ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା: ବିଜେପି ସରକାର ନିର୍ବାଚନ ସମୟରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଭତ୍ତା ୩୦୦୦ ଟଙ୍କାକୁ ବୃଦ୍ଧି କରିବା ପ୍ରତିଶୃତି ଦେଇଥିଲେ। କିନ୍ତୁ ମୋହନ ସରକାରଙ୍କ ଗଠନର ପ୍ରଥମ ବଜେଟ୍ ରେ ୮୦ବର୍ଷରୁ ଉର୍ଦ୍ଧ୍ୱ ବାର୍ଦ୍ଧକ୍ଯ ଏବଂ ୮୦% ଉର୍ଦ୍ଧ୍ବ ଭିନ୍ନକ୍ଷମମାନଙ୍କୁ ହିଁ ଭତ୍ତା ୩୫୦୦ଟଙ୍କା ପ୍ରଦାନ କରିବା ପାଇଁ ଘୋଷଣା କରିଥିଲେ। ପ୍ରତିଶୃତି ଭତ୍ତା ନ ମିଳିବାରୁ “ମୁଇଁ କଲାହାଣ୍ଡିଆ ଫର୍ କଳାହାଣ୍ଡି” ସଂଗଠନ ରାଜ୍ଯର ବିଭିନ୍ନ ସଂଗଠନ ତରଫରୁ ଦାବି ହେବାରୁ ସରକାର ଜାନୁଆରି ମାସରେ କେବଳ ୮୦ବର୍ଷରୁ ଉର୍ଦ୍ଧ୍ୱ ବାର୍ଦ୍ଧକ୍ଯ ଏବଂ ୮୦% ଉର୍ଦ୍ଧ୍ବ ଭିନ୍ନକ୍ଷମମାନଙ୍କୁ ଭତ୍ତା ୩୫୦୦ଟଙ୍କା ପ୍ରଦାନ କଲେ ।
ତେଣୁ “ମୁଇଁ କଲାହାଣ୍ଡିଆ ଫର୍ କଳାହାଣ୍ଡି” ସଂଗଠନର ସଦସ୍ଯ ମଧୁଲାଲ ନାଏକଙ୍କ ନେତୃତ୍ବରେ ଭବାନୀପାଟଣା ପୋୖରପାଳିକା ୱାର୍ଡ ନଂ-୦୭ ଓ ୧୦ର ପାଖାପାଖି ୨୦୦ ଭତ୍ତା ହିତାଧିକାରୀଙ୍କୁ ନେଇ ଅର୍କାବାହାଲି ପଡା ଛକ ଠାରେ ଏକ ବୈଠକ ହୋଇଯାଇଅଛି । ବୈଠକରେ ସଂଗଠକ ଲକ୍ଷ୍ମୀନାରାୟଣ ପଣ୍ଡା ଯୋଗଦାନ ଦେବା ସହ ମୋହନ ସରକାର ବଜେଟରେ ଘୋଷଣା କରିଥିବା ଭତ୍ତା ୩୫୦୦ ଟଙ୍କା ୮ମାସ ପରେ ପ୍ରଦାନ କରିବା ସ୍ୱାଗତଯୋଗ୍ୟ କିନ୍ତୁ ନିଜର ପ୍ରକୃତ ପ୍ରତିଶୃତି ପାଳନ ନ କରିବା ଦୁର୍ଭାଗ୍ଯଜନକ ବୋଲି କହିଥିଲେ। ଏଥିରେ କେବଳ ରାଜ୍ୟର ୪ଲକ୍ଷ ୧୭ହଜାର ୪୯୬ ହିତାଧିକାରୀ ଲାଭବାନ ହେବା ସହ ବାକି ୫୩ଲକ୍ଷରୁ ଉର୍ଦ୍ଧ୍ବ ଗରିବ ଓ ଅବହେଳିତ ହିତାଧିକାରୀଙ୍କୁ ଠକି ଦେଇଛନ୍ତି। ସରକାରଙ୍କ ଏହି ଆଭିମୁଖ୍ୟକୁ ତିବ୍ର ସମାଲୋଚ଼ନା କରିବା ସହ ଆଗାମୀ ଦିନରେ ବଞ୍ଚିତ ହିତାଧିକାରୀଙ୍କ ପାଇଁ ସଂଗଠନ ତରଫରୁ ତିବ୍ର ଆନ୍ଦୋଳନ କରିବ ବୋଲି ଲକ୍ଷ୍ମୀନାରାୟଣ ପଣ୍ଡା ଚେତାବନୀ ଦେଇଛନ୍ତି ।
ସଦସ୍ଯ ନିରୋଦ କୁମାର ରାଉତ ଓ ଚାଷୀ ନେତା ଲିଙ୍ଗରାଜ ପ୍ରଧାନ ପ୍ରମୁଖ ଏକଜୁଟ ହୋଇ ନିଜର ହକ୍ ପାଇଁ ଜୋରଦାର ଲଢେଇ ହେବ ବୋଲି କହିଥିଲେ । ଏହି ବୈଠକକୁ ସଫଳ କରିବା ପାଇଁ ସଦସ୍ଯ ରଶ୍ମିତା ପାତ୍ରେ ଓ ସୌମ୍ୟରଂଜନ କର ପ୍ରମୁଖ ସହଯୋଗ କରିଥିଲେ।

Latest entries
ଜିଲ୍ଲା ଖବରOctober 7, 2025ବସୁନ୍ଧରା ଯୋଜନା ରେ ଘର ଡିହ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ।
ଜିଲ୍ଲା ଖବରOctober 6, 2025ଦଣ୍ଡପାଟ ଅଧିଷ୍ଠାତ୍ରୀ ଦେବୀ ଦନ୍ତେଶ୍ୱରୀ ଙ୍କ ଦଶରା ପର୍ବ
ଜିଲ୍ଲା ଖବରOctober 2, 2025କାଙ୍କେରୀ ରେ ବୁଢ଼ାରାଜା ଦେବଙ୍କ ବାର୍ଷିକ ଯାତ୍ରା
ଜିଲ୍ଲା ଖବରSeptember 27, 2025ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଧର୍ମଗଡ ର ଶୈଳେଶ ଭୋଇ