ନ୍ୟୁଜଗ୍ୟାଲେରି ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଲାଲବାହାଦୂର ଶାସ୍ତ୍ରୀ ଷ୍ଟାଡିୟମରେ ଚାଲିଥିବା ଜିଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପତ ମେଳା ଉଦ୍ଯାପିତ ହୋଇଯାଇଛି । ଉଦଯାପନୀ ସମାରୋହରେ ଅତିଥି ଜୁନାଗଡ଼ ବିଧାୟକ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର, ଜିଲା ପରିଷଦ ଅଧ୍ୟକ୍ଷ ପୁଷେନ୍ଦ୍ର ସିଂଦେଓ, ମୁଖ୍ୟ ଜିଲାପ୍ରାଣୀ ଚିକିତ୍ସା ଅଧିକାରୀ( ସିଡିଭିଓ) ଡ. ମଧୁସୂଦନ ଦାସ, ଜିଲା ମତ୍ସ୍ୟ ଅଧିକାରୀ ଦ୍ରୌପଦୀ ମାଝୀ, ଜୁନାଗଡ ଆତ୍ମାର ଅଧ୍ୟକ୍ଷ ଅଶୋକ ପଟ୍ଟନାୟକ,ଜିଲ୍ଲା ତାଳିମ ସଂଯୋଜକ ଡ.କେଦାର ନାଥ ଖମାରୀ ପ୍ରମୁଖ ଯୋଗଦେଇଥିଲେ । କଳାହାଣ୍ଡି ଜିଲ୍ଲାରେ ମତ୍ସ୍ୟ ଓ ପ୍ରାଣୀ ବିଭାଗରେ କାର୍ଯ୍ୟକାରୀ ହେଉଥିବା ସରକାରଙ୍କ ବିଭିନ୍ନ ଯୋଜନା ଓ ଏହାଦ୍ୱାରା ଚାଷୀମାନେ କିପରି ଉପକୃତ ହୋଇପାରୁଛନ୍ତି ତାହା ଉପରେ ବିଭାଗୀୟ ଅଧିକାରୀ କହିଥିଲେ । ଏହି ଅବସରରେ ମତ୍ସ୍ୟ ଓ ପ୍ରାଣୀ ବିଭାଗରେ ସଫଳ ହୋଇଥବା ଜିଲାର ୪ଜଣ ଚାଷୀଙ୍କୁ ୫ହଜାର ଆର୍ଥିକ ରାଶି ସହ ମାନପତ୍ର ଉପଢୌକନ ଦେଇ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ଆଧୁନିକ ମାତ୍ର ଚାଷ ପ୍ରଣାଳି ପାଇଁ କଲମପୁର ବ୍ଲକ ସାଗବାରୀ ଗ୍ରାମର ଗୋଲାପୀ ସାହୁ ଓ ଜୁନାଗଡ ବ୍ଲକ ବାଦଲଦେଇ ଗ୍ରାମର ମହାଲକ୍ଷ୍ମୀ ମହିଳ । ସଂୟ ସହାୟକ ଗୋଷ୍ଠୀ (ଡବ୍ଲ୍ୟୁଏସଏଚ୍ ଜି) ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବାବେଳେ ଉନ୍ନତ କୁକୁଡ଼ା ଚାଷ ପାଇଁ ଧର୍ମଗଡ ବ୍ଳକ ଖରପଦର ଗ୍ରାମର ସପନ ପାତ୍ର ଓ ଗାଈ ଚାଷ ପାଇ ଜଶପାଲ ସିଂହଙ୍କୁ ସମ୍ବର୍କିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ଡ. ସୁଦେବୀ ଭଞ୍ଜ ଓ ତେଜସ୍ବିନୀ ସାହୁ ପରିଚାଳନା କରିଥିଲେ ।ଏହି ମେଳାରେ ଜିଲ୍ଲାର ୧୩ଟି ବ୍ଲକରୁ ପ୍ରାୟ ହଜାରେରୁ ଉର୍ଦ୍ଧ୍ବ ଚାଷୀ, ସଂୟ ସହାୟକ ଗୋଷ୍ଠୀ ଗୋଷ୍ଠୀର ମହିଳା ମାନେ ଯୋଗଦେଇଥିଲେ ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

