ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ବିଶ୍ୱବିଦ୍ୟାଳୟର ପ୍ରଥମ ସ୍ନାତକୋତ୍ତର ପରୀକ୍ଷାରେ ଭବାନୀପାଟଣା ସ୍ଥିତ ବିକାଶ ମହାବିଦ୍ୟାଳୟର ବିଦ୍ୟାର୍ଥୀ ଉଲେକ୍ଷନିୟ କୃତିତ୍ୱ ଅର୍ଜନ କରିଛନ୍ତି.ବିବିଏ, ବିସିଏ ପାସ କରିଥିବା ସମସ୍ତ ଛାତ୍ର ଛାତ୍ରୀ ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ହୋଇ ମହାବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି ।
ଚଳିତ ବର୍ଷ ବିକାଶ ମହାବିଦ୍ୟାଳଦୁଇୟର ଦୁଇ ଛାତ୍ର ଛାତ୍ରୀ ବିସିଏ ବିଭାଗରେ ଯୁଗ୍ମ ଟପର ହୋଇଛନ୍ତି ଆରୟାନ ଯୋଷୀ ଏବଂ ସିଂଧାରାଣୀ ପଟ୍ଟନାୟକ ସଫଳତା ପାଇଥିବା ବେଳେ ପରୀକ୍ଷା ଦେଇଥିବା ସମସ୍ତ ଛାତ୍ର ଛାତ୍ରୀ ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ହୋଇ କଲେଜ ପାଇଁ ଗୌରବ ଆଣିଛନ୍ତି ।ଏହି ସଫଳତା କୁ ନେଇ ଛାତ୍ର ଛାତ୍ରୀ ମାନେ ଅତ୍ୟନ୍ତ ଆନନ୍ଦିତ ହେବା ସହ ସଫଳତା ପଛରେ ନିଜର ପିତା, ମାତା ଓ ବିକାଶ ଅନୁଷ୍ଠାନ କୁ କୃତଜ୍ଞତା ଜଣାଇଛନ୍ତି ।
ଛାତ୍ର ଛାତ୍ରୀଙ୍କ ଏହି ସଫଳତାରେ ବିକାଶ ଅନୁଷ୍ଠାନର ଏକଜୁଟିଭ ଡାଇରେକ୍ଟଟର ଡ଼ି. ନାଗେଶ୍ୱର ରାଓ, କଲେଜ ଅଧ୍ୟକ୍ଷ ଡ଼ା.ସୁଦୀପ୍ତ କୁମାର ଜେନା, ନିର୍ଦେଶକ ଡ଼ି. ଶ୍ୟାମ, ଅନ୍ୟତମ ନିର୍ଦେଶକ ଡ଼ି. ରାମକୁମାର, ଏକାଡେମୀକ ଇନଚାର୍ଜ ଡ଼ି. ବିଜୟା ପ୍ରମୁଖ ଛାତ୍ର ଛାତ୍ରୀ ମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିବାସହ ଶୁଭେଚ୍ଛା ଜଣାଇଛନ୍ତି ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

