ନ୍ୟୁଜଗ୍ୟାଲେରି, ଭବାନୀପାଟଣା: ମହାବୀର ମହୋତ୍ସବ ର ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରୁଛନ୍ତି ହଜାର ହଜାର ଦର୍ଶକ। ଭବାନୀପାଟଣା ସ୍ଥିତ ମହାବୀର ସାଂସ୍କୃତିକ ଅନୁଷ୍ଠାନ ଦ୍ବାରା ସପ୍ତାହ ବ୍ୟାପୀ ଆଯୋଜିତ ମହାବୀର ମହୋତ୍ସବ ଚତୁର୍ଥ ଦିନ ସନ୍ଧ୍ୟାରେ ହଜାର ହଜାର ଦର୍ଶକ ସଂସ୍କୃତିକ କାର୍ଯ୍ୟ କ୍ରମକୁ ଉପଭୋଗ କରିଛନ୍ତି ।
ତୃତୀୟ ଦିନ ସକାଳ ୧୦ ଘଣ୍ଟା ସମୟରେ କଲେଜ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ବକୃତା ଓ କଣ୍ଠ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟାସମୟରେ ରଙ୍ଗାରଙ୍ଗ ସା ମୁହିକ ନୃତ୍ୟ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା ।ଏହି ନୃତ୍ୟ ପ୍ରତିଯୋଗୀତାକୁ ହଜାର ହଜାର ଦର୍ଶକ ମନଭରି ରାତ୍ର ପର୍ଯ୍ୟନ୍ତ ଉପଭୋଗ କରିଥିଲେ ।କାର୍ଯ୍ୟକ୍ରମ ର ଅତିଥିଭାବରେ କଳାହାଣ୍ଡି ଲେଖିକା ସଂଘ ସଭାପତି ସୁଦେଶନା ପଣ୍ଡା, ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ସମ୍ପାଦକ ଅକ୍ଷୟ କୁମାର ଦାସ ଯୋଗଦେଇଥିଲେ ।
ମହାବୀର ସାସ୍କୃତିକ ଅନୁଷ୍ଠାନର ସଭାପତି ଶାନ୍ତନୁ କୁମାର ବେହେରା,ସମ୍ପାଦକ ସତ୍ୟ ନାରାୟଣ ସିଂହ,ଉପସ୍ଥିତ ରହିଥିଲେ।ସ୍ୱାଗତ ଭାଷଣ ଅନୁଷ୍ଠାନର କୋଷାଧ୍ୟକ୍ଷ ପ୍ରଦୀପ ସିଂହ ପ୍ରଦାନ କରିଥିବାବେଳେ ସଂଯୋଜନା କରିଥିଲେ ସଂଜୀଵ କୁମାର ସିଂହ ।
Latest entries
ଜିଲ୍ଲା ଖବରOctober 22, 2026ପ୍ରେମୀ ଯୁଗଳ ମୃତ ଶବ ଉଦ୍ଧାର ,ହତ୍ୟା ସନ୍ଦେହ
ଜିଲ୍ଲା ଖବରOctober 22, 2026ଜିଲ୍ଲା ସ୍ତରୀୟ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ
ଜିଲ୍ଲା ଖବରOctober 21, 2026ଦୁଆରସୁନି ଦୁର୍ଗାପୂଜା କମିଟି ପକ୍ଷରୁ ନୃତ୍ୟ ପ୍ରତିଯୋଗିତା ଓ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା
ଜିଲ୍ଲା ଖବରOctober 20, 2026ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ମହାସମାରୋହରେ ସମ୍ପନ୍ନ ହେଲା ପ୍ରସିଦ୍ଧ ଛତର ଯାତ୍ରା

