ନ୍ୟୁଜ ଗ୍ୟାଲେରି,ଧର୍ମଗଡ,ବେହେରା:(ଭୂପେଶ ତିୱାରୀ) କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ବେହେରା ଦଣ୍ଡପାଟ ଅଞ୍ଚଳ ର ପ୍ରଭାତ ତିୱାରୀ ଙ୍କୁ ନୟାଗଡ ଏଡିଇଓ ସଙ୍ଘ ଦ୍ଵାରା ସମର୍ଦ୍ଧତ କରାଯାଇଛି।ନୟାଗଡ ଜିଲ୍ଲା ଓଡ଼ଗାଁ ଦ୍ଵିତିକେଶର ପ୍ରାଙ୍ଗଣରେ ଜିଲ୍ଲା ଏଡିଇଓ ସଙ୍ଘ ର ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା ଉତ୍ସବ କାର୍ଯ୍ୟକ୍ରମ ନୟାଗଡ ଏଡିଇଓ ସଙ୍ଘ ସଭାପତି ଜିତେନ୍ଦ୍ର କୁମାର ପୃଷ୍ଟି ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇ ଥିଲା।
ଏହି ପରିପ୍ରେକ୍ଷିରେ ରାଜ୍ୟ ସଭାପତି ପ୍ରଭାତ ତିୱାରୀ ଙ୍କୁ ସଙ୍ଘ ପାଇଁ ରହିଥିବା ତାଙ୍କ ଅବଦାନ କୁ ସମ୍ମାନ ଜଣାଇ ସମ୍ମାନୀତ କରାଯାଇଥିଲା।ସେ ଗ୍ରାମ ରୋଜଗାର ସେବକ ସଂଘ ର ରାଜ୍ୟ ସଭାପତି ଥିବା ବେଳେ ଗ୍ରାମ ରୋଜଗାର ସେବକଙ୍କ ଚାକିରି ନିୟମିତ କରିବା ପାଇଁ ଅକ୍ଲାନ୍ତ ପରିଶ୍ରମ ସହ ଅହରହ ଆନ୍ଦୋଳନ ଜାରି ରଖି ସଫଳ ହୋଇଥିଲେ। ତାଙ୍କ ସହ ରାଜ୍ୟ ସଂଘ ସମ୍ପାଦକ ସଂଗ୍ରାମ ସିଂହ, ରାଜ୍ୟ ସାଂଗଠାନିକ ସମ୍ପାଦକ ଅଜୟ କୁମାର ଜେନା,ରାଜ୍ୟ ଉପ ସଭାପତି ସୁରେଶ କୁମାର ପାଣିଗ୍ରାହୀ,କୋଷାଧ୍ୟକ୍ଷ ଦେବାଶିଷ ରାଉତ,ପୁରୀ ଜିଲ୍ଲା ସଭାପତି ଜଗବନ୍ଧୁ ଦଳେଇ ଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ରେ ନୟାଗଡ ଜିଲ୍ଲା ସଙ୍ଘ ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ମହାନ୍ତି, କୋଷାଧ୍ୟକ୍ଷ ନିରଞ୍ଜନ ମିଶ୍ର,ଜିଲ୍ଲା ଉପଦେଷ୍ଟା ବାଦଲ କୁମାର ଷଡ଼ଙ୍ଗୀ ପରିଚାଳନା କରିଥିବା ବେଳେ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

