ନ୍ୟୁଜଗ୍ୟାଲେରି,ନର୍ଲା:କଳାହାଣ୍ଡି ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶ୍ରୀ ସୁଶାନ୍ତ କୁମାର ପ୍ରଧାନୀଙ୍କ ନେତୃତ୍ୱରେ “ଜୁଡେଗା ବିଦ୍ୟାର୍ଥୀ ଜିତେଗା ଇଣ୍ଡିଆ” ନାରା ଦେଇ ନର୍ଲା ପଞ୍ଚାୟତ ଡିଗ୍ରୀ କଲେଜରେ ଏକ ବିକ୍ଷୋଭ ପ୍ରଦର୍ଶନ କରିବା ସହ କଲେଜର ଅଧ୍ୟକ୍ଷଙ୍କୁ ଦାବିପତ୍ର ଦିଆଯାଇଥିଲା ।
ଦାବି ଗୁଡିକ ହେଲା ଛାତ୍ର ସଂସଦ ନିର୍ବାଚନ, ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ରେ ଖାଲି ପଡିଥିବା ଅଧ୍ୟାପକ ପଦବୀ ପୂରଣ ଏବଂ ଅନ୍ୟାନ୍ୟ ଛାତ୍ର ସ୍ବାର୍ଥ ସମ୍ପର୍କିତ ସମସ୍ୟା ର ସମାଧାନ, ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ପରିସର ରେ ବିଜୁ ଛାତ୍ରଜନତା ଦଳ ର ଦୌରାମ୍ୟ ବନ୍ଧ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଦେବାଶିଷ କୁମାର,ନର୍ଲା ସଭାପତି ସୁମନ୍ତ ରଣା,ବ୍ଲକ ସଭାପତି ଭକ୍ତ ଦୁର୍ଗା,ନର୍ଲା ଯୁବ କଂଗ୍ରେସ ସଭାପତି ଦିପୁ ପାତ୍ର, ଯୁବନେତା ମନୋଜ କରୁଅଁ,ମାନସ ମହନନ୍ଦ, ସମୀର ମହାପାତ୍ର,ଶିବୁ ଦାଶ ପ୍ରମୁଖ ଉପସ୍ଥିତ ରହିଥିଲେ l
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

