ନ୍ୟୁଜଗ୍ୟାଲେରି, ଭବାନୀପାଟଣା: ଅଯୋଧ୍ୟାରେ ଶ୍ରୀରାମ ଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ଭବାନୀପାଟଣା ସହର ଉତ୍ସବ ମୁଖରିତ ହୋଇଯାଇଛି। ସମସ୍ତ ମନ୍ଦିରରେ ପୂଜାର୍ଚ୍ଚନା, ହୋମ, ଭଜନ, କୀର୍ତ୍ତନ ଆୟୋଜିତ ହୋଇଥିବାବେଳେ ବିଭିନ୍ନ ସଙ୍ଗଠନ ପକ୍ଷରୁ ଅନେକ ସ୍ଥାନରେ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା।ଏହିପରିପେକ୍ଷିରେ ବ୍ରାହ୍ମଣ ସମାଜ କଳାହାଣ୍ଡି ପକ୍ଷରୁ ଦିନ ୧୦ ଟାରେ ରାମସ୍ବାମୀ ମନ୍ଦିରରେ ୫୧ କେଜି ଓଜନର ବୁନ୍ଦି ଲଡୁ ଠାକୁରଙ୍କୁ ଅର୍ପଣ କରାଯାଇଥିଲା।
ବ୍ରାହ୍ମଣ ସମାଜ ଜିଲ୍ଲା ସଭାପତି ଜଗନ୍ନାଥ ମୁଣ୍ଡ, ସାଧାରଣ ସମ୍ପାଦକ ସତ୍ୟ ନାରାୟଣ ମହାପାତ୍ର, ସଂଗଠନ ସମ୍ପାଦକ ଭବେନ୍ଦ୍ର ପଣ୍ଡା, ନଗର ସଭାପତି ସୁରେନ୍ଦ୍ର ପଣ୍ଡା, ପର୍ଶୁରାମ ସେନା ଜିଲ୍ଲା ସଂଯୋଜକ ପ୍ରଶାନ୍ତ ଠାକୁର, ପ୍ରଜ୍ଞା ବାହିନୀ ଜିଲ୍ଲା ସଂଯୋଜୀକା ସ୍ନେହଲତା ଷଡ଼ଙ୍ଗୀ, ସକ୍ରିୟ ସଭ୍ୟ ଅଶୋକ ନେଗୀ ପ୍ରମୁଖ ଉପସ୍ଥିତି ରହି ପ୍ରସାଦ ଅର୍ପଣ ଓ ବଣ୍ଟନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସେହିପରି ବ୍ରାହ୍ମଣ ସମାଜ ପକ୍ଷରୁ ଅପରାହ୍ନ ପାଞ୍ଚଟାରେ ବାଲାଜୀ ମନ୍ଦିରରେ ରଙ୍ଗୋଲୀ ଓ ୨୧୬ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା। ଏଥିରେ ବ୍ରାହ୍ମଣ ସମାଜ, ପ୍ରଜ୍ଞା ବାହିନୀ ଓ ପର୍ଶୁରାମ ସେନାର ବହୁ ସଦସ୍ୟ ସଦସ୍ୟା ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ପ୍ରଭୁ ଶ୍ରୀରାମଙ୍କୁ ସ୍ଵାଗତ କରିଥିଲେ।
Latest entries
ଜିଲ୍ଲା ଖବରOctober 22, 2026ପ୍ରେମୀ ଯୁଗଳ ମୃତ ଶବ ଉଦ୍ଧାର ,ହତ୍ୟା ସନ୍ଦେହ
ଜିଲ୍ଲା ଖବରOctober 22, 2026ଜିଲ୍ଲା ସ୍ତରୀୟ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ
ଜିଲ୍ଲା ଖବରOctober 21, 2026ଦୁଆରସୁନି ଦୁର୍ଗାପୂଜା କମିଟି ପକ୍ଷରୁ ନୃତ୍ୟ ପ୍ରତିଯୋଗିତା ଓ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା
ଜିଲ୍ଲା ଖବରOctober 20, 2026ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ମହାସମାରୋହରେ ସମ୍ପନ୍ନ ହେଲା ପ୍ରସିଦ୍ଧ ଛତର ଯାତ୍ରା

