ନ୍ୟୁଜଗ୍ୟାଲେରି,ଭବାନୀପାଟଣା:ଭବାନୀପାଟଣା ସ୍ଥାନୀୟ ଲାଲବହାଦୁର ଶାସ୍ତି ଖଳାପଡ଼ିଆରେ କଳାହାଣ୍ଡି ଜିଲ୍ଲା କ୍ରୀଡ଼ାସଂସ୍ଥା ପକ୍ଷରୁ ଚାଲିଥିବା ଭବାନୀପାଟଣା ଟାଉନ ଫୋଟବଲ ଲିଗର ଚତୁର୍ଥ ଦିନ ଖେଳ ଅନୁଷ୍ଠିତ ହୋଇଯାଇଛି।ଏଲ ବି ଏସ ମର୍ଣ୍ଣିଂଙ୍ଗ କ୍ଲବ ବନାମ ମାରାଡନା ଫୁଟବଲ କ୍ଲବ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା।
ଏଥିରେ ଏଲ ବି ଏସ ମର୍ଣ୍ଣିଂଙ୍ଗ କ୍ଲବ ୨-୦ ଗୋଲ ରେ ବିଜୟ ହୋଇଥିଲା। ଦେବେନ୍ଦ୍ର ରାଉତ, ପି.ଭି.ରାଓ,ଅଶୋକ ବାଗ,ଉଦ୍ଧବ ମାଝୀ, ଖେଳ ପରିଚାଳନା କରିଥିଲେ। ଅତିଥି ଭାବେ ପୂର୍ବତନ ସନ୍ତୋଷ ଟ୍ରଫି ଖେଳାଳି ସତ୍ୟ ନାରାୟଣ ପଣ୍ଡା ଓ କଳାହାଣ୍ଡି କ୍ରୀଡା ସଂସ୍ଥାର ସାଧାରଣ ସମ୍ପାଦକ ଜଗମହନ ପଟ୍ଟନାୟକ ଯୋଗଦେଇଥିଲେ। ସହ ସମ୍ପାଦକ ସୁନୀଲ ବେହେରା, କାଲିପ୍ରସାଦ ପଟ୍ଟନାୟକ,ଶମ୍ଭୁ ପ୍ରଦେଶ ରାଉତ, ଜିଲ୍ଲା କ୍ରୀଡା ଅଧିକାରୀ, ରମେଶ ଚନ୍ଦ୍ର ପାଡି, ଅଜୟ ପଟ୍ଟନାୟକ, ଲଡୁ କିଶୋର ମିଶ୍ର, କିଶୋର ସାହୁ, ଜଳେଶ୍ବର ଗଉଡ଼,ନାରାୟଣ ପଣ୍ଡା, ଅର୍ଜୁନ ଦାସ, ପ୍ରମୁଖ ଯୋଗ ଦେଇଥିଲେ।

Latest entries
ଜିଲ୍ଲା ଖବରJuly 3, 2025କେସିଙ୍ଗା ବନାଞ୍ଚଳ ଅନ୍ତର୍ଗତ କଶୃପଡ଼ା ସେକ୍ସନ ବନ ମହୋତ୍ସବ ପାଳିତ
ଜିଲ୍ଲା ଖବରJuly 2, 2025ଜଳନ୍ଧର ନାଏକ ହେଲେ କଳାହାଣ୍ଡି ଜିଲ୍ଲା କଂଗ୍ରେସ କମିଟ ସଭାପତି
ଜିଲ୍ଲା ଖବରJuly 1, 2025ବିକଶିତ କଳାହାଣ୍ଡି ନୂଆପଡା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ ।
ରାଜ୍ୟ ଜିଲ୍ଲା ଖବରJune 30, 2025ରାୟଗଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ “ସଙ୍କୁଳ ସୁରୀୟ ମେଧାବୀ ଅଭିନନ୍ଦନ” କାର୍ଯ୍ୟକ୍ରମ ଅନୁଷ୍ଠିତ