ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ମହାକାଶ ରେଇତିହାସ ରଚିଲା ଭାରତର ଚନ୍ଦ୍ରୟାନ-୩ ଚନ୍ଦ୍ର ପୃଷ୍ଠର ଦକ୍ଷିଣ ମେରୁରେ ସୂକ୍ଷ୍ମ ଅବତରଣ କରି ଅକଳ୍ପନୀୟ ଗୌରବ ଆଣିଦେଇଛି । ଏହି ମୁହୂର୍ତ୍ତ ସମଗ୍ର ଭାରତବର୍ଷ ପାଇଁ ଗର୍ବ ଓ ଗୌରବର ମୁହୂର୍ତ୍ତ।
ଏହି ସ୍ଵର୍ଣ୍ଣିମ ଇତିହାସ ରଚନାରେ ଭାଗୀଦାର ହୋଇ ଭବାନୀପାଟଣା ସ୍ଥିତ ବିକାଶ ଗ୍ରୁପ୍ ଅଫ୍ ଇନଷ୍ଟି ଚ୍ୟୁସନ୍ ତରଫରୁ ସହରରେ ଏକ ରେଲୀକରି ଗାନ୍ଧୀ ଛକ ଠାରେ ଛାତ୍ର ଛାତ୍ରୀଙ୍କ ଦ୍ଵାରା ଦେଶଭକ୍ତି ମୂଳକ ନୃତ୍ୟ ଓ ଚନ୍ଦ୍ରୟାନ୍ -୩ ର ସଫଳତା ଉପରେ ଆଧାରିତ ପଥ ପ୍ରାନ୍ତ ନାଟକ ପରିବେଷଣ କରି ନୂତ୍ୟ ପରିବେଷଣ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ ର ନିର୍ଦ୍ଦେଶକ ଡି. ଶ୍ୟାମ, ଡି ରାମ କୁମାର ଡି. ପଦ୍ମିନୀ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଯୁବରାଜ ନାୟକ ଏବଂ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ବରିଷ୍ଠ ସାମ୍ବାଦିକ ସତ୍ୟ ନାରାୟଣ ମହାପାତ୍ର ଯୋଗ ଦେଇଥିଲେ। ବିକାଶ ବି ବି ଏ, ବି ସି ଏ ବିଭାଗର ଅଧ୍ୟକ୍ଷ ଡ ସୁଦୀପ୍ତ କୁମାର ଜେନା ଧନ୍ୟବାଦ୍ ଅର୍ପଣ କରିଥିଲେ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

