ନ୍ୟୁଜଗ୍ୟାଲେରି, ଭବାନୀପାଟଣା: ମହାବୀର ମହୋତ୍ସବ ର ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରୁଛନ୍ତି ହଜାର ହଜାର ଦର୍ଶକ। ଭବାନୀପାଟଣା ସ୍ଥିତ ମହାବୀର ସାଂସ୍କୃତିକ ଅନୁଷ୍ଠାନ ଦ୍ବାରା ସପ୍ତାହ ବ୍ୟାପୀ ଆଯୋଜିତ ମହାବୀର ମହୋତ୍ସବ ଚତୁର୍ଥ ଦିନ ସନ୍ଧ୍ୟାରେ ହଜାର ହଜାର ଦର୍ଶକ ସଂସ୍କୃତିକ କାର୍ଯ୍ୟ କ୍ରମକୁ ଉପଭୋଗ କରିଛନ୍ତି ।
ତୃତୀୟ ଦିନ ସକାଳ ୧୦ ଘଣ୍ଟା ସମୟରେ କଲେଜ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ବକୃତା ଓ କଣ୍ଠ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟାସମୟରେ ରଙ୍ଗାରଙ୍ଗ ସା ମୁହିକ ନୃତ୍ୟ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା ।ଏହି ନୃତ୍ୟ ପ୍ରତିଯୋଗୀତାକୁ ହଜାର ହଜାର ଦର୍ଶକ ମନଭରି ରାତ୍ର ପର୍ଯ୍ୟନ୍ତ ଉପଭୋଗ କରିଥିଲେ ।କାର୍ଯ୍ୟକ୍ରମ ର ଅତିଥିଭାବରେ କଳାହାଣ୍ଡି ଲେଖିକା ସଂଘ ସଭାପତି ସୁଦେଶନା ପଣ୍ଡା, ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ସମ୍ପାଦକ ଅକ୍ଷୟ କୁମାର ଦାସ ଯୋଗଦେଇଥିଲେ ।
ମହାବୀର ସାସ୍କୃତିକ ଅନୁଷ୍ଠାନର ସଭାପତି ଶାନ୍ତନୁ କୁମାର ବେହେରା,ସମ୍ପାଦକ ସତ୍ୟ ନାରାୟଣ ସିଂହ,ଉପସ୍ଥିତ ରହିଥିଲେ।ସ୍ୱାଗତ ଭାଷଣ ଅନୁଷ୍ଠାନର କୋଷାଧ୍ୟକ୍ଷ ପ୍ରଦୀପ ସିଂହ ପ୍ରଦାନ କରିଥିବାବେଳେ ସଂଯୋଜନା କରିଥିଲେ ସଂଜୀଵ କୁମାର ସିଂହ ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

