ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଭାରତୀୟ ମଜଦୁର ସଂଘ ସଲଂଘ୍ନ ପାଚିକା ସହାୟିକା ମଜଦୁର ସଂଘ ପକ୍ଷରୁ ୬ ଦଫା ଦାବି ନେଇ କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ଭାରତୀୟ ମଜଦୁର ସଂଘ କଳାହାଣ୍ଡି ଓ ନୂଆପଡା ପ୍ରଭାରୀ ବିରଞ୍ଚିନାରାୟଣ ପଣ୍ଡାଙ୍କ ନେତୃତ୍ୱ ରେ ଭବାନୀପାଟଣା ପାଚିକା ସହାୟିକା ମଜଦୁର ସଙ୍ଘର ସଭାନେତ୍ରୀ ପଙ୍କଜିନୀ ସ୍ୱାଇଁ, କବିତା ମାଝି, ବିମଳା ଗୌଡ଼, ତାପସ୍ପିନୀ ମହାରଣା, ବିଶ୍ଵରଞ୍ଜନ ସା, ସୁରେନ୍ଦ୍ରମୋହନ କର, ନଳିନି ଛାତ୍ରିଆ, ଆଦିତ୍ୟ ସିଂ, ସନ୍ୟାସ ପ୍ରଧାନ,ମମିତା ଗୌଡ଼, ନୀଳକଣ୍ଠ ଗୌଡ଼ ସମେତ ଶତାଧିକ ପାଚିକା କର୍ମୀ ଏକ ଶୋଭାଯାତ୍ରାରେ ଭବାନୀପାଟଣା ସହର ପରିକ୍ରମା କରି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିବା ସହ ଏକ ୬ ଦଫା ଦାବିପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦେଶ୍ୟରେ ପ୍ରଦାନ କରିଥିଲେ । ଦାବି ମଧ୍ୟରେ ପାଚିକା ସହାୟିକା ମାନଙ୍କୁ ସର୍ବନିମ୍ନ ମଜୁରୀ ପ୍ରଦାନ, ସାମାଜିକ ସୁରକ୍ଷା, ବର୍ଷକୁ ୧୦ ମାସ ପରିବର୍ତ୍ତେ ୧୨ ମାସର ଦରମା ପ୍ରଦାନ, ବୀମା, ଅବସର କାଳୀନ ଭର୍ତ୍ତା ଆଦି ଅନ୍ତର୍ଭୁକ୍ତ । ପାଚିକା ମାନଙ୍କ ଦାବି ତୁରନ୍ତ ପୂରଣ କରାନଗଲେ ଆଗାମୀ ଦିନରେ ରାଜ୍ୟବ୍ୟାପି ଆନ୍ଦୋଳନ କରାଯିବ ବୋଲି ପାଚିକା ସହାୟିକା ମଜଦୁର ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।
Latest entries
ଜିଲ୍ଲା ଖବରAugust 29, 2026ବିଶ୍ୱ ସଂସ୍କୃତ ଦିବସ ଓ ମେହେର ଜୟନ୍ତୀ ପାଳିତ
ଜିଲ୍ଲା ଖବରAugust 28, 2026ବ୍ରାହ୍ମଣ ସମାଜ ପକ୍ଷରୁ ସାମୁହିକ ରକ୍ଷା ବନ୍ଧନ ଉତ୍ସବ
ଜିଲ୍ଲା ଖବରAugust 26, 2026ନିଟ ପରିକ୍ଷାରେ କୃତକାର୍ଯ୍ୟ ହେଲେ ପୁର୍ଣିମା ପୁଝାରୀ
ଜିଲ୍ଲା ଖବରAugust 22, 2026ଭବାନୀପାଟଣା ଟାଉନ ଫୁଟବଲ ଲିଗ ଉଦଘାଟିତ

