ନ୍ୟୁଜଗ୍ୟାଲେରି, ଲାଞ୍ଜିଗଡ:(ଧର୍ମେନ୍ଦ୍ର ପଣ୍ଡା) ଦାଦନ ଖଟିବାକୁ ଯାଇଥିବାବେଳେ କେରଳରେ ମୃତ୍ୟୁ ଘଟିଥିବା କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ସିନ୍ଧିପଦର ଗାଁର ସ୍ବର୍ଗତ ଟୁନା ସୁନାଙ୍କ ଦଶାହ ଶୁଦ୍ଧିକ୍ରିୟା ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲା ପ୍ରଶାସନ, ଜିଲ୍ଲା ଶ୍ରମ ବିଭାଗର ସହାୟତାରେ ତାଙ୍କର ଶବ ଗାଁକୁ ଫେରିଥିବାବେଳେ ଦଶାହ କାର୍ଯ୍ୟରେ କଳାହାଣ୍ଡି ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶିବାଜୀ ମାଝୀ ଉପସ୍ଥିତ ରହି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ।
ସେହିପରି ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀଙ୍କ ନିର୍ଦ୍ଦେଶ କ୍ରମେ ବିଧାୟକ ପ୍ରତିନିଧି ପ୍ରଦୀପ କୁମାର ଘଡେଇ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା କାନକୁଟରୁ ସମିତିସଭ୍ୟ ମନୋହର ହରପାଲ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ତଥା ପାହାଡ଼ପଦର ସମିତିସଭ୍ୟ ଜଗଦୀଶ ବେନିଆ, ସମାଜସେବୀ ହରିଶଙ୍କର ପାତ୍ର, ପୂର୍ବତନ ସରପଞ୍ଚ ବିଷ୍ଣୁଚରଣ ଭୋଇ, ସମାଜସେବୀ ମୀନକେତନ ପରିଛା, ଲାଞ୍ଜିଗଡ ପ୍ରେସକ୍ଲବର ସଦସ୍ୟ ଧର୍ମେନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ମୃତକଙ୍କ ପରିବାରକୁ ଆଶ୍ୱାସନା ଦେବା ସହିତ ସହାୟତାର ହାତ ବଢ଼ାଇଥିଲେ।
Latest entries
ଜିଲ୍ଲା ଖବରJuly 14, 2026ସାତ ଦିନ ମଧ୍ୟରେ ସମସ୍ତ ବକେୟା ଅଭିଯୋଗର ନିଷ୍ପତ୍ତି କରିବାକୁ ଜିଲ୍ଲାପାଳ ଙ୍କ କଡ଼ା ନିର୍ଦ୍ଦେଶ
ଜିଲ୍ଲା ଖବରJuly 4, 2026ଜୁଆ ଖେଳୁଥିବା ବେଳେ ବାଲାଜୀ ରାଇସ ମିଲରେ ପୋଲିସର ଚଢ଼ାଉ
ଜିଲ୍ଲା ଖବରJune 27, 2026ଅନ୍ତର୍ଜାତୀୟ ନିଶା ନିବାରଣ ଏବଂ ଅବୋଧ ଚାଲାଣ ନିଷିଦ୍ଧ ଦିବସ ପାଳିତ
ଜିଲ୍ଲା ଖବରJune 26, 2026ସମ୍ବିଧାନ ହତ୍ୟା ଦିବସ କାର୍ଯ୍ୟକ୍ରମ

