ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଭବାନୀପାଟଣା ସହର ର ବିଭିନ୍ନ ହୋଟେଲ, ଦୋକାନ, ଟିକା ସଂସ୍ଥା ମାନଙ୍କରେ ଶିଶୁ ଶ୍ରମିକ କାମ କରୁଥିବା ନଜରକୁ ଆସିଥିବାବେଳେ ଆଜି ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟ ଛକ ଚତୁର୍ଥ କର୍ମଚାରୀ ସଂଘ ତଳେ ଟିଫିନ ହୋଟେଲ ଦେଇଥିବା ମାଲିକ ବେଆଇନ ଭାବେ ନାବାଳକ ମାନଙ୍କୁ ନିୟୋଜିତ କରିବା ଅଭିଯୋଗ ପାଇ ଭବାନୀପାଟଣା ଟାଉନ ଥାନା ପୋଲିସ ଚଢ଼ାଉ କରି ୩ ନାବାଳକ ଙ୍କୁ ଉଦ୍ଧାର କରିବାସହ ହୋଟେଲର ୨ ଜଣଙ୍କୁ ଅଟକ ରଖିଥିବା ଜଣାପଡିଛି । ତେବେ ନାବାଳକ ମାନଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ ସମିତି ରେ ହାଜର କରାଯିବ ବୋଲି ଟାଉନ ଥାନା ଅଧିକାରୀ ପ୍ରଦୀପ କୁମାର ଧାରୁଆ ପ୍ରକାଶ କରିଥିବା ବେଳେ ବେଆଇନ ଭାବେ ଶିଶୁ ମାନଙ୍କୁ ନିୟୋଜିତ କରୁଥିବା ହୋଟେଲ ମାଲିକ ଏବଂ ବିଭିନ୍ନ ସଂସ୍ଥା ମାନଙ୍କ ମାଲିକ ପ୍ରତି ଶକ୍ତ ବ୍ୟବହାର କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।
Latest entries
ଜିଲ୍ଲା ଖବରJanuary 16, 2026ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଯୁବ-ଛାତ୍ର ବିଜେଡିର ସାମ୍ବାଦିକ ସମ୍ମିଳନୀ
ଜିଲ୍ଲା ଖବରJanuary 15, 2026ମା ମାଣିକେଶ୍ୱରୀ ମନ୍ଦିର ରୁ ବାହାରିଲା ମଶାଲ ଯାତ୍ରା
ଜିଲ୍ଲା ଖବରJanuary 13, 2026୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଉପଲକ୍ଷେ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ଖେଳ ପ୍ରତିଯୋଗିତା
ଜିଲ୍ଲା ଖବରJanuary 12, 2026କବି ବିରଞ୍ଚି ନାରାୟଣ ଦରୱାନଙ୍କ କବିତା ବହି “ସାରା ଆକାଶ ତମର” ଲୋକାର୍ପିତ

