ନ୍ୟୁଜଗ୍ୟାଲେରି, କଳାହାଣ୍ଡି: ଭବାନୀପାଟଣା ଅମଲା ଭବନ ଠାରେ ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନ ଅବସରରେ କଳାହାଣ୍ଡି ଜିଲ୍ଲା ସିଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୬ତମ ‘ପବିତ୍ର ଗୁରୁଦିବସ’ ପାଳିତ ହୋଇଯାଇଛି।
ନିଖିଲ ଉତ୍କଳ ସି.ଟି ପ୍ରାଥମିକ ଶିକ୍ଷକ ଫେଡ଼େରେସନ୍ ର ରାଜ୍ୟ ସଭାପତି ତଥା ବିଶିଷ୍ଟ ଶିକ୍ଷକ ନେତା ପ୍ରକୃତି ବନ୍ଧୁ ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ସହକାରୀ ଜିଲ୍ଲାପାଳ କିରଣ କୁମାର ମହାନ୍ତି, ମୁଖ୍ୟବକ୍ତା କଳାହାଣ୍ଡି ଯାନ୍ତ୍ରିକ ମହାବିଦ୍ୟାଳୟ ଅଧ୍ୟକ୍ଷ ଦୁଲୁ ପଟ୍ଟନାୟକ, ସମ୍ମାନିତ ଅତିଥି ଭବାନୀପାଟଣା ପୌରାଧ୍ୟକ୍ଷା ସଂଯୁକ୍ତା ବେହେରା, ରାଜ୍ୟ ଫେତେରେସନ୍ ଉପଦେଷ୍ଟା ବିଜୟ ବିଶୋଇ, ରାଜ୍ୟ ଉପସଭାପତି ଆଶିଷ ପାଢ଼ୀ, ଡିଆଇପିଆରଓ ମନୋଜ ବେହେରା, ଶିକ୍ଷାବିତ ପ୍ରଭାସ ମିଶ୍ର, ବରିଷ୍ଠ ସାମ୍ବାଦିକ ସ୍ୱାଧୀନ ପାତ୍ର, ଶିକ୍ଷକ ରବି ପଟ୍ଟନାୟକ, ଏବିଇଓ ଜଗଦୀଶଚନ୍ଦ୍ର ମୁଣ୍ଡ, ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ବିଶି, କଳାହାଣ୍ଡି ଜିଲ୍ଲା ସି.ଟିସଂଘ ସଭାପତି ଲବ ଦୁର୍ଗା, ନୂଆପଡ଼ା ଜିଲ୍ଲା ସଭାପତି ତ୍ରିଲୋଚନ ନାଗ, ସାଧାରଣ ସମ୍ପାଦକ ପଞ୍ଚାନନ ଖମାରୀ ପ୍ରମୁଖ ମଞ୍ଚାସୀନ ଥିଲେ।
ଏହି ଅବସରରେ କଳାହାଣ୍ଡି ଯାନ୍ତ୍ରିକ ମହାବିଦ୍ୟାଳୟ ଅଧ୍ୟକ୍ଷ ଦୁଲୁ ପଟ୍ଟନାୟକ ଓ ବିଜ୍ଞାନ ଶିକ୍ଷକ ରବି ପଟ୍ଟନାୟକଙ୍କୁ ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନ ସମ୍ମାନ ପ୍ରଦାନ କରାଯାଇଥିଲା। କଳାହାଣ୍ଡି ଶିକ୍ଷକ ସମ୍ମାନରେ ଲକ୍ଷ୍ମୀ ବଗର୍ତ୍ତୀ, ଭବାନୀ ମାଝୀ ଓ ପଦ୍ମନ ମହାରଣାଙ୍କ ସମେତ ୧୩ଟି ବ୍ଲକର ବିଭିନ୍ନ ବର୍ଗର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ସମ୍ମାନିତ କରାଯାଇଥିଲା । ଯୁବ ନାଟ୍ୟ ନିର୍ଦ୍ଦେଶକ ସୌରଭ ମହାପାତ୍ରଙ୍କୁ ‘କଳାଶ୍ରୀ’ ସମ୍ମାନରେ ସମ୍ମାନିତ କରାଯାଇଥିଲା । ପ୍ରାରମ୍ଭରେ ସଂଘୀୟ ପତାକା ଉତ୍ତୋଳନ କରାଯାଇଥିଲା। ବିଶିଷ୍ଟ ଗୁରୁ ନାରାୟଣ ନିଆଲ ଙ୍କ ସାଂସ୍କୃତିକ ଦଳ ପକ୍ଷରୁ ଚିତାକର୍ଷକ ସାଂସ୍କୃତିକ ନୃତ୍ୟ ପରିବେଷଣ କରିଥିବା ବେଳେ ବିଶିଷ୍ଟ କଣ୍ଠଶିଳ୍ପୀ ଜଗନ୍ନାଥ ତ୍ରିପାଠୀ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ।
ଅତିଥିମାନଙ୍କ ଦ୍ଵାର ପ୍ରଦୀପ ପ୍ରଜ୍ବଳନ ପରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ସାଧାରଣ ସମ୍ପାଦକ ଦୁର୍ଯ୍ୟୋଧନ ମାଝୀ କାର୍ଯ୍ୟକ୍ରମ ର ଉଦେଶ୍ୟ ଜ୍ଞାପନ ପୂର୍ବକ ସମ୍ପାଦକୀୟ ବିବରଣୀ ପଠନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନା ରେ ଜଗତରାମ ଶବର, ଭୃକୁଟି ଗଉଡ଼, ଧନଞ୍ଜୟ ସାହୁ, ଧନଞ୍ଜୟ ପାଣିଗ୍ରାହୀ, ରୋହିତ ମାଝୀ, ବସୁମତୀ ସାହୁ, ଏମ. ନାଗେଶ୍ୱର ରାଓ ଦୋରା, ପ୍ରଭାତ ସାହୁ, ପାର୍ଥ ମହାନନ୍ଦ, ବିଶ୍ୱଜିତ ରାଏ, ଚନ୍ଦ୍ର ମହାନନ୍ଦ, ମନୋଜ ମହାକୁଡ଼, ଶିବ ନାଏକ, ବିରେନ କୁମାର ପଣ୍ଡା, ମୁକୁନ୍ଦ ରେଡ୍ଡୀ, ଧନଞୟ ପାଣିଗ୍ରାହୀ ଓ ସୁଶୀଲ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ। ବରିଷ୍ଟ ଶିକ୍ଷୟିତ୍ରୀ ବସୁମତୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
Latest entries
ଜିଲ୍ଲା ଖବରApril 6, 2026ଓଡ଼ିଆ ପକ୍ଷ ପାଳନ ଅବସରରେ ଏୈତିହ ଗଣଦୌଡ
ଜିଲ୍ଲା ଖବରApril 6, 2026କଳାହାଣ୍ଡିର ଅଭିଳାଷ ଆଇଆଇଏମ୍ ଟପ୍ପର
ଜିଲ୍ଲା ଖବରApril 5, 2026ଓଡ଼ିଆ ନାମ ଫଳକ ଅଭିଯାନ ଓ ସଚେତନତା ପଦଯାତ୍ରା
ଜିଲ୍ଲା ଖବରApril 3, 2026କଳାହାଣ୍ଡି ଓକିଲ ସଙ୍ଘ ର ନବ ନିର୍ବାଚିତ କର୍ମକର୍ତା ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

