ନ୍ୟୁଜଗ୍ୟାଲେରି,କଳାହାଣ୍ଡି: ଭବାନୀପାଟଣା ସ୍ଥାନୀୟ ଓଡିଶୀ କଳାକେନ୍ଦ୍ର ପରିସରରେ ଓଡ଼ିଶାର ଅଗ୍ରଣୀ ସଙ୍ଗୀତ ଶିକ୍ଷାନୁଷ୍ଠାନ ସଙ୍ଗୀତ ସୁଧା ପକ୍ଷରୁ ଗୁରୁପୂର୍ଣିମା ପାଳିତ ହୋଇଯାଇଛି। ସଂଗୀତ ସୁଧାର ପ୍ରଧାନ ଶିକ୍ଷକ ଶଶାଙ୍କ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ପ୍ରକୃତି ବନ୍ଧୁ ପ୍ରଦୀପ ସାହୁ, ସମ୍ମାନିତ ଅତିଥି ଗୁରୁ ସୁଧୀର ପଣ୍ଡା, ସଙ୍ଗୀତ ନିର୍ଦ୍ଦେଶକ କରୁଣାକର ଦାସ, ସଙ୍ଗୀତ ସୁଧାର ଗୁରୁ ଶଚିକାନ୍ତ ରଥ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଗୁରୁ ଶଚିକାନ୍ତ ରଥଙ୍କ ନିର୍ଦ୍ଦେଶନାରେ ଛାତ୍ରଛାତ୍ରୀମାନେ ସଙ୍ଗୀତ ପରିବେଷଣ କରିଥିଲେ। ନୃତ୍ୟଶିଳ୍ପୀ ସତ୍ୟବାନ ପ୍ରଧାନୀ ଓ ବରିଷ୍ଠ ସାମ୍ବାଦିକ ସ୍ୱାଧୀନ ପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଯୁବ ନାଟ୍ୟ ନିର୍ଦ୍ଦେଶକ ସୌରଭ ମହାପାତ୍ର ନାଟ୍ୟ ପରିଚାଳନା କରିଥିଲେ ।
Latest entries
ଜିଲ୍ଲା ଖବରJanuary 16, 2026ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଯୁବ-ଛାତ୍ର ବିଜେଡିର ସାମ୍ବାଦିକ ସମ୍ମିଳନୀ
ଜିଲ୍ଲା ଖବରJanuary 15, 2026ମା ମାଣିକେଶ୍ୱରୀ ମନ୍ଦିର ରୁ ବାହାରିଲା ମଶାଲ ଯାତ୍ରା
ଜିଲ୍ଲା ଖବରJanuary 13, 2026୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଉପଲକ୍ଷେ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ଖେଳ ପ୍ରତିଯୋଗିତା
ଜିଲ୍ଲା ଖବରJanuary 12, 2026କବି ବିରଞ୍ଚି ନାରାୟଣ ଦରୱାନଙ୍କ କବିତା ବହି “ସାରା ଆକାଶ ତମର” ଲୋକାର୍ପିତ

