ନ୍ୟୁଜଗ୍ୟାଲେରି, ଭବାନୀପାଟଣା: ଆମ୍ ଆଦମୀ ପାର୍ଟି କଳାହାଣ୍ଡି ଜିଲ୍ଲା ପକ୍ଷରୁ ନର୍ଲା ଷ୍ଟେସନ ରୋଡ଼ ପାଖ ଦୁର୍ଗା ମନ୍ଦିର ପ୍ରାଙ୍ଗଣରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ କଳାହାଣ୍ଡି ଲୋକସଭା ସଭାପତି କୃତିବାସ ମୁଣ୍ଡ, ଜିଲ୍ଲା ଆବାହକ ସତ୍ୟ ମାହାର, ଜିଲ୍ଲା ସାଧାରଣ ସମ୍ପାଦକ ତୀର୍ଥ ବୁଦ୍ଧିଆ, ସାଧାରଣ ସମ୍ପାଦକ ଲତା ସାହୁ, ଧରଣୀ ସାହୁ, ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ସଭାପତି ଡୋଲେ ସ୍ୱର ସା, ବିଶ୍ବମ୍ବର ମାଝୀ, ନର୍ଲା ବ୍ଲକ ସଭାପତି ଭୂପିନ୍ଦର ଦୀପ ପ୍ରମୁଖ ଅନେକ ଯୁବ ସାଥୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ସାମିଲ୍ ହୋଇ ଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ କିଭଳି ଘର ଘର ଯାଇ ମୋବାଇଲ ଆପ ମାଧ୍ୟମରେ ସଦସ୍ୟତା ଗ୍ରହଣ କରାଯାଇ ପାରିବ ସେ ଦିଗରେ ଏକ ନୂତନ ରଣନୀତି ପ୍ରସ୍ତୁତ କରିବା ସହିତ”ଘର ଘର ଦଶ ଥର”ମାଧ୍ୟମରେ ଜନତାଙ୍କ ନିକଟତର ହେବା ସହିତ ସମସ୍ତଙ୍କ ସମସ୍ୟା ରେ ସାମିଲ୍ ହେବା ଦିଗରେ ନୂତନ ସନ୍ଦେଶ ଯିବ ବୋଲି ଶ୍ରୀ ମୁଣ୍ଡ ପ୍ରକାଶ କରିଥିଲେ।
Latest entries
ଜିଲ୍ଲା ଖବରJanuary 16, 2026ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଯୁବ-ଛାତ୍ର ବିଜେଡିର ସାମ୍ବାଦିକ ସମ୍ମିଳନୀ
ଜିଲ୍ଲା ଖବରJanuary 15, 2026ମା ମାଣିକେଶ୍ୱରୀ ମନ୍ଦିର ରୁ ବାହାରିଲା ମଶାଲ ଯାତ୍ରା
ଜିଲ୍ଲା ଖବରJanuary 13, 2026୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଉପଲକ୍ଷେ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ଖେଳ ପ୍ରତିଯୋଗିତା
ଜିଲ୍ଲା ଖବରJanuary 12, 2026କବି ବିରଞ୍ଚି ନାରାୟଣ ଦରୱାନଙ୍କ କବିତା ବହି “ସାରା ଆକାଶ ତମର” ଲୋକାର୍ପିତ

