ନ୍ୟୁଜଗ୍ୟାଲେରି,ଭବାନୀପାଟଣା କାରୁଣ୍ଡ କଳା କେନ୍ଦ୍ର ତାହାର ରୌପ୍ୟ ଜୟନ୍ତୀ ଆସନ୍ତା ଜୁଲାଇ୧୬ତାରିଖରେ ଭବାନୀପାଟଣା ସ୍ଥିତ ଟାଉନ ହଲ ଠାରେ ଆୟୋଜନ କରିବ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଜିଲ୍ଲା ପାଇଁ ଉଲ୍ଲେଖନୀୟ କୃତ୍ରିତ୍ୟ ଆଣିଥିବା ଅବଦାନ ନିମନ୍ତେ କଳାହାଣ୍ଡି ଜିଲ୍ଲାର ୧୨ ଜଣଙ୍କୁ “କାରୁଣ୍ଡଶ୍ରୀ ସମ୍ମାନ” ରେ ସମ୍ମାନିତ କରାଯିବ। ଏଥିରେ ସଙ୍ଗୀତଜ୍ଞ ସୁଧୀର ଚନ୍ଦ୍ର ପଣ୍ଡା, ଘୁମୁରା ଗୁରୁ କୈଳାସ ଚନ୍ଦ୍ର ସିଂହ, ନାଟ୍ୟକାର ନିର୍ଦେଶକ ଅଶୋକ କୁମାର ପାତ୍ର, ଶାସ୍ତ୍ରୀୟ ସଙ୍ଗୀତ କଣ୍ଠଶିଳ୍ପୀ ଶଶାଙ୍କ ଶେଖର ମହାପାତ୍ର, ଅଭିନେତା ଅବଦୁଲ କାଦିର,ବୈଦ୍ୟରାଜ ପବିତ୍ର ଶବର, ଗବେଷକ ତଥା କଳାହାଣ୍ଡିଆ ଶବ୍ଦକୋଷର ରଚୟିତା ପରମେଶ୍ୱର ମୁଣ୍ଡ, ଲୋକ ସଂସ୍କୃତି ଗବେଷକ ଧ୍ୟାନାନନ୍ଦ ପଣ୍ଡା, ଚଳଚ୍ଚିତ୍ର ନିର୍ମାତା ସୁଧୀର କୁମାର ଜୈନ, ସୁଆଙ୍ଗ କଳାକାର ଦୁର୍ଗା ପ୍ରସାଦ ବାଣୁଆ, କଣ୍ଠଶିଳ୍ପୀ ଜଗନ୍ନାଥ ତ୍ରିପାଠୀ ଓ ଓଡିଶୀ ତଥା ଲୋକନୃତ୍ୟ ଗୁରୁ ସତ୍ୟବାନ ପ୍ରଧାନୀ ଙ୍କୁ “କାରୁଣ୍ଡଶ୍ରୀ ସମ୍ମାନ” ପ୍ରଦାନ କରାଯିବ ବୋଲି କାରୁଣ୍ଡ କଳା କେନ୍ଦ୍ରର ସାଧାରଣ ସମ୍ପାଦକ ସତ୍ୟ ନାରାୟଣ ମହାପାତ୍ର ପ୍ରକାଶ କରିଛନ୍ତି।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

