ନ୍ୟୁଜ ଗ୍ୟାଲେରି,ବେହେରା,ଧର୍ମଗଡ ( ଭୂପେଶ କୁମାର ତିୱାରୀ)କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଗୁଡହାଣ୍ଡି ମଞ୍ଚରେ ଘୁମୁରା ଗୁରୁ ସ୍ବର୍ଗତ ପଣ୍ଡିତ ରିକ୍ଷିରାମ ତିୱାରୀ ଙ୍କୁ ମରଣ ଉପରାନ୍ତ ସମ୍ମାନ ପ୍ରଦାନ କରାଯାଇଥିଲା।ତାଙ୍କର ପୌତ୍ର ଭୂପେଶ ତିୱାରୀ ଏହି ସମ୍ମାନ ଗ୍ରହଣ କରିଥିଲେ । ଏହି ଅବସରରେ ପଣ୍ଡିତ ରିକ୍ଷିରାମ ତିୱାରୀ ଙ୍କ ଘୁମୁରା ପ୍ରତି ରହିଥିବା ଅବଦାନ ସ୍ୱରଣ କରାଯାଇଥିଲା।
ପଣ୍ଡିତ ରୀକ୍ଷିରାମ ତିୱାରୀ କଳାହାଣ୍ଡି ଲୋକ କଳା ଘୁମୁରା ର ଅଦ୍ୱିତୀୟ ଗୁରୁ ଥିଲେ । ସେ ଘୁମୁରା କୁ ନେଇ ଅନେକ କାଳଜୟୀ ଗୀତ ରଚନା କରିବା ସହ ତାଙ୍କ ପ୍ରଶିକ୍ଷିତ ଘୁମୁରା ଦଳ କୁ ପଲ୍ଲୀ ରୁ ଦିଲ୍ଲୀ ପର୍ଯ୍ୟନ୍ତ ପହଞ୍ଚାଇ ପାରିଥିଲେ । ସେ କଳାହାଣ୍ଡି ର ସର୍ବପୁରାତନ ବ୍ରଜମୋହନ ସାହିତ୍ୟ ସଂସଦ ସହ ଜଡିତ ଥାଇ କଳାହାଣ୍ଡି ରାଜ ଦରବାର ର ପଣ୍ଡିତ ମଧ୍ୟରେ ଅଗ୍ରଗଣ୍ୟ ଥିଲେ ।ସେ ମହାବୀର ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ମଧ୍ୟ ଘୁମୁରା ର ଅଦ୍ୱିତୀୟ ଗୁରୁ ରୂପେ ସମ୍ମାନିତ ହୋଇ ଥିଲେ।ଏତଦ ବ୍ୟତୀତ ସେ ଅନେକ ନାଟକ,ପାରମ୍ପରିକ ନୃତ୍ୟ ଗୀତ,ଦେବୀ ବନ୍ଦନା ଉପେନ୍ଦ୍ର ଭଞ୍ଜ ଙ୍କ ଶୈଳୀ ରେ ଲେଖିଯାଇଛନ୍ତି ।ସେ ତାଙ୍କ ରଚନା ରେ ଘୁମୁରା କୁ ଏକ ନୂତନ ପରିଚୟ ପ୍ରଦାନ କରିଥିଲେ ବୋଲି ଅତିଥି ମାନେ ବକ୍ତବ୍ୟ ରଖିଥିଲେ।
Latest entries
ଜିଲ୍ଲା ଖବରOctober 22, 2026ପ୍ରେମୀ ଯୁଗଳ ମୃତ ଶବ ଉଦ୍ଧାର ,ହତ୍ୟା ସନ୍ଦେହ
ଜିଲ୍ଲା ଖବରOctober 22, 2026ଜିଲ୍ଲା ସ୍ତରୀୟ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ
ଜିଲ୍ଲା ଖବରOctober 21, 2026ଦୁଆରସୁନି ଦୁର୍ଗାପୂଜା କମିଟି ପକ୍ଷରୁ ନୃତ୍ୟ ପ୍ରତିଯୋଗିତା ଓ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା
ଜିଲ୍ଲା ଖବରOctober 20, 2026ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ମହାସମାରୋହରେ ସମ୍ପନ୍ନ ହେଲା ପ୍ରସିଦ୍ଧ ଛତର ଯାତ୍ରା

