ନ୍ୟୁଜ ଗ୍ୟାଲେରି,ଧର୍ମଗଡ଼:(ହେମନ୍ତ କୁମାର ମାଝୀ) କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଳକ ଅନ୍ତର୍ଗତ ଡୁମେରଗୁଡା ପଞ୍ଚାୟତ ଅଧିନସ୍ଥ କନ୍ଦାମାଳ ଠାରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ନୂତନ ସାପ୍ତାହିକ ବଜାର ଶୁଭାରମ୍ଭ କଲେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଷୀ ସମ୍ମାନିତ ଅତିଥି ଭାବରେ ଡୁମେରଗୁଡା ସରପଞ୍ଚ ନଳିନୀ ପ୍ରଭା ବେହେରା ଓ ଓ୍ୱାଡ ସଭ୍ୟା ରେମନୀ ନାଗ, ଭାରତୀୟ ଜନତା ପାର୍ଟିର ଟିପିଗୁଡା ମଣ୍ଡଳ ସଭାପତି ଲଲିତ ବାଗ ଯୁବ ନେତା ହିମାଂଶୁ ଶେଖର ପଣ୍ଡା, ପୂର୍ବତନ ନଗର ସଭାପତି ହେମନ୍ତ କୁମାର ମାଝୀ,
ଯୁବ ନେତା ଟିକେ ରାମ ସା, ମୋକୁନ୍ଦ ପଣ୍ଡା, ଯୋଗ ଦେଇ ଥିବାବେଳେ ବିଧାୟକ ଶ୍ରୀ ପାଟଯୋଷୀ ନୂତନ ଭାବରେ ଉଦ୍ ଘାଟନ ହୋଇଥିବା ସପ୍ତାହ ଵଜାରରେ ଵୁଳି ଵୁଳି ପନିପରିବା କିଣି ଵଜାର କୁ ଆସୁଥିବା ଲୋକମାନଙ୍କୁ ଉତ୍ସାହ କରିଥିଲେ । ଏହି ସପ୍ତାହକ ଵଜାର ଆପଣ ମାନଙ୍କୁ ବଞ୍ଚିବାର ରାସ୍ତା ଦେଖାଇବ ଏଣୁ ଏହି ଵଜାର କୁ ସୁନ୍ଦର ପରିବେଶ ସ୍ୱାସ୍ଥ୍ୟ ବାତାବରଣ ରେ ଆଗକୁ ଚଳିବ ତାକୁନେଇ ଚେଷ୍ଠା କରିବେ ବୋଲି କହିଥିଲେ। ମଞ୍ଚ କୁ ପରିଚାଳନା କରିଥିଲେ ସରପଞ୍ଚ ପ୍ରତିନିଧି ଚିତ୍ତରଞ୍ଜନ ବେହେରା ମଞ୍ଚ ରେ ଉପସ୍ଥିତ ଥିବା ଅତିଥି ମାନଙ୍କୁ ଚନ୍ଦ୍ର ଭଇଶାଲ ଧନ୍ୟବାଦ୍ ଅର୍ପଣ କରିଥିଲେ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

