ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର ଏବଂ ନର୍ଲା ବିଧାୟକ ଭୂପିନ୍ଦ୍ରର ସିଂହ ଗୁରୁ ଦିବସ ପରିପେକ୍ଷି ରେ ନର୍ଲା ତହସିଲ ଅଫିସ ନିକଟ ରେ ଏକ ନୂତନ ପ୍ରାଥମିକ ଶିକ୍ଷକ ଭବନ ଉଦଘାଟନଓ ଜିଲ୍ଲା ସ୍ତରୀୟ ଗୁରୁ ଦିବସ କାର୍ଯ୍ୟକ୍ରମ ଥିଲା। ଉଭୟ ଶ୍ରୀ ମିଶ୍ର ଓ ଶ୍ରୀ ସିଂହ ଉକ୍ତ କାର୍ଯ୍ୟକ୍ରମ ରେ ଯୋଗଦେବାକୁ ଯାଉଥିବା ସମୟ ରେ ଯୁବ କଂଗ୍ରେସ କର୍ମକର୍ତ୍ତା ବିଧାୟକ ବସି ଥିବା ଗାଢ଼ିକୁ ଅଟକାଇବା ସହିତ ବିରୋଧ କରିଛନ୍ତି।
ବିଧାୟକ ଦ୍ୱୟ ସଭା ସ୍ଥଳରେ ପହଞ୍ଚିବା ପୂର୍ବରୁ ଗାଢ଼ି କୁ ଅଣ୍ଡାମାଡ଼ କରିବା ସହିତ କଳା ପତାକା ପ୍ରଦର୍ଶନ କରିଥିଲେ। ବର୍ଷା ରେ ଭିଜିଭିଜି ବିରୋଧ ପ୍ରଦର୍ଶନ କରିବା ସହିତ ଦିବ୍ୟଶଙ୍କର ମିଶ୍ରଙ୍କ ଗାଡ଼ି ସମ୍ମୁଖରେ ଶୋଇ ପଡ଼ିଥିଲେ। ଶେଷରେ ପୋଲିସ ସହ ଯୁବ କଂଗ୍ରେସ କର୍ମୀ ଙ୍କ ଧସ୍ତାଧସ୍ତି ମଧ୍ୟ ହୋଇଥିଲା। ପୋଲିସ ଯୁବ କଂଗ୍ରେସ କର୍ମୀ ଙ୍କୁ କାବୁ କରି ଥାନା ରେ ଅଟକ ରଖିଥିଲେ।ଦୀର୍ଘ ଦିନ ପରେ ମମିତା ମେହେର ମୃତ୍ୟୁ ଘଟଣା ନେଇ ଜୁନାଗଡ଼ ବିଧାୟକ ଙ୍କୁ ପୁଣି ବିରୋଧ କରାଯାଇଥିବାରୁ ବିଜେଡି ପାଇଁ ଅଡ଼ୁଆ ସୃଷ୍ଟି ହୋଇଛି।ମମିତା ମେହେର ଭଲି ଜଣେ ଶିକ୍ଷୟିତ୍ରୀ ଙ୍କ ହତ୍ୟାକାଣ୍ଡ ରେ ବିବାଦୀୟ ବିଧାୟକ ଗୁରୁ ଦିବସ ପାଳନ କାର୍ଯ୍ୟକ୍ରମ ରେ ନର୍ଲା ଆସିଥିବାରୁ କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଥିବା ଆଲୋଚନା ହେଉଛି।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

