ନ୍ୟୁଜଗ୍ୟାଲେରି, ଲାଞ୍ଜିଗଡ:(ଧର୍ମେନ୍ଦ୍ର ପଣ୍ଡା) ଦାଦନ ଖଟିବାକୁ ଯାଇଥିବାବେଳେ କେରଳରେ ମୃତ୍ୟୁ ଘଟିଥିବା କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ସିନ୍ଧିପଦର ଗାଁର ସ୍ବର୍ଗତ ଟୁନା ସୁନାଙ୍କ ଦଶାହ ଶୁଦ୍ଧିକ୍ରିୟା ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲା ପ୍ରଶାସନ, ଜିଲ୍ଲା ଶ୍ରମ ବିଭାଗର ସହାୟତାରେ ତାଙ୍କର ଶବ ଗାଁକୁ ଫେରିଥିବାବେଳେ ଦଶାହ କାର୍ଯ୍ୟରେ କଳାହାଣ୍ଡି ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶିବାଜୀ ମାଝୀ ଉପସ୍ଥିତ ରହି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ।
ସେହିପରି ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀଙ୍କ ନିର୍ଦ୍ଦେଶ କ୍ରମେ ବିଧାୟକ ପ୍ରତିନିଧି ପ୍ରଦୀପ କୁମାର ଘଡେଇ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା କାନକୁଟରୁ ସମିତିସଭ୍ୟ ମନୋହର ହରପାଲ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ତଥା ପାହାଡ଼ପଦର ସମିତିସଭ୍ୟ ଜଗଦୀଶ ବେନିଆ, ସମାଜସେବୀ ହରିଶଙ୍କର ପାତ୍ର, ପୂର୍ବତନ ସରପଞ୍ଚ ବିଷ୍ଣୁଚରଣ ଭୋଇ, ସମାଜସେବୀ ମୀନକେତନ ପରିଛା, ଲାଞ୍ଜିଗଡ ପ୍ରେସକ୍ଲବର ସଦସ୍ୟ ଧର୍ମେନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ମୃତକଙ୍କ ପରିବାରକୁ ଆଶ୍ୱାସନା ଦେବା ସହିତ ସହାୟତାର ହାତ ବଢ଼ାଇଥିଲେ।
Latest entries
ଜିଲ୍ଲା ଖବରOctober 22, 2026ପ୍ରେମୀ ଯୁଗଳ ମୃତ ଶବ ଉଦ୍ଧାର ,ହତ୍ୟା ସନ୍ଦେହ
ଜିଲ୍ଲା ଖବରOctober 22, 2026ଜିଲ୍ଲା ସ୍ତରୀୟ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ
ଜିଲ୍ଲା ଖବରOctober 21, 2026ଦୁଆରସୁନି ଦୁର୍ଗାପୂଜା କମିଟି ପକ୍ଷରୁ ନୃତ୍ୟ ପ୍ରତିଯୋଗିତା ଓ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା
ଜିଲ୍ଲା ଖବରOctober 20, 2026ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ମହାସମାରୋହରେ ସମ୍ପନ୍ନ ହେଲା ପ୍ରସିଦ୍ଧ ଛତର ଯାତ୍ରା

