ନ୍ୟୁଜଗ୍ୟାଲେରି, ଭବାନୀପାଟଣା: ଆମ୍ ଆଦମୀ ପାର୍ଟି କଳାହାଣ୍ଡି ଜିଲ୍ଲା ପକ୍ଷରୁ ନର୍ଲା ଷ୍ଟେସନ ରୋଡ଼ ପାଖ ଦୁର୍ଗା ମନ୍ଦିର ପ୍ରାଙ୍ଗଣରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ କଳାହାଣ୍ଡି ଲୋକସଭା ସଭାପତି କୃତିବାସ ମୁଣ୍ଡ, ଜିଲ୍ଲା ଆବାହକ ସତ୍ୟ ମାହାର, ଜିଲ୍ଲା ସାଧାରଣ ସମ୍ପାଦକ ତୀର୍ଥ ବୁଦ୍ଧିଆ, ସାଧାରଣ ସମ୍ପାଦକ ଲତା ସାହୁ, ଧରଣୀ ସାହୁ, ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ସଭାପତି ଡୋଲେ ସ୍ୱର ସା, ବିଶ୍ବମ୍ବର ମାଝୀ, ନର୍ଲା ବ୍ଲକ ସଭାପତି ଭୂପିନ୍ଦର ଦୀପ ପ୍ରମୁଖ ଅନେକ ଯୁବ ସାଥୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ସାମିଲ୍ ହୋଇ ଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ କିଭଳି ଘର ଘର ଯାଇ ମୋବାଇଲ ଆପ ମାଧ୍ୟମରେ ସଦସ୍ୟତା ଗ୍ରହଣ କରାଯାଇ ପାରିବ ସେ ଦିଗରେ ଏକ ନୂତନ ରଣନୀତି ପ୍ରସ୍ତୁତ କରିବା ସହିତ”ଘର ଘର ଦଶ ଥର”ମାଧ୍ୟମରେ ଜନତାଙ୍କ ନିକଟତର ହେବା ସହିତ ସମସ୍ତଙ୍କ ସମସ୍ୟା ରେ ସାମିଲ୍ ହେବା ଦିଗରେ ନୂତନ ସନ୍ଦେଶ ଯିବ ବୋଲି ଶ୍ରୀ ମୁଣ୍ଡ ପ୍ରକାଶ କରିଥିଲେ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

