ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଭବାନୀପାଟଣା ସହର ର ବିଭିନ୍ନ ହୋଟେଲ, ଦୋକାନ, ଟିକା ସଂସ୍ଥା ମାନଙ୍କରେ ଶିଶୁ ଶ୍ରମିକ କାମ କରୁଥିବା ନଜରକୁ ଆସିଥିବାବେଳେ ଆଜି ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟ ଛକ ଚତୁର୍ଥ କର୍ମଚାରୀ ସଂଘ ତଳେ ଟିଫିନ ହୋଟେଲ ଦେଇଥିବା ମାଲିକ ବେଆଇନ ଭାବେ ନାବାଳକ ମାନଙ୍କୁ ନିୟୋଜିତ କରିବା ଅଭିଯୋଗ ପାଇ ଭବାନୀପାଟଣା ଟାଉନ ଥାନା ପୋଲିସ ଚଢ଼ାଉ କରି ୩ ନାବାଳକ ଙ୍କୁ ଉଦ୍ଧାର କରିବାସହ ହୋଟେଲର ୨ ଜଣଙ୍କୁ ଅଟକ ରଖିଥିବା ଜଣାପଡିଛି । ତେବେ ନାବାଳକ ମାନଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ ସମିତି ରେ ହାଜର କରାଯିବ ବୋଲି ଟାଉନ ଥାନା ଅଧିକାରୀ ପ୍ରଦୀପ କୁମାର ଧାରୁଆ ପ୍ରକାଶ କରିଥିବା ବେଳେ ବେଆଇନ ଭାବେ ଶିଶୁ ମାନଙ୍କୁ ନିୟୋଜିତ କରୁଥିବା ହୋଟେଲ ମାଲିକ ଏବଂ ବିଭିନ୍ନ ସଂସ୍ଥା ମାନଙ୍କ ମାଲିକ ପ୍ରତି ଶକ୍ତ ବ୍ୟବହାର କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

