ନ୍ୟୁଜଗ୍ୟାଲେରି, ଭବାନୀପାଟଣା: ଅଯୋଧ୍ୟାରେ ଶ୍ରୀରାମ ଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ଭବାନୀପାଟଣା ସହର ଉତ୍ସବ ମୁଖରିତ ହୋଇଯାଇଛି। ସମସ୍ତ ମନ୍ଦିରରେ ପୂଜାର୍ଚ୍ଚନା, ହୋମ, ଭଜନ, କୀର୍ତ୍ତନ ଆୟୋଜିତ ହୋଇଥିବାବେଳେ ବିଭିନ୍ନ ସଙ୍ଗଠନ ପକ୍ଷରୁ ଅନେକ ସ୍ଥାନରେ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା।ଏହିପରିପେକ୍ଷିରେ ବ୍ରାହ୍ମଣ ସମାଜ କଳାହାଣ୍ଡି ପକ୍ଷରୁ ଦିନ ୧୦ ଟାରେ ରାମସ୍ବାମୀ ମନ୍ଦିରରେ ୫୧ କେଜି ଓଜନର ବୁନ୍ଦି ଲଡୁ ଠାକୁରଙ୍କୁ ଅର୍ପଣ କରାଯାଇଥିଲା।
ବ୍ରାହ୍ମଣ ସମାଜ ଜିଲ୍ଲା ସଭାପତି ଜଗନ୍ନାଥ ମୁଣ୍ଡ, ସାଧାରଣ ସମ୍ପାଦକ ସତ୍ୟ ନାରାୟଣ ମହାପାତ୍ର, ସଂଗଠନ ସମ୍ପାଦକ ଭବେନ୍ଦ୍ର ପଣ୍ଡା, ନଗର ସଭାପତି ସୁରେନ୍ଦ୍ର ପଣ୍ଡା, ପର୍ଶୁରାମ ସେନା ଜିଲ୍ଲା ସଂଯୋଜକ ପ୍ରଶାନ୍ତ ଠାକୁର, ପ୍ରଜ୍ଞା ବାହିନୀ ଜିଲ୍ଲା ସଂଯୋଜୀକା ସ୍ନେହଲତା ଷଡ଼ଙ୍ଗୀ, ସକ୍ରିୟ ସଭ୍ୟ ଅଶୋକ ନେଗୀ ପ୍ରମୁଖ ଉପସ୍ଥିତି ରହି ପ୍ରସାଦ ଅର୍ପଣ ଓ ବଣ୍ଟନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସେହିପରି ବ୍ରାହ୍ମଣ ସମାଜ ପକ୍ଷରୁ ଅପରାହ୍ନ ପାଞ୍ଚଟାରେ ବାଲାଜୀ ମନ୍ଦିରରେ ରଙ୍ଗୋଲୀ ଓ ୨୧୬ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା। ଏଥିରେ ବ୍ରାହ୍ମଣ ସମାଜ, ପ୍ରଜ୍ଞା ବାହିନୀ ଓ ପର୍ଶୁରାମ ସେନାର ବହୁ ସଦସ୍ୟ ସଦସ୍ୟା ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ପ୍ରଭୁ ଶ୍ରୀରାମଙ୍କୁ ସ୍ଵାଗତ କରିଥିଲେ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

