ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ବ୍ରାହ୍ମଣ ସମାଜ କଳାହାଣ୍ଡି ପକ୍ଷରୁ ମାର୍ଗଶିର ଶୁକ୍ଲ ପକ୍ଷ ତ୍ରୟୋଦଶୀରେ ଭବାନୀପାଟଣା ସ୍ଥିତ ବାଲାଜୀ ମନ୍ଦିର ପରିସରରେ ଗୀତା ଜୟନ୍ତୀ ସମାରୋହ ଆୟୋଜନ କରାଯାଉଛି । ଗୀତା ଜୟନ୍ତୀ ଉପଲକ୍ଷେ ଗୁରୁବାର ଅପରାହ୍ନ ଚାରିଟାରେ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା।
ଗୀତା ଯଜ୍ଞର ଆଚାର୍ଯ୍ୟ ନିରଞ୍ଜନ ଦାଶ, ଶରତ କୁମାର ମିଶ୍ର, ସନ୍ତୋଷ ରଥ ଓ ଆଶିଷ ପଣ୍ଡା ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କଳସ ଯାତ୍ରାରେ ଯଜ୍ଞର କର୍ତ୍ତା ମଳୟ କୁମାର ମୁଣ୍ଡ ସସ୍ତ୍ରିକ ସମେତ ପ୍ରଜ୍ଞା ବାହିନୀର ଜିଲ୍ଲା ସଂଯୋଜୀକା ସ୍ନେହଲତା ଷଡ଼ଙ୍ଗୀ ଓ ପ୍ରଜ୍ଞା ବାହିନୀର ସଦସ୍ୟା ମାନେ ଅଂଶ ଗ୍ରହଣ କରିଥିଲେ।ଶୁକ୍ରବାର ସକାଳ ଆଠଟାରୁ ଗୀତା ଯଜ୍ଞ ଆରମ୍ଭ ହେବ ଓ ଅପରାହ୍ନ ୧ ଟାରେ ଯଜ୍ଞର ପୂର୍ଣ୍ଣାହୁତି ହେବ ବୋଲି ବ୍ରାହ୍ମଣ ସମାଜ କଳାହାଣ୍ଡି ପକ୍ଷରୁ ପ୍ରକାଶ କରାଯାଇଛି।
କଳସ ଯାତ୍ରା କାର୍ଯ୍ୟକ୍ରମରେ ବ୍ରାହ୍ମଣ ସମାଜ କଳାହାଣ୍ଡିର ଜିଲ୍ଲା ଉପ ସଭାପତି ଗଜେନ୍ଦ୍ର ପ୍ରସାଦ ପାଢ଼ୀ, ସାଧାରଣ ସମ୍ପାଦକ ସତ୍ୟ ନାରାୟଣ ମହାପାତ୍ର, ସଂଗଠନ ସମ୍ପାଦକ ଭବେନ୍ଦ୍ର ପଣ୍ଡା, ସମ୍ପାଦକ ଉମେଶ ଚନ୍ଦ୍ର ପଣ୍ଡା, ନଗର କମିଟି ସଭାପତି ସୁରେନ୍ଦ୍ର ନେଗୀ, ସମ୍ପାଦକ ଶେଷଦେବ ମିଶ୍ର, ପର୍ଶୁରାମ ସେନା ଜିଲ୍ଲା ସଂଯୋଜକ ପ୍ରଶାନ୍ତ ଠାକୁର, ବରିଷ୍ଠ ସଦସ୍ୟ ପ୍ରଭାସ ଚନ୍ଦ୍ର ମିଶ୍ର ସମେତ ବହୁ ସଦସ୍ୟ ସଦସ୍ୟା ଯୋଗ ଦେଇଥିଲେ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

