ନ୍ୟୁଜଗ୍ୟାଲେରି,ନର୍ଲା:କଳାହାଣ୍ଡି ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶ୍ରୀ ସୁଶାନ୍ତ କୁମାର ପ୍ରଧାନୀଙ୍କ ନେତୃତ୍ୱରେ “ଜୁଡେଗା ବିଦ୍ୟାର୍ଥୀ ଜିତେଗା ଇଣ୍ଡିଆ” ନାରା ଦେଇ ନର୍ଲା ପଞ୍ଚାୟତ ଡିଗ୍ରୀ କଲେଜରେ ଏକ ବିକ୍ଷୋଭ ପ୍ରଦର୍ଶନ କରିବା ସହ କଲେଜର ଅଧ୍ୟକ୍ଷଙ୍କୁ ଦାବିପତ୍ର ଦିଆଯାଇଥିଲା ।
ଦାବି ଗୁଡିକ ହେଲା ଛାତ୍ର ସଂସଦ ନିର୍ବାଚନ, ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ରେ ଖାଲି ପଡିଥିବା ଅଧ୍ୟାପକ ପଦବୀ ପୂରଣ ଏବଂ ଅନ୍ୟାନ୍ୟ ଛାତ୍ର ସ୍ବାର୍ଥ ସମ୍ପର୍କିତ ସମସ୍ୟା ର ସମାଧାନ, ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ପରିସର ରେ ବିଜୁ ଛାତ୍ରଜନତା ଦଳ ର ଦୌରାମ୍ୟ ବନ୍ଧ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଦେବାଶିଷ କୁମାର,ନର୍ଲା ସଭାପତି ସୁମନ୍ତ ରଣା,ବ୍ଲକ ସଭାପତି ଭକ୍ତ ଦୁର୍ଗା,ନର୍ଲା ଯୁବ କଂଗ୍ରେସ ସଭାପତି ଦିପୁ ପାତ୍ର, ଯୁବନେତା ମନୋଜ କରୁଅଁ,ମାନସ ମହନନ୍ଦ, ସମୀର ମହାପାତ୍ର,ଶିବୁ ଦାଶ ପ୍ରମୁଖ ଉପସ୍ଥିତ ରହିଥିଲେ l
Latest entries
ଜିଲ୍ଲା ଖବରOctober 22, 2026ପ୍ରେମୀ ଯୁଗଳ ମୃତ ଶବ ଉଦ୍ଧାର ,ହତ୍ୟା ସନ୍ଦେହ
ଜିଲ୍ଲା ଖବରOctober 22, 2026ଜିଲ୍ଲା ସ୍ତରୀୟ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ
ଜିଲ୍ଲା ଖବରOctober 21, 2026ଦୁଆରସୁନି ଦୁର୍ଗାପୂଜା କମିଟି ପକ୍ଷରୁ ନୃତ୍ୟ ପ୍ରତିଯୋଗିତା ଓ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା
ଜିଲ୍ଲା ଖବରOctober 20, 2026ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ମହାସମାରୋହରେ ସମ୍ପନ୍ନ ହେଲା ପ୍ରସିଦ୍ଧ ଛତର ଯାତ୍ରା

