ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଭାରତୀୟ ମଜଦୁର ସଂଘ ସଲଂଘ୍ନ ପାଚିକା ସହାୟିକା ମଜଦୁର ସଂଘ ପକ୍ଷରୁ ୬ ଦଫା ଦାବି ନେଇ କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ଭାରତୀୟ ମଜଦୁର ସଂଘ କଳାହାଣ୍ଡି ଓ ନୂଆପଡା ପ୍ରଭାରୀ ବିରଞ୍ଚିନାରାୟଣ ପଣ୍ଡାଙ୍କ ନେତୃତ୍ୱ ରେ ଭବାନୀପାଟଣା ପାଚିକା ସହାୟିକା ମଜଦୁର ସଙ୍ଘର ସଭାନେତ୍ରୀ ପଙ୍କଜିନୀ ସ୍ୱାଇଁ, କବିତା ମାଝି, ବିମଳା ଗୌଡ଼, ତାପସ୍ପିନୀ ମହାରଣା, ବିଶ୍ଵରଞ୍ଜନ ସା, ସୁରେନ୍ଦ୍ରମୋହନ କର, ନଳିନି ଛାତ୍ରିଆ, ଆଦିତ୍ୟ ସିଂ, ସନ୍ୟାସ ପ୍ରଧାନ,ମମିତା ଗୌଡ଼, ନୀଳକଣ୍ଠ ଗୌଡ଼ ସମେତ ଶତାଧିକ ପାଚିକା କର୍ମୀ ଏକ ଶୋଭାଯାତ୍ରାରେ ଭବାନୀପାଟଣା ସହର ପରିକ୍ରମା କରି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିବା ସହ ଏକ ୬ ଦଫା ଦାବିପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦେଶ୍ୟରେ ପ୍ରଦାନ କରିଥିଲେ । ଦାବି ମଧ୍ୟରେ ପାଚିକା ସହାୟିକା ମାନଙ୍କୁ ସର୍ବନିମ୍ନ ମଜୁରୀ ପ୍ରଦାନ, ସାମାଜିକ ସୁରକ୍ଷା, ବର୍ଷକୁ ୧୦ ମାସ ପରିବର୍ତ୍ତେ ୧୨ ମାସର ଦରମା ପ୍ରଦାନ, ବୀମା, ଅବସର କାଳୀନ ଭର୍ତ୍ତା ଆଦି ଅନ୍ତର୍ଭୁକ୍ତ । ପାଚିକା ମାନଙ୍କ ଦାବି ତୁରନ୍ତ ପୂରଣ କରାନଗଲେ ଆଗାମୀ ଦିନରେ ରାଜ୍ୟବ୍ୟାପି ଆନ୍ଦୋଳନ କରାଯିବ ବୋଲି ପାଚିକା ସହାୟିକା ମଜଦୁର ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।
Latest entries
ଜିଲ୍ଲା ଖବରJanuary 16, 2026ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଯୁବ-ଛାତ୍ର ବିଜେଡିର ସାମ୍ବାଦିକ ସମ୍ମିଳନୀ
ଜିଲ୍ଲା ଖବରJanuary 15, 2026ମା ମାଣିକେଶ୍ୱରୀ ମନ୍ଦିର ରୁ ବାହାରିଲା ମଶାଲ ଯାତ୍ରା
ଜିଲ୍ଲା ଖବରJanuary 13, 2026୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଉପଲକ୍ଷେ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ଖେଳ ପ୍ରତିଯୋଗିତା
ଜିଲ୍ଲା ଖବରJanuary 12, 2026କବି ବିରଞ୍ଚି ନାରାୟଣ ଦରୱାନଙ୍କ କବିତା ବହି “ସାରା ଆକାଶ ତମର” ଲୋକାର୍ପିତ

