୧୨ ଜଣକୁ କାରୁଣ୍ଡଶ୍ରୀ ସମାନ

0 minutes, 0 seconds Read

ନ୍ୟୁଜଗ୍ୟାଲେରି,ଭବାନୀପାଟଣା କାରୁଣ୍ଡ କଳା କେନ୍ଦ୍ର ତାହାର ରୌପ୍ୟ ଜୟନ୍ତୀ ଆସନ୍ତା ଜୁଲାଇ୧୬ତାରିଖରେ ଭବାନୀପାଟଣା ସ୍ଥିତ ଟାଉନ ହଲ ଠାରେ ଆୟୋଜନ କରିବ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଜିଲ୍ଲା ପାଇଁ ଉଲ୍ଲେଖନୀୟ କୃତ୍ରିତ୍ୟ ଆଣିଥିବା ଅବଦାନ ନିମନ୍ତେ କଳାହାଣ୍ଡି ଜିଲ୍ଲାର ୧୨ ଜଣଙ୍କୁ “କାରୁଣ୍ଡଶ୍ରୀ ସମ୍ମାନ” ରେ ସମ୍ମାନିତ କରାଯିବ। ଏଥିରେ ସଙ୍ଗୀତଜ୍ଞ ସୁଧୀର ଚନ୍ଦ୍ର ପଣ୍ଡା, ଘୁମୁରା ଗୁରୁ କୈଳାସ ଚନ୍ଦ୍ର ସିଂହ, ନାଟ୍ୟକାର ନିର୍ଦେଶକ ଅଶୋକ କୁମାର ପାତ୍ର, ଶାସ୍ତ୍ରୀୟ ସଙ୍ଗୀତ କଣ୍ଠଶିଳ୍ପୀ ଶଶାଙ୍କ ଶେଖର ମହାପାତ୍ର, ଅଭିନେତା ଅବଦୁଲ କାଦିର,ବୈଦ୍ୟରାଜ ପବିତ୍ର ଶବର, ଗବେଷକ ତଥା କଳାହାଣ୍ଡିଆ ଶବ୍ଦକୋଷର ରଚୟିତା ପରମେଶ୍ୱର ମୁଣ୍ଡ, ଲୋକ ସଂସ୍କୃତି ଗବେଷକ ଧ୍ୟାନାନନ୍ଦ ପଣ୍ଡା, ଚଳଚ୍ଚିତ୍ର ନିର୍ମାତା ସୁଧୀର କୁମାର ଜୈନ, ସୁଆଙ୍ଗ କଳାକାର ଦୁର୍ଗା ପ୍ରସାଦ ବାଣୁଆ, କଣ୍ଠଶିଳ୍ପୀ ଜଗନ୍ନାଥ ତ୍ରିପାଠୀ ଓ ଓଡିଶୀ ତଥା ଲୋକନୃତ୍ୟ ଗୁରୁ ସତ୍ୟବାନ ପ୍ରଧାନୀ ଙ୍କୁ “କାରୁଣ୍ଡଶ୍ରୀ ସମ୍ମାନ” ପ୍ରଦାନ କରାଯିବ ବୋଲି କାରୁଣ୍ଡ କଳା କେନ୍ଦ୍ରର ସାଧାରଣ ସମ୍ପାଦକ ସତ୍ୟ ନାରାୟଣ ମହାପାତ୍ର ପ୍ରକାଶ କରିଛନ୍ତି।

Hemant Kumar Ray
Editor, News Gallery
Mob: 9439506580
Email: newsgallery.in@gmail.com
author

Hemant Kumar Ray

Editor, News Gallery Mob: 9439506580 Email: newsgallery.in@gmail.com

Similar Posts