ନ୍ୟୁଜ ଗ୍ୟାଲେରି ଧର୍ମଗଡ:(ହେମନ୍ତ କୁମାର ମାଝୀ) କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା କନାଗାଁ ଗ୍ରାମର ମୁକ୍ତେଶ୍ଵର ନାଏକ ବୟସ -୪୦ ଆଜକୁ ପ୍ରାୟ ୧୧ ଦିନ ହେବ ନିଖୋଜ ଥିବା ଧର୍ମଗଡ ଥାନା ରେ ପରିବାର ଲୋକେ ଅଭିଯୋଗ କରିଛନ୍ତି।ପ୍ରାପ୍ତ ସୂଚନା ମୁତାବକ ଗତ ଜାନୁଆରୀ ୮ ତାରିଖ ଦିନ କନାଗାଁ ଗ୍ରାମର ହିମାଦ୍ରୀ ନାଏକ ଙ୍କ ସ୍ୱାମୀ ମୁକ୍ତେଶ୍ଵର ନାଏକ ଅସୁସ୍ଥ ଥିବାରୁ ତାଙ୍କୁ କଟକ ଏସ.ସି.ବି ମେଡ଼ିକାଲ କଟକ କୁ ଚିକିତ୍ସା କରିବା ପାଇଁ ନେଇଥିଲେ । ଚିକିତ୍ସା ସାରି ତା ୯ ଜାନୁଆରୀ ରାତ୍ରି ଘ୯ ସମୟରେ ଭୁବନେଶ୍ୱର ରୁ ଟ୍ରେନରେ ଫେରିବା ବେଳେ ସ୍ତ୍ରୀ ସୋଇ ପଡ଼ିଥିବା ବେଳେ ବିଜେନଗରମ ଠାରେ ସ୍ୱାମୀ ମୁକ୍ତେଶ୍ଵର କୁ ପାଇଁ ନ ଥିଲେ । ସେଇଠାରେ ଖୋଜାଖୋଜି କଲାପରେ ମଧ୍ୟ ପାଇଲେ ନାହିଁ ।ସେ ଗଲା ବେଲେ ଗୋଟିଏ କଲା ରଙ୍ଗର ପେଣ୍ଟ ଓ ଧଳା ରଙ୍ଗ ର ସାର୍ଟ ପିନ୍ଧି କି ଫେରୁଥିଲେ। ଏନେଇ ପରିବାର ତରଫରୁ ବିଜେନଗରମ ଥାନାରେ ୧୦ ଜାନୁଆରୀ ଓ ଧର୍ମଗଡ ଥାନାରେ ୧୬ ଜାନୁଆରୀ ରେ ଏକ ଅଭିଯୋଗ କରିଛନ୍ତି।ଧର୍ମଗଡ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରୀ ରଖିଛି। ଘଟଣାକୁ ୧୧ଦିନ ବିତି ଯାଇଥିଲେ ହେଁ କୌଣସି ସନ୍ଧାନ ନ ମିଳିବାରୁ ପରିବାର ଲୋକେ ଭାଙ୍ଗି ପଡିଛନ୍ତି । ପୋଲିସକୁ ନିଖୋଜ ଯୁବକର ସନ୍ଧାନ କରି ଶୀଘ୍ର ଉଦ୍ଧାର କରିବା ପାଇଁ ସାଧାରଣରେ ଦାବି କରିଛନ୍ତି ।
Latest entries
ଜିଲ୍ଲା ଖବରJanuary 16, 2026ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଯୁବ-ଛାତ୍ର ବିଜେଡିର ସାମ୍ବାଦିକ ସମ୍ମିଳନୀ
ଜିଲ୍ଲା ଖବରJanuary 15, 2026ମା ମାଣିକେଶ୍ୱରୀ ମନ୍ଦିର ରୁ ବାହାରିଲା ମଶାଲ ଯାତ୍ରା
ଜିଲ୍ଲା ଖବରJanuary 13, 2026୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଉପଲକ୍ଷେ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ଖେଳ ପ୍ରତିଯୋଗିତା
ଜିଲ୍ଲା ଖବରJanuary 12, 2026କବି ବିରଞ୍ଚି ନାରାୟଣ ଦରୱାନଙ୍କ କବିତା ବହି “ସାରା ଆକାଶ ତମର” ଲୋକାର୍ପିତ

