ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ରେଳ ସଂଯୋଗ ଉପେକ୍ଷିତ ହେବା ଯୋଗୁଁ ଶିଳ୍ପ କ୍ଷେତ୍ରରେ ଅବହେଳିତ ହୋଇଛି । ଏଥି ପାଇଁ କଳାହାଣ୍ଡିର ସାମାଜିକ ଏବଂ ଅର୍ଥନୈତିକ ବିକାଶରେ ବାଧକ ସୃଷ୍ଟି ହେଉଥିବା ନେଇ କଳାହାଣ୍ଡି ବିକାଶ ପରିଷଦ ଅଧ୍ୟକ୍ଷା ତଥା ବିଜେପି ନେତ୍ରୀ ଡକ୍ଟର ସୁନୀତି ମୁଣ୍ଡ୍ ଦିଲ୍ଲୀ ଠାରେ କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ଭେଟି ଏହି ବିଷୟରେ ଅବଗତ କରାଇବା ସହିତ ଲିଖିତ ଭାବେ ଜଣାଇଛନ୍ତି ।
କଳାହାଣ୍ଡି ଜିଲ୍ଲାବାସୀ ଉପଯୁକ୍ତ ରେଳସେବା ପାଇବାରୁ ବଞ୍ଚିତ ରହିଛନ୍ତି । ସୂଚନାଯୋଗ୍ୟ ଯେ ୨୦୨୩ ମସିହାରେ କଳାହାଣ୍ଡି ଜିଲ୍ଲାର ଜନସଂଖ୍ୟା ପ୍ରାୟ ୨,୧୯୧,୮୪୮ ରହିଛି । ୭୯୨୦ ବର୍ଗକିଲୋମିଟର ପରିମିତ ଅଞ୍ଚଳରେ ଏହି ଜିଲ୍ଲା ପରିବ୍ୟାପ୍ତ ହୋଇଥିବାବେଳେ ଏଠାରେ ଥିବା ୧୯ଟି ପ୍ରମୁଖ ଧର୍ମୀୟ ସ୍ଥଳ, ବାଣିଜ୍ୟ କେନ୍ଦ୍ର, ଐତିହାସିକ ସ୍ଥାନ, ପର୍ଯ୍ୟଟନ ସ୍ଥଳ, ଅଭୟାରଣ୍ୟ ମଧ୍ୟରୁ କେବଳ ଜୁନାଗଡ, ଭବାନୀପାଟଣା କୁ ରେଳ ସଂଯୋଗ ରହିଛି । ଅନ୍ୟ ପ୍ରମୁଖ ସ୍ଥାନଗୁଡିକ ଏଥିରୁ ବଂଚିତ ରହିଛି । ଦିଲ୍ଲୀସ୍ଥିତ କେନ୍ଦ୍ର ରେଳମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସୁନୀତି ଏକ ମେମୋରେନ୍ଣ୍ଡମ୍ ଦେଇ ରେଳମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ୨୨ଦଫା ଦାବିପତ୍ର ଦେଇଛନ୍ତି ।
ବୃହତ୍ ଶିଳ୍ପ ସ୍ଥାପନ ଏବଂ ତତ୍ସହିତ ଏକ ରେଳ ବଗି ନିର୍ମାଣ କାରଖାନା ସ୍ଥାପନ, ଜୁନାଗଡ ଠାରୁ ନବରଙ୍ଗପୁର ରେଳପଥ ସାମ୍ପ୍ରସାରଣ,କେସିଙ୍ଗା ଓ ଭବାନୀପାଟଣା ମଧ୍ୟରେ ରେଳ ସଂଯୋଗ,ହାୱାଡା କଣ୍ଟାବାଜି ଓ କଣ୍ଟାବାଜି ହାୱାଡ଼ା ଇସ୍ପାତ ଟ୍ରେନ୍କୁ ଜୁନାଗଡ଼ ପର୍ଯ୍ୟନ୍ତ ସଂପ୍ରସାରଣ ଭଳି ଅନେକ ଦାବି ଉପସ୍ଥାପନା କରିଛନ୍ତି ଡ଼ା. ମୁଣ୍ଡ । ରେଳମନ୍ତ୍ରୀ ଏହି ୨୨ ଦାବି କୁ ଗୁରୁତ୍ୱର ସହିତ ଧ୍ୟାନ ଦେବେ ବୋଲି ପ୍ରତିଶୁତି ଦେଇଥିବା ଜଣାପଡିଛି ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

