ନ୍ୟୁଜ ଗ୍ୟାଲେରି ଧର୍ମଗଡ:(ହେମନ୍ତ କୁମାର ମାଝୀ) କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା କନାଗାଁ ଗ୍ରାମର ମୁକ୍ତେଶ୍ଵର ନାଏକ ବୟସ -୪୦ ଆଜକୁ ପ୍ରାୟ ୧୧ ଦିନ ହେବ ନିଖୋଜ ଥିବା ଧର୍ମଗଡ ଥାନା ରେ ପରିବାର ଲୋକେ ଅଭିଯୋଗ କରିଛନ୍ତି।ପ୍ରାପ୍ତ ସୂଚନା ମୁତାବକ ଗତ ଜାନୁଆରୀ ୮ ତାରିଖ ଦିନ କନାଗାଁ ଗ୍ରାମର ହିମାଦ୍ରୀ ନାଏକ ଙ୍କ ସ୍ୱାମୀ ମୁକ୍ତେଶ୍ଵର ନାଏକ ଅସୁସ୍ଥ ଥିବାରୁ ତାଙ୍କୁ କଟକ ଏସ.ସି.ବି ମେଡ଼ିକାଲ କଟକ କୁ ଚିକିତ୍ସା କରିବା ପାଇଁ ନେଇଥିଲେ । ଚିକିତ୍ସା ସାରି ତା ୯ ଜାନୁଆରୀ ରାତ୍ରି ଘ୯ ସମୟରେ ଭୁବନେଶ୍ୱର ରୁ ଟ୍ରେନରେ ଫେରିବା ବେଳେ ସ୍ତ୍ରୀ ସୋଇ ପଡ଼ିଥିବା ବେଳେ ବିଜେନଗରମ ଠାରେ ସ୍ୱାମୀ ମୁକ୍ତେଶ୍ଵର କୁ ପାଇଁ ନ ଥିଲେ । ସେଇଠାରେ ଖୋଜାଖୋଜି କଲାପରେ ମଧ୍ୟ ପାଇଲେ ନାହିଁ ।ସେ ଗଲା ବେଲେ ଗୋଟିଏ କଲା ରଙ୍ଗର ପେଣ୍ଟ ଓ ଧଳା ରଙ୍ଗ ର ସାର୍ଟ ପିନ୍ଧି କି ଫେରୁଥିଲେ। ଏନେଇ ପରିବାର ତରଫରୁ ବିଜେନଗରମ ଥାନାରେ ୧୦ ଜାନୁଆରୀ ଓ ଧର୍ମଗଡ ଥାନାରେ ୧୬ ଜାନୁଆରୀ ରେ ଏକ ଅଭିଯୋଗ କରିଛନ୍ତି।ଧର୍ମଗଡ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରୀ ରଖିଛି। ଘଟଣାକୁ ୧୧ଦିନ ବିତି ଯାଇଥିଲେ ହେଁ କୌଣସି ସନ୍ଧାନ ନ ମିଳିବାରୁ ପରିବାର ଲୋକେ ଭାଙ୍ଗି ପଡିଛନ୍ତି । ପୋଲିସକୁ ନିଖୋଜ ଯୁବକର ସନ୍ଧାନ କରି ଶୀଘ୍ର ଉଦ୍ଧାର କରିବା ପାଇଁ ସାଧାରଣରେ ଦାବି କରିଛନ୍ତି ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

