ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ମହାକାଶ ରେଇତିହାସ ରଚିଲା ଭାରତର ଚନ୍ଦ୍ରୟାନ-୩ ଚନ୍ଦ୍ର ପୃଷ୍ଠର ଦକ୍ଷିଣ ମେରୁରେ ସୂକ୍ଷ୍ମ ଅବତରଣ କରି ଅକଳ୍ପନୀୟ ଗୌରବ ଆଣିଦେଇଛି । ଏହି ମୁହୂର୍ତ୍ତ ସମଗ୍ର ଭାରତବର୍ଷ ପାଇଁ ଗର୍ବ ଓ ଗୌରବର ମୁହୂର୍ତ୍ତ।
ଏହି ସ୍ଵର୍ଣ୍ଣିମ ଇତିହାସ ରଚନାରେ ଭାଗୀଦାର ହୋଇ ଭବାନୀପାଟଣା ସ୍ଥିତ ବିକାଶ ଗ୍ରୁପ୍ ଅଫ୍ ଇନଷ୍ଟି ଚ୍ୟୁସନ୍ ତରଫରୁ ସହରରେ ଏକ ରେଲୀକରି ଗାନ୍ଧୀ ଛକ ଠାରେ ଛାତ୍ର ଛାତ୍ରୀଙ୍କ ଦ୍ଵାରା ଦେଶଭକ୍ତି ମୂଳକ ନୃତ୍ୟ ଓ ଚନ୍ଦ୍ରୟାନ୍ -୩ ର ସଫଳତା ଉପରେ ଆଧାରିତ ପଥ ପ୍ରାନ୍ତ ନାଟକ ପରିବେଷଣ କରି ନୂତ୍ୟ ପରିବେଷଣ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ ର ନିର୍ଦ୍ଦେଶକ ଡି. ଶ୍ୟାମ, ଡି ରାମ କୁମାର ଡି. ପଦ୍ମିନୀ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଯୁବରାଜ ନାୟକ ଏବଂ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ବରିଷ୍ଠ ସାମ୍ବାଦିକ ସତ୍ୟ ନାରାୟଣ ମହାପାତ୍ର ଯୋଗ ଦେଇଥିଲେ। ବିକାଶ ବି ବି ଏ, ବି ସି ଏ ବିଭାଗର ଅଧ୍ୟକ୍ଷ ଡ ସୁଦୀପ୍ତ କୁମାର ଜେନା ଧନ୍ୟବାଦ୍ ଅର୍ପଣ କରିଥିଲେ।
Latest entries
ଜିଲ୍ଲା ଖବରOctober 22, 2026ପ୍ରେମୀ ଯୁଗଳ ମୃତ ଶବ ଉଦ୍ଧାର ,ହତ୍ୟା ସନ୍ଦେହ
ଜିଲ୍ଲା ଖବରOctober 22, 2026ଜିଲ୍ଲା ସ୍ତରୀୟ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ
ଜିଲ୍ଲା ଖବରOctober 21, 2026ଦୁଆରସୁନି ଦୁର୍ଗାପୂଜା କମିଟି ପକ୍ଷରୁ ନୃତ୍ୟ ପ୍ରତିଯୋଗିତା ଓ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା
ଜିଲ୍ଲା ଖବରOctober 20, 2026ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ମହାସମାରୋହରେ ସମ୍ପନ୍ନ ହେଲା ପ୍ରସିଦ୍ଧ ଛତର ଯାତ୍ରା

