ନ୍ୟୁଜ ଗ୍ୟାଲେରି,ବେହେରା,ଧର୍ମଗଡ ( ଭୂପେଶ କୁମାର ତିୱାରୀ)କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଗୁଡହାଣ୍ଡି ମଞ୍ଚରେ ଘୁମୁରା ଗୁରୁ ସ୍ବର୍ଗତ ପଣ୍ଡିତ ରିକ୍ଷିରାମ ତିୱାରୀ ଙ୍କୁ ମରଣ ଉପରାନ୍ତ ସମ୍ମାନ ପ୍ରଦାନ କରାଯାଇଥିଲା।ତାଙ୍କର ପୌତ୍ର ଭୂପେଶ ତିୱାରୀ ଏହି ସମ୍ମାନ ଗ୍ରହଣ କରିଥିଲେ । ଏହି ଅବସରରେ ପଣ୍ଡିତ ରିକ୍ଷିରାମ ତିୱାରୀ ଙ୍କ ଘୁମୁରା ପ୍ରତି ରହିଥିବା ଅବଦାନ ସ୍ୱରଣ କରାଯାଇଥିଲା।
ପଣ୍ଡିତ ରୀକ୍ଷିରାମ ତିୱାରୀ କଳାହାଣ୍ଡି ଲୋକ କଳା ଘୁମୁରା ର ଅଦ୍ୱିତୀୟ ଗୁରୁ ଥିଲେ । ସେ ଘୁମୁରା କୁ ନେଇ ଅନେକ କାଳଜୟୀ ଗୀତ ରଚନା କରିବା ସହ ତାଙ୍କ ପ୍ରଶିକ୍ଷିତ ଘୁମୁରା ଦଳ କୁ ପଲ୍ଲୀ ରୁ ଦିଲ୍ଲୀ ପର୍ଯ୍ୟନ୍ତ ପହଞ୍ଚାଇ ପାରିଥିଲେ । ସେ କଳାହାଣ୍ଡି ର ସର୍ବପୁରାତନ ବ୍ରଜମୋହନ ସାହିତ୍ୟ ସଂସଦ ସହ ଜଡିତ ଥାଇ କଳାହାଣ୍ଡି ରାଜ ଦରବାର ର ପଣ୍ଡିତ ମଧ୍ୟରେ ଅଗ୍ରଗଣ୍ୟ ଥିଲେ ।ସେ ମହାବୀର ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ମଧ୍ୟ ଘୁମୁରା ର ଅଦ୍ୱିତୀୟ ଗୁରୁ ରୂପେ ସମ୍ମାନିତ ହୋଇ ଥିଲେ।ଏତଦ ବ୍ୟତୀତ ସେ ଅନେକ ନାଟକ,ପାରମ୍ପରିକ ନୃତ୍ୟ ଗୀତ,ଦେବୀ ବନ୍ଦନା ଉପେନ୍ଦ୍ର ଭଞ୍ଜ ଙ୍କ ଶୈଳୀ ରେ ଲେଖିଯାଇଛନ୍ତି ।ସେ ତାଙ୍କ ରଚନା ରେ ଘୁମୁରା କୁ ଏକ ନୂତନ ପରିଚୟ ପ୍ରଦାନ କରିଥିଲେ ବୋଲି ଅତିଥି ମାନେ ବକ୍ତବ୍ୟ ରଖିଥିଲେ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

