ଭାରତୀୟ ଜନତା ପାର୍ଟି ର ସାମ୍ବାଦିକ ସମ୍ମିଳନୀ ଦଣ୍ଡପାଟ ଅଞ୍ଚଳକୁ ବ୍ଲକ ମାନ୍ୟତା ଦାବି। କଳାହାଣ୍ଡି ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଆବେଦନ । By Hemant Kumar Ray February 4, 2025February 4, 2025 0 minutes, 0 seconds Read 223 ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା:କଳାହାଣ୍ଡି ଜିଲ୍ଲାର ଧର୍ମଗଡ ଉପଖଣ୍ଡ ଅନ୍ତର୍ଗତ ଦଣ୍ଡପାଟ ଅଞ୍ଚଳର କେନ୍ଦ୍ରବିନ୍ଦୁ ବେହେରାକୁ ବ୍ଲକ ମାନ୍ୟତା ଦାବିରେ ସ୍ଥାନୀୟ ଜନ ସାଧାରଣ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଇଛନ୍ତି।ଧର୍ମଗଡ ସବ୍ ଡିଭିଜନ ଅନ୍ତର୍ଗତ ବେହେରା ଅଞ୍ଚଳ ପୁରାତନ କାଳରୁ ଦଣ୍ଡପାଟ ଅଞ୍ଚଳଭାବେ ଖ୍ୟାତ। ଏହାର ଚାରି ପାର୍ଶ୍ବରେ ଧର୍ମଗଡ ବ୍ଳକ ଅନ୍ତର୍ଗତ ଜୟନ୍ତପୁର,ଛଞ୍ଚାଣ ବାହାଲି, ଧଅଁରପୁର, ତେଣ୍ଡାପାଲି, କଦଲୀମୁଣ୍ଡା, ପର୍ଲା, ବଡଘୁମେର ଭଳି ଆଠ ଟି ଗ୍ରାମପଞ୍ଚାୟତ ଓ କୋକସରା ବ୍ଳକ ଅନ୍ତର୍ଗତ ଖୁଣ୍ଟିଆ, ଡହଗାଁ, ଡାଲଗୁମା, ମୂଷାପାଲି, ଗୋତୋମୁଣ୍ଡା ଓ ସାନ ପୋଡାଗୁଡା ଭଳି ଗ୍ରାମପଞ୍ଚାୟତ ମୋଟ ୧୪ଟି ପଞ୍ଚାୟତ ଅବସ୍ଥିତ । ଏହି ୧୪ ଗୋଟି ପଞ୍ଚାୟତର ଜନ ସଂଖ୍ୟା ପ୍ରାୟ ଏକ ଲକ୍ଷ୍ୟରୁ ଉର୍ଦ୍ଧ୍ୱ । ଏହି ଅଞ୍ଚଳର ପଶ୍ଚିମ ପାର୍ଶ୍ଵରେ ନବରଙ୍ଗପୁର ଜିଲ୍ଲା ଓ ଛତିଶଗଡ ସୀମା ଅବସ୍ଥିତ । ବେହେରା ଅଞ୍ଚଳ ଧର୍ମଗଡରୁ ୨୫ କି.ମି ଏବଂ କୋକସରା ଠାରୁ ୨୦ କି.ମି ଦୂରରେ ଅବସ୍ଥିତ । ତେଣୁ ବେହେରାକୁ ଏକ ନୂତନ ଦଣ୍ଡପାଟ ବ୍ଳକ ଭାବରେ ଘୋଷଣା କରିବା ପାଇଁ ୧୯୮୫ ମସିହା ଠାରୁ ସ୍ଥାନିୟ ଲୋକେ ଦାବୀ କରିବା ସହିତ ଆନ୍ଦୋଳନ କରି ଆସୁଛନ୍ତି। ଦଣ୍ଡପାଟ ବ୍ଳକ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ମାନେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଦଣ୍ଡପାଟ ବ୍ଲକ କ୍ରିୟାନୁଷ୍ଠାନ କମିଟିର ସଭାପତି ଘନ ଶ୍ୟାମ ପଟେଲ, କାର୍ଯକାରୀ ସଭାପତି ଆଇନଜୀବୀ ଦିଗାମ୍ବର ଦୁରିଆ, ସମ୍ପାଦକ ପ୍ରଶାନ୍ତ ତିୱାରି, ଉପଦେଷ୍ଟା କମିଟି ଅଧ୍ୟକ୍ଷ ଧର୍ମାନନ୍ଦ ସେଠୀଆ, କୋଷାଧ୍ୟକ୍ଷ ତୁଳସୀ ରାମ ବାରିକ, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ବଳରାମ ପୁଝାରୀ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟା କୋକସରା ହେମାଙ୍ଗିନି ହଂସ, ପୂର୍ବତନ ବେହେରା ସରପଞ୍ଚ ସରୋଜିନୀ ପାଣିଗ୍ରାହୀ,ତେଣ୍ଡାପାଲି ସରପଞ୍ଚ ଗୌ ଲୋଚନ ଗୋପାଳ, ଛଞ୍ଚାଣ ବାହିଲି ସମିତି ସଭ୍ୟ ପ୍ରତିନିଧି ରୋମାଞ୍ଚଲ ଗୋପାଳ, ଜୟନ୍ତପୁର ସରପଞ୍ଚ ପ୍ରତିନିଧି ନୋଜଲ୍ ବାଗ, ଖୁଣ୍ଟିଆ ସରପଞ୍ଚ ପ୍ରତିନିଧି ଟଙ୍କଧର ଧରୁଆ, ଡ଼ାଲଗୁମା ସରପଞ୍ଚ ଯୋଗିନ୍ଦ୍ର ପଟ୍ଟନାୟକ ଓ ସମିତି ସଭ୍ୟ ଚିନ୍ତାମଣି ଚଣ୍ଡି,ଗୋତୋମୁଣ୍ଡା ସରପଞ୍ଚ ସିମଞ୍ଚଲ୍ ପୁଝାରୀ, ସମାଜସେବୀ ନରେନ୍ଦ୍ର ବିଶି, ଗୌର ବାଗ, ଚିତ୍ତ ରଞ୍ଜନ ପୁଝାରୀ, ସିଦ୍ଧେଶ୍ୱର ଭାଇଁସାଲ ସମେତ ଦଣ୍ଡପାଟ ଅଞ୍ଚଳର ସମସ୍ତ ବୁଦ୍ଧିଜିବୀ ଉପସ୍ଥିତ ରହି ବେହେରା ଠାରେ ପ୍ରସ୍ତାବିତ ନୂତନ ଦଣ୍ଡପାଟ ବ୍ଲକ ଗଠାନ କଲେ ଏହି ଅଞ୍ଚଳର ଗରୀବ ଅବହେଳିତ ଜନ ସାଧାରଣଙ୍କ ସ୍ବପ୍ନ ସାକାର ହୋଇ ପାରିବ ବୋଲି ପ୍ରଶାସନ ପାଖରେ ଦାବୀ ଉପସ୍ଥାପନ କରିବା କରିଥିଲେ । Hemant Kumar Ray Editor, News Gallery Mob: 9439506580 Email: newsgallery.in@gmail.com Latest entries ଜିଲ୍ଲା ଖବରMay 28, 2026ସାମ୍ବାଦିକଙ୍କ ପିତୃ ବିୟୋଗ ଜିଲ୍ଲା ଖବରMay 15, 2026ମହାରାଜା ବ୍ରଜ ମୋହନ ଦେଓ ଙ୍କ ୧୩୦ ତମ ଜୟନ୍ତୀ ଜିଲ୍ଲା ଖବରMay 4, 2026ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ ପାଳିତ ଜିଲ୍ଲା ଖବରMay 3, 2026ମା ମାଣିକେଶ୍ୱରୀ ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ
Previous ଭାରତୀୟ ଜନତା ପାର୍ଟିର କଳାହାଣ୍ଡି ଜିଲ୍ଲା ନୂତନ ସଭାପତି ଯୁଗଳ କିଶୋର ପୋଡ଼ ଙ୍କୁ ଧର୍ମଗଡ଼ ନଗର ପକ୍ଷରୁ ସମ୍ବର୍ଦ୍ଧିତ ।
ଭାରତୀୟ ଜନତା ପାର୍ଟି ର ସାମ୍ବାଦିକ ସମ୍ମିଳନୀ ସଦର ବିଧାୟକ ସାଗର ଚରଣ ଦାସ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା By Hemant Kumar Ray July 5, 2024July 5, 2024
ଭାରତୀୟ ଜନତା ପାର୍ଟି ର ସାମ୍ବାଦିକ ସମ୍ମିଳନୀ ଜିଲ୍ଲା ସ୍ତରୀୟ ମିଲିତ ଅମଲା ସଂଘ ର ବୈଠକ By Hemant Kumar Ray July 8, 2023July 8, 2023