୁଦ୍ଧିଜୀବୀ କମିଟି ର ଆୟୋଜନ ରେ ଜୟନ୍ତପୂର ସରପଞ୍ଚ ଜୟନ୍ତୀ ବାଗ ଙ୍କ ସଭାପତିତ୍ବ ରେ ଦଳିତ ବୁଦ୍ଧିଜୀବୀ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ଆଲୋଚନା ଭାବରେ ବଲାଙ୍ଗୀର ଏପିଡି ତରଣୀ ସୁନା, ଡାକ୍ତର ବିବେକାନନ୍ଦ ମହାନନ୍ଦ, ବନମାଳୀ ଭୋଇ, ନିୟମ ଗିରି ସୁରକ୍ଷା ସମିତି ସଭାପତି ଲିଙ୍ଗରାଜ ଆଜାଦ ପ୍ରମୁଖ ଯୋଗ ଦେଇ ଆମ ସମ୍ବିଧାନରେ ଜାତିଗତ ସଂରକ୍ଷଣ ବ୍ୟବସ୍ଥା ଓ ଏହାର ଭବିଷ୍ୟତ ଉପରେ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ଦଳିତ ବିଚାରକ ଦିଗାମ୍ବର ଦୁରିଆ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରୁ ଯୁଗେଶ୍ୱର ସାଗର, ପ୍ରେମଲାଲ ନାଏକ, ନିର୍ମଳ ନାଏକ, ପଞ୍ଚାନନ ଦୁରିଆ, ବିନୋଦ ନାଏକ, ଏସ ସୁଜାତା, ରମଣୀ ଦୁରିଆ, ଟଙ୍କଧର ତାଣ୍ଡି, ଢଗ ନାଏକ, ବେନୁପାଣି ଦୁର୍ଗା, ଚିତ୍ତରଞ୍ଜନ ନିଆଲ, ମାଧବ ଠାକୁର, ନୋଜଳ ବାଗ ସମେତ ଶତାଧିକ ଲୋକେ ଯୋଗଦାନ କରିଥିଲେ।
Latest entries
ଜିଲ୍ଲା ଖବରJanuary 16, 2026ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଯୁବ-ଛାତ୍ର ବିଜେଡିର ସାମ୍ବାଦିକ ସମ୍ମିଳନୀ
ଜିଲ୍ଲା ଖବରJanuary 15, 2026ମା ମାଣିକେଶ୍ୱରୀ ମନ୍ଦିର ରୁ ବାହାରିଲା ମଶାଲ ଯାତ୍ରା
ଜିଲ୍ଲା ଖବରJanuary 13, 2026୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଉପଲକ୍ଷେ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ଖେଳ ପ୍ରତିଯୋଗିତା
ଜିଲ୍ଲା ଖବରJanuary 12, 2026କବି ବିରଞ୍ଚି ନାରାୟଣ ଦରୱାନଙ୍କ କବିତା ବହି “ସାରା ଆକାଶ ତମର” ଲୋକାର୍ପିତ

