ନ୍ୟୁଜଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ପୁରାତନ ସହର ହେଉଛି ଜୁନାଗଡ଼ ନାଗଵଂଶ ରାଜାଙ୍କ ସମୟରେ ଜୁନାଗଡ଼ କଳାହାଣ୍ଡି ଜିଲ୍ଲାର ରାଜଧାନୀ ଥିଲା । ରାଜ୍ୟ ସରକାର ପୂର୍ବ ଗୌରବକୁ ଫେରାଇ ଦେବା ପାଇଁ ଆଜି ଜୁନାଗଡ଼ ବାସୀ ଆଣ୍ଟା ଭିଡ଼ିଛନ୍ତି ।
ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀ ରେ ଆଜି ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗଣଧାରଣା ରେ ବସିଛନ୍ତି । ସମସ୍ତ ସ୍ୱାଭିମାନ ଜୁନାଗଡ଼ ଜନସାଧାରଣ ଏକଜୁଟ ହୋଇ ଲଙ୍କେଶ୍ୱରୀ ମନ୍ଦିରରୁ ପୂଜାର୍ଚ୍ଚନା ପରେ ଜୁନାଗଡ଼ କୁ ଜିଲ୍ଲା ମାନ୍ୟତା ଦାବୀ ନେଇ ଏକ ବିଶାଳ ମଶାଲ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରିବା ସହିତ ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ବିକ୍ଷୋଭ ସ୍ଥଳରେ ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର ଯୋଗଦେଇଥିଲେ ଏବଂ ସେ କହିଲେ ଯେ, ଜୁନାଗଡ଼ ଜିଲ୍ଲା ପାଇଁ ସବୁ ମାପଦଣ୍ଡକୁ ପୂର୍ଣ୍ଣ କରୁଛି ତେଣୁ ଯଦି ଜିଲ୍ଲା ହେବ ତାହେଲେ ଜୁନାଗଡ଼ ହିଁ ଜିଲ୍ଲା ମାନ୍ୟତା ପାଇବ ଏବଂ ରାଜ୍ୟ ସରକାର ଆମର ଏ ଦାବୀକୁ ନିଶ୍ଚିତ ପୁରଣ କରିବେ ବୋଲି କହିଥିଲେ । ଏହି ଧାରଣା ଅନିର୍ଦ୍ଦିଷ୍ଟ କାଳ ପାଇଁ ଚାଲିବ ବୋଲି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସୂଚନାମିଳିଛି।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

