ନ୍ୟୁଜଗ୍ୟାଲେରି,କଳାହାଣ୍ଡି: ଭବାନୀପାଟଣା ସ୍ଥାନୀୟ ଓଡିଶୀ କଳାକେନ୍ଦ୍ର ପରିସରରେ ଓଡ଼ିଶାର ଅଗ୍ରଣୀ ସଙ୍ଗୀତ ଶିକ୍ଷାନୁଷ୍ଠାନ ସଙ୍ଗୀତ ସୁଧା ପକ୍ଷରୁ ଗୁରୁପୂର୍ଣିମା ପାଳିତ ହୋଇଯାଇଛି। ସଂଗୀତ ସୁଧାର ପ୍ରଧାନ ଶିକ୍ଷକ ଶଶାଙ୍କ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ପ୍ରକୃତି ବନ୍ଧୁ ପ୍ରଦୀପ ସାହୁ, ସମ୍ମାନିତ ଅତିଥି ଗୁରୁ ସୁଧୀର ପଣ୍ଡା, ସଙ୍ଗୀତ ନିର୍ଦ୍ଦେଶକ କରୁଣାକର ଦାସ, ସଙ୍ଗୀତ ସୁଧାର ଗୁରୁ ଶଚିକାନ୍ତ ରଥ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଗୁରୁ ଶଚିକାନ୍ତ ରଥଙ୍କ ନିର୍ଦ୍ଦେଶନାରେ ଛାତ୍ରଛାତ୍ରୀମାନେ ସଙ୍ଗୀତ ପରିବେଷଣ କରିଥିଲେ। ନୃତ୍ୟଶିଳ୍ପୀ ସତ୍ୟବାନ ପ୍ରଧାନୀ ଓ ବରିଷ୍ଠ ସାମ୍ବାଦିକ ସ୍ୱାଧୀନ ପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଯୁବ ନାଟ୍ୟ ନିର୍ଦ୍ଦେଶକ ସୌରଭ ମହାପାତ୍ର ନାଟ୍ୟ ପରିଚାଳନା କରିଥିଲେ ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

