ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର ଏବଂ ନର୍ଲା ବିଧାୟକ ଭୂପିନ୍ଦ୍ରର ସିଂହ ଗୁରୁ ଦିବସ ପରିପେକ୍ଷି ରେ ନର୍ଲା ତହସିଲ ଅଫିସ ନିକଟ ରେ ଏକ ନୂତନ ପ୍ରାଥମିକ ଶିକ୍ଷକ ଭବନ ଉଦଘାଟନଓ ଜିଲ୍ଲା ସ୍ତରୀୟ ଗୁରୁ ଦିବସ କାର୍ଯ୍ୟକ୍ରମ ଥିଲା। ଉଭୟ ଶ୍ରୀ ମିଶ୍ର ଓ ଶ୍ରୀ ସିଂହ ଉକ୍ତ କାର୍ଯ୍ୟକ୍ରମ ରେ ଯୋଗଦେବାକୁ ଯାଉଥିବା ସମୟ ରେ ଯୁବ କଂଗ୍ରେସ କର୍ମକର୍ତ୍ତା ବିଧାୟକ ବସି ଥିବା ଗାଢ଼ିକୁ ଅଟକାଇବା ସହିତ ବିରୋଧ କରିଛନ୍ତି।
ବିଧାୟକ ଦ୍ୱୟ ସଭା ସ୍ଥଳରେ ପହଞ୍ଚିବା ପୂର୍ବରୁ ଗାଢ଼ି କୁ ଅଣ୍ଡାମାଡ଼ କରିବା ସହିତ କଳା ପତାକା ପ୍ରଦର୍ଶନ କରିଥିଲେ। ବର୍ଷା ରେ ଭିଜିଭିଜି ବିରୋଧ ପ୍ରଦର୍ଶନ କରିବା ସହିତ ଦିବ୍ୟଶଙ୍କର ମିଶ୍ରଙ୍କ ଗାଡ଼ି ସମ୍ମୁଖରେ ଶୋଇ ପଡ଼ିଥିଲେ। ଶେଷରେ ପୋଲିସ ସହ ଯୁବ କଂଗ୍ରେସ କର୍ମୀ ଙ୍କ ଧସ୍ତାଧସ୍ତି ମଧ୍ୟ ହୋଇଥିଲା। ପୋଲିସ ଯୁବ କଂଗ୍ରେସ କର୍ମୀ ଙ୍କୁ କାବୁ କରି ଥାନା ରେ ଅଟକ ରଖିଥିଲେ।ଦୀର୍ଘ ଦିନ ପରେ ମମିତା ମେହେର ମୃତ୍ୟୁ ଘଟଣା ନେଇ ଜୁନାଗଡ଼ ବିଧାୟକ ଙ୍କୁ ପୁଣି ବିରୋଧ କରାଯାଇଥିବାରୁ ବିଜେଡି ପାଇଁ ଅଡ଼ୁଆ ସୃଷ୍ଟି ହୋଇଛି।ମମିତା ମେହେର ଭଲି ଜଣେ ଶିକ୍ଷୟିତ୍ରୀ ଙ୍କ ହତ୍ୟାକାଣ୍ଡ ରେ ବିବାଦୀୟ ବିଧାୟକ ଗୁରୁ ଦିବସ ପାଳନ କାର୍ଯ୍ୟକ୍ରମ ରେ ନର୍ଲା ଆସିଥିବାରୁ କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଥିବା ଆଲୋଚନା ହେଉଛି।
Latest entries
ଜିଲ୍ଲା ଖବରJanuary 16, 2026ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଯୁବ-ଛାତ୍ର ବିଜେଡିର ସାମ୍ବାଦିକ ସମ୍ମିଳନୀ
ଜିଲ୍ଲା ଖବରJanuary 15, 2026ମା ମାଣିକେଶ୍ୱରୀ ମନ୍ଦିର ରୁ ବାହାରିଲା ମଶାଲ ଯାତ୍ରା
ଜିଲ୍ଲା ଖବରJanuary 13, 2026୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଉପଲକ୍ଷେ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ଖେଳ ପ୍ରତିଯୋଗିତା
ଜିଲ୍ଲା ଖବରJanuary 12, 2026କବି ବିରଞ୍ଚି ନାରାୟଣ ଦରୱାନଙ୍କ କବିତା ବହି “ସାରା ଆକାଶ ତମର” ଲୋକାର୍ପିତ

